ଭୁବନେଶ୍ବର: ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ। ଏହି ଭେଟଘାଟକୁ ନେଇ ରାଜ୍ୟ ରାଜନୀତିରେ ଚାଲିଛି ବଡ ଚର୍ଚ୍ଚା। କାରଣ ଦୀର୍ଘ ବର୍ଷ ଧରି ନବୀନ ଦିଲ୍ଲୀପଙ୍କୁ ବିଜେଡିରୁ ଆଉଟ କରିଦେଇଛନ୍ତି। ଏହାପରେ ଗତ 2019 ନିର୍ବାଚନ ବେଳକୁ ଦିଲ୍ଲୀପ ନବୀନ ନିବାସ ଆସିଥିଲେ। ହେଲେ ତାଙ୍କ ସହିତ ନବୀନଙ୍କ ସଂପର୍କ ଭଲ ନାହିଁ।
କିନ୍ତୁ ଗତକାଲି ନବୀନ ନିବାସରେ ଦିଲ୍ଲୀପ ରାୟ ଯାଇ ନବୀନଙ୍କୁ ଭେଟିବା ସମସ୍ତଙ୍କୁ ସନ୍ଦେହ ଭିତରକୁ ନେଇ ଆସିଛି। ନବୀନଙ୍କ ଦେହ ଖରାପ ଥିଲା ସେଥିପାଇଁ ହୁଏତ ଦିଲ୍ଲୀପ ଦେଖା କରିବା ପାଇଁ ଆସିଥାଇ ପାରନ୍ତି। ହେଲେ ତାହା ଯେ ମୁଖ୍ୟ କଥା କେହି ବିଶ୍ବାସ କରୁ ନାହାଁନ୍ତି। ଦିଲ୍ଲୀପ ନବୀନଙ୍କ ସହିତ ପ୍ରାୟ 15 ମିନିଟ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିବାର ଜଣାପଡିଛି। ହେଲେ ସେହି ସମୟରେ ଆଉ କିଏ ଥିଲେ ତାହା ଜଣାପଡି ନାହିଁ।