The Samikhsya Desk: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଛ ଧାଡିରେ ବସିବା, କେହି କେବେ କଣ ବିଶ୍ବାସ କରିପାରିବ। କାରଣ ସେ ହେଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ, ସାରା ବିଶ୍ବର ନେତା ତାଙ୍କୁ ଜାଣନ୍ତି, ସେ କିପରି ପଛରେ ବସିବେ। ତେବେ ଏହା କେହି ବିଶ୍ବାସ କରୁ ବ ନ କରୁ କିନ୍ତୁ କଥାଟି ସତ। ଏଥିରେ ଅବିଶ୍ବାସ କରିବାର କିଛି ନାହିଁ। ରବିବାରଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଏନଡିଏ ସାଂସଦମାନଙ୍କ ପ୍ରଶିକ୍ଷଣ ଶିବିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଛ ଧାଡିରେ ବସିଥିଲେ।
ଏ ନେଇ ବିଜେପି ଏମପି ତଥା ଅଭିନେତା ରବି କିଶାନ ତାଙ୍କ ସମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ, ଏନଡିଏ ସାଂସଦମାନଙ୍କ ପ୍ରଶିକ୍ଷଣ ଶିବିରରେ ପ୍ରଧାନମନ୍ତ୍ରୀ ମୋଦି ପଛ ଧାଡିରେ ବସିଛନ୍ତି। ସେ ବିଜେପି ସାଂସଦମାନଙ୍କ ପାଖରେ ବସିଛନ୍ତି। ଏହି ଶିବରରେ ସମସ୍ତେ ହେଉଛନ୍ତି କାର୍ଯ୍ୟକର୍ତ୍ତା। କେହି ଛୋଟ କିମ୍ବା ବଡ ନୁହଁନ୍ତି।
ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ଏନଡିଏ ସାଂସଦମାନଙ୍କୁ ଏକାଠି କରି ଦୁଇଦିନିଆ କର୍ମଶାଳାର ଆୟୋଜନ କରାଯାଇଛି। ଏଥିରେ ସମସ୍ତେ ଯୋଗଦେଇଛନ୍ତି। ଗତକାଲି ରବିବାରରୁ ଏହି କର୍ମଶାଳାର ଆୟୋଜନ କରାଯାଇଛି। ଏଥିରେ ଦୁଇଟି ବିଷୟ ଉପରେ ଆଲୋଚନା କରାଯାଉଛି। ଗୋଟିଏ ହେଲା ବିକଶିତ ଭାରତ ଏବଂ ଅନ୍ୟଟି ହେଲା ସାମାଜିକ ଗଣମାଧ୍ୟମର ଉପଯୋଗ। ଏହା ଉପରେ ବିଭିନ୍ନ ବିଶେଷଜ୍ଞମାନେ ସାଂସଦମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ଏଥିସହିତ ଏହି ସାଂସଦମାନେ ବିଭିନ୍ନ ସମୟରେ ବିଭିନ୍ନ କମିଟ ମୁଖ୍ୟଙ୍କ ସହିତ ଆଲୋଚନା କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।
Khurda Road Division Launches ‘Sundays On Cycle’- In alignment with the nationwide Fit India Movement, Khurda Road Division of East Coast Railway organised a special Cyclothon-2025 under the banner of “Sundays On Cycle”. This initiative is aimed at promoting physical fitness, mental well-being and environmental awareness among railway employees and the wider community. ( TO READ MORE CLICK HERE)