ଭୁବନେଶ୍ୱର: ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ଯୌତୁକ ନିରୋଧ ଆଇନ ଏବଂ ହିଂସାରୁ ମହିଳାଙ୍କ ସୁରକ୍ଷା ସମ୍ପର୍କୀତ ରାଜ୍ୟସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ମହିଳାଙ୍କ ବିରୋଧରେ ହେଉଥିବା ଅତ୍ୟାଚାରକୁ ଦମନ କରିବା ପାଇଁ ପ୍ରଚଳିତ ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି ଉପରେ ଆଲୋକପାତ କରିଛନ୍ତି। ଆଇନର ଦୁରୂପଯୋଗ ଦିଗରେ ମଧ୍ୟ ସଚେତନତା ସୃଷ୍ଟି କରିବାକୁ ଶ୍ରୀମତୀ ପରିଡା ପରାମର୍ଶ ଦେଇଛନ୍ତି।