ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ଓ ପଞ୍ଜାବର ସରକାରୀ ଗସ୍ତରୁ ଫେରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ନେପାଳ ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା। ନେପାଳରେ ହୋଇଥିବା ହିଂସାରେ ଅନେକ ଯୁବକଙ୍କ ଜୀବନ ଯାଇଥିବାରୁ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଥିଲେ। ନେପାଳର ସମସ୍ତ ନାଗରିକଙ୍କୁ ସେ ଶାନ୍ତି ଓ ଏକତା ବଜାୟ ରଖିବାକୁ ନିବେଦନ କରିଥିଲେ।
ଏକ୍ସର ଏକ ଭିନ୍ନ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ଆଜି ହିମାଚଳ ପ୍ରଦେଶ ଓ ପଞ୍ଜାବରୁ ଫେରି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକରେ, ନେପାଳ ପରିସ୍ଥିତି ଉପରେ ବିସ୍ତୃତ ଭାବେ ଆଲୋଚନା କଲି। ନେପାଳରେ ହୋଇଥିବା ହିଂସା ହୃଦୟବିଦାରକ। ଅନେକ ଯୁବକ ପ୍ରାଣ ହରାଇବା ଗଭୀର ଦୁଃଖର ବିଷୟ। ଆମ ପାଇଁ ନେପାଳର ସ୍ଥିରତା, ଶାନ୍ତି ଏବଂ ସମୃଦ୍ଧି ସର୍ବାଦୌ ଗୁରୁତ୍ୱପୂର୍ଣ୍ଣ। ଆନ୍ତରିକତାର ସହ ମୁଁ ଅନୁରୋଧ କରୁଛି ନେପାଳର ମୋ ଭାଇ ଓ ଭଉଣୀ ମାନେ ଶାନ୍ତି ରକ୍ଷା କରନ୍ତୁ।”