Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବର ନ୍ୟୁ ସିଟି କୁ କ୍ୟାବିନେଟ ମଂଜୁରୀ, ୮୦୦ ଏକର ସ୍ଥାନରେ ହେବ ସହର, ବ୍ୟୟ ଅଟକଳ ୮୧୭୯ କୋଟି
ଆଜିର ଖବର

ଭୁବନେଶ୍ବର ନ୍ୟୁ ସିଟି କୁ କ୍ୟାବିନେଟ ମଂଜୁରୀ, ୮୦୦ ଏକର ସ୍ଥାନରେ ହେବ ସହର, ବ୍ୟୟ ଅଟକଳ ୮୧୭୯ କୋଟି

September 11, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବର ନ୍ୟୁ ସିଟି
ଭୁବନେଶ୍ବର ନ୍ୟୁ ସିଟି କୁ କ୍ୟାବିନେଟ ମଂଜୁରୀ, ୮୦୦ ଏକର ସ୍ଥାନରେ ହେବ ସହର, ବ୍ୟୟ ଅଟକଳ ୮୧୭୯ କୋଟି

ଭୁବନେଶ୍ବର: ବୁଧବାରରେ ବସିଥିବା ରାଜ୍ୟ କ୍ୟାବିନେଟରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ତାହା ହେଲା ଭୁବନେଶ୍ବରରେ ଗଠନ ହେବ ଏକ ନ୍ୟୁ ସିଟି। ଯାହାର ନାମ ରହିଛି ଭୁବନେଶ୍ବର ନ୍ୟୁ ସିଟି। ଏହାର ନିର୍ମାଣ ପାଇଁ ବ୍ୟୟ ଅଟକଳକୁ ରାଜ୍ୟ କ୍ୟାବିନେଟ ମଂଜୁରୀ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ନଗର ଉନ୍ନୟନ ବିଭାଗ ତରଫରୁ ବିସ୍ତୁତ ତଥ୍ୟ ପ୍ରଦାନ କରାଯାଇଥିଲା। ଏଥିରେ ଭୁବନେଶ୍ବରର ମଳିପଡା, ଦାସପୁର ଏବଂ ଗୋଠପାଟଣା ମୌଜାରେ ଏହି ନ୍ୟୁ ସିଟି ନିର୍ମାଣ ହେବ। ଏଥିପାଇଁ ବିଡିଏ ତରଫରୁ ପ୍ରାୟ ୮୦୦ ଏକର ପରିମିତ ସ୍ଥାନ ଚିହ୍ନଟ ହେବ। ଏହି ପ୍ରକଳ୍ପ ପାଇଁ ମୋଟ ବ୍ୟୟ ଅଟକଳ ୮୧୭୯ କୋଟି ଟଙ୍କା ରଖାଯାଇଛି।

ଏ ନେଇ ଗତ ଜାନୁୟାରୀ ମାସରେ ସିଙ୍ଗାପୁର କଂପାନୀ ସହିତ ବିଡିଏର ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। କଂପାନୀ ଏହି ପ୍ରକଳ୍ପର ସଂପୂର୍ଣ୍ଣ ରୂପରେଖ ପ୍ରସ୍ତୁତ କରିବ। ଏହି ନ୍ୟୁ ସିଟିରେ MICE ସୁବିଧା ରହିବ। ଅର୍ଥାତ Meetings, Incentives, Conferences ଏବଂ Exhibitions ସୁବିଧା ରହିବ। ସେହିପରି ଉଚ୍ଚମାନର ରାସ୍ତା, ହସପିଟାଲ, ବ୍ୟାଙ୍କ, ମଲ, ସରକାରୀ ଅଫିସ ମଧ୍ୟ ନିର୍ମାଣ କରାଯିବ। ଏହି ପ୍ରକଳ୍ପ 15 ବର୍ଷ ମଧ୍ୟରେ ଶେଷ କରାଯିବ ବୋଲି ନିଷ୍ପତି କରାଯାଇଛି।

ତେବେ ପ୍ରାରମ୍ଭ ପର୍ଯ୍ୟାୟ କାର୍ଯ୍ୟ ପାଇଁ କ୍ୟାବିନେଟ 1342 କୋଟି ଟଙ୍କା ବ୍ୟୟ ଅଟକଳକୁ ଅନୁମୋଦନ କରିଛନ୍ତି।

Real Estate Investment: 8 Major Challenges and How to Safeguard Your Returns

 

Bhubaneswar New City cabinet meeting Odisha Cabinet Meeting ନୂଆ ଭୁବନେଶ୍ବର ଭୁବନେଶ୍ବର ନ୍ୟୁ ସିଟି
Share. Facebook Twitter LinkedIn Email WhatsApp Copy Link

Related Posts

ଆପ ସାଂସଦ ସଞ୍ଜୟ ସିଂହଙ୍କୁ ଶ୍ରୀନଗରରେ ଗୃହ ବନ୍ଦୀ କଲା ଜମ୍ମୁ କାଶ୍ମୀର ପୋଲିସ

September 11, 2025

ଭାରତ ଏବଂ ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କୁ ଶିବସେନାର ବିରୋଧ: ଆନ୍ଦୋଳନ ଚେତାବନୀ

September 11, 2025

ଦେଶ ବିରୋଧରେ ISIS ର ବଡ଼ ଷଡ଼ଯନ୍ତ୍ର ବିଫଳ: ୫ ଆତଙ୍କବାଦୀ ଗିରଫ

September 11, 2025

ପାଟନାରେ ଆରଜେଡି ନେତାଙ୍କୁ ଗୁଳି କରି ହତ୍ୟା, ସିସିଟିଭିରେ ୨ ଆକ୍ରମଣକାରୀ

September 11, 2025
Latest News

ଆପ ସାଂସଦ ସଞ୍ଜୟ ସିଂହଙ୍କୁ ଶ୍ରୀନଗରରେ ଗୃହ ବନ୍ଦୀ କଲା ଜମ୍ମୁ କାଶ୍ମୀର ପୋଲିସ

September 11, 2025

ଭାରତ ଏବଂ ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କୁ ଶିବସେନାର ବିରୋଧ: ଆନ୍ଦୋଳନ ଚେତାବନୀ

September 11, 2025

ଦେଶ ବିରୋଧରେ ISIS ର ବଡ଼ ଷଡ଼ଯନ୍ତ୍ର ବିଫଳ: ୫ ଆତଙ୍କବାଦୀ ଗିରଫ

September 11, 2025

ପାଟନାରେ ଆରଜେଡି ନେତାଙ୍କୁ ଗୁଳି କରି ହତ୍ୟା, ସିସିଟିଭିରେ ୨ ଆକ୍ରମଣକାରୀ

September 11, 2025

କ୍ଲର୍କ ନିଯୁକ୍ତି ପରୀକ୍ଷାର ତାରିଖ ପ୍ରକାଶ କଲା SBI, ଏହି ଦିନ ହେବ ପରୀକ୍ଷା

September 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.