ଭୁବନେଶ୍ଵର: ଜୀ ସାର୍ଥକର ନିଜର ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ ସହିତ ଓଡିଆ ଦର୍ଶକଙ୍କ ଘରେ ଘରେ ପହଞ୍ଚି ପାରିଛି, ଯେଉଁଥି ପାଇଁ ଆଜି ଓଡ଼ିଶାର ୧ ନମ୍ବର ମନୋରଞ୍ଜନ ଚ୍ୟାନେଲ ହୋଇପାରିଛି। ଚ୍ୟାନେଲର ଏକାଧିକ ମେଗା ଧାରାବାହିକ ସଫଳତା ସାଉଁଟିଛି, ସେହିପରି ଐତିହାସିକ ୪୦୦ତମ ଏପିସୋଡରେ ପହଞ୍ଚିଛି ଏକ ଭିନ୍ନ କାହାଣୀ ନେଇ ମେଗା ଧାରାବାହିକ ‘ତୁମ ବିନା’। ସମ୍ପୂର୍ଣ୍ଣ ଓଡିଆ ଘରର କାହାଣୀ ଓ ପରମ୍ପରାକୁ ନେଇ ମିଛ, ପ୍ରେମ, ବିଶ୍ୱାସଘାତକତା ଓ ପାରିବାରିକ ଚାପ ମଧ୍ୟରେ ଗଢି ଉଠିଛି ଏହି ସୁନ୍ଦର କାହାଣୀ ଓ ଏହାର ସବୁ ଏପିସୋଡ ଦର୍ଶକଙ୍କୁ ଦେଇଛି ରୋମାଞ୍ଚକ ଅନୁଭୂତି।
ପ୍ରତ୍ୟେକ ସୋମବାରରୁ ଶନିବାର ରାତି ୮:୦୦ ରେ ପ୍ରସାରିତ ହେଉଥିବା ଭିନ୍ନ ଧରଣର ଧାରାବାହିକର ମୁଖ୍ୟ ଚରିତ୍ରରେ ନଜର ଆସୁଥିବା ଅକ୍ଷୟ ଓ ଶୁଭଙ୍କ ବିବାହ ପରେ ଦୁହିଁଙ୍କ ଜୀବନରେ ଅନେକ ରୋଚକ ମୋଡ଼ ଆସୁଛି ହେଲେ ଅକ୍ଷୟଙ୍କ ପିତା ମାତାଙ୍କ ବ୍ୟବହାର ଶୁଭଙ୍କୁ ବ୍ୟସ୍ତ କରିଦେଇଛି। ବିଧାତା ଲେଖିଛି ଦୁଇ ଜଣଙ୍କ ପ୍ରେମ କାହାଣୀ ଓ କାହାଣୀରେ ଏଣ୍ଟ୍ରି ମାରିଛନ୍ତି ରିଚା, ଆନନ୍ଦ, ନିଲେଶ ଓ ପ୍ରଶାନ୍ତ। ତେବେ ସମୟର ଚକ୍ରବ୍ୟୁହରେ ଆସୁଥିବା ସମସ୍ତ ବିପଦକୁ କିପରି ପାରି କରି ଦୁହିଁଙ୍କ ଜୀବନ ଆଗକୁ ବଢିଛି ତାହା ଆଗକୁ ଦେଖିବେ ଦର୍ଶକ। କାହାଣୀରେ ଆସୁଥିବା ନାଟକୀୟ ମୋଡ଼ ଦର୍ଶକ ପାଇପାରିବେ କେବଳ ପ୍ରିୟ ତାଙ୍କ ଚ୍ୟାନେଲ ଜୀ ସାର୍ଥକର ‘ତୁମ ବିନା’ ଧାରାବାହିକର ଆଗାମୀ ଅଧ୍ୟାୟରେ।
ଜୀ ସାର୍ଥକ ସବୁବେଳେ ଓଡିଆ ଦର୍ଶକଙ୍କ ଚିନ୍ତାଧାରା ଓ ଭଲପାଇବାକୁ ଧ୍ୟାନରେ ରଖି ମନଛୁଆଁ ମେଗା ଧାରାବାହିକ ପ୍ରସ୍ତୁତ କରିଥାଏ । ନୂଆ ଓ ଭିନ୍ନ କାହାଣୀ ସହିତ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି ଜୀ ସାର୍ଥକ। ‘ତୁମ ବିନା’ ମଧ୍ୟ ଦର୍ଶକଙ୍କ ମନ ଜିତିବ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ।