Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା- ବାଲୁଗାଁ ରୋଟାରୀ କ୍ଲବ୍ ର ୧୦ମ ଅଧିଷ୍ଠାନ ଦିବସ ସମାରୋହ
ଆଞ୍ଚଳିକ

ଚିଲିକା- ବାଲୁଗାଁ ରୋଟାରୀ କ୍ଲବ୍ ର ୧୦ମ ଅଧିଷ୍ଠାନ ଦିବସ ସମାରୋହ

September 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚିଲିକା- ବାଲୁଗାଁ
ଚିଲିକା- ବାଲୁଗାଁ ରୋଟାରୀ କ୍ଲବ୍ ର ୧୦ମ ଅଧିଷ୍ଠାନ ଦିବସ ସମାରୋହ

ବାଲୁଗାଁ: ଚିଲିକା – ବାଲୁଗାଁ ରୋଟାରୀ କ୍ଲବ୍ ର ଦଶମ ଅଧିଷ୍ଠାନ ଉତ୍ସଵ ଓ ରାଷ୍ଟ୍ରନିର୍ମାତା ପୁରସ୍କାର ତଥା ସମ୍ବର୍ଦ୍ଧନା ସମାରୋହ ଆଜି ବାଲୁଗାଁ ଦିଗନ୍ତିକା ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଧିଷ୍ଠାନ ସମାରୋହରେ ରୋଟାରି ଜିଲ୍ଲାର ପୂର୍ବତନ ଡ଼ିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ଶିବବ୍ରତ ଦାଶ ମୁଖ୍ୟ ଅତିଥି , ରୋଟରିଆନ ଆଶୁତୋଷ ସାମନ୍ତସିଂହାର ଓ ବିଶିଷ୍ଟ ଚିକିତ୍ସକ ଡାକ୍ତର ସୁରେନ୍ଦ୍ରନାଥ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ ଓ ରୋଟାରୀ ପ୍ରତିଷ୍ଠାତା ପଲ ହରିସ୍ ଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ କରିବା ପରେ ସଭାପତି ରୋଟାରିଆନ ଗଜେନ୍ଦ୍ର ସେଠି ଅନୁଷ୍ଠାନିକ ଭାବେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ଜାତୀୟ ସଂଗୀତ ଗାନ ପରେ ବିଜୟଲକ୍ଷ୍ମୀ ପଣ୍ଡା ଓ ସୁପ୍ରଭା ବାରିକ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ରୋ ଟାରିଆନ ଜାନକୀ ବଲ୍ଲଭ ପଟ୍ଟନାୟକ। ଏହାପରେ ମୁଖ୍ୟ ଅତିଥି ଶିବବ୍ରତ ଦାଶ ଚଳିତବର୍ଷର ନୂତନ କ୍ଲବ ସଭାପତି ଗଜେନ୍ଦ୍ର ସେଠି ଓ ସମ୍ପାଦକ ଯଦୁମଣୀ ତରାଇଙ୍କୁ ସେମାନଙ୍କ୍ ନୂତନ ପଦବୀରେ ଅଧିଷ୍ଠିତ କରାଇଥିଲେ। ଏଥିସହ ବୋର୍ଡ଼ ନିର୍ଦ୍ଦେଶକ ଭାବେ ଆଶୁତୋଷ ସାମନ୍ତସିଂହାର,ଜାନକୀବଲ୍ଲଭ ପଟ୍ଟନାୟକ, ଡ଼କ୍ଟର କୈଳାସ ଚନ୍ଦ୍ର ମହାରଣା,ସତ୍ୟେନ୍ଦ୍ର ସ୍ୱାଇଁ,ନମିତା ଝା , ଅମୁଲ୍ୟ ମହାପାତ୍ର ଓ ରୋଟାରାକ୍ଟ ସଭପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ଏହି ଅବସରରେ ନୂତନ ସଭାପତି ଓ ନୂତନ ସମ୍ପାଦକ ଚଳିତ ବର୍ଷର ପ୍ରସ୍ତାବିତ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ। ଏହାପରେ କ୍ଲବରେ ନୂତନ ଭାବେ ଯୋଗଦେଇଥିବା ୧୪ ଜଣ ସଦସ୍ୟଙ୍କୁ ମୁଖ୍ୟ ଅତିଥି ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ଚଳିତବର୍ଷର ରାଷ୍ଟ୍ର ନିର୍ମାତା ପୁରସ୍କାର କୃତୀ ଶିକ୍ଷୟିତ୍ରୀ ବିଶ୍ୱ ରଂଜିତା ପ୍ରଧାନ, ଶିକ୍ଷକ ପ୍ରଶାନ୍ତ କୁମାର ସାହୁ,କୁମାର ଆଭାମୟ ରଥ , ପବିତ୍ର ବେହେରା ଓ ହାଡିବନ୍ଧୁ ବେହେରା ଙ୍କୁ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ। ରୋଟାରୀ କ୍ଲଵ ପକ୍ଷରୁ ଗମ୍ଭାରିମୁଣ୍ଡା ପତିତପାବନ ବିଦ୍ୟାପୀଠ ଓ ବାଲୁଗାଁ ଯୁଗଳ ଚରଣ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମଧ୍ୟ ଅତିଥିମାନେ ପୁରସ୍କୃତ କରିଥିଲେ।

ଏହାପରେ ମୁଖ୍ୟ ଅତିଥି ଶିବବ୍ରତ ଦାଶ,ସମ୍ମାନିତ ଅତିଥି ଡ଼କ୍ଟର ସୁରେନ୍ଦ୍ର ନାଥ ଦାସ ଓ ଆଶୁତୋଷ ସାମନ୍ତସିଂହାର ନୂତନ ସଦସ୍ୟ ଓ କୃତୀ ଶିକ୍ଷକ ମାନଙ୍କୁ ପ୍ରତିଟି ସାମାଜିକ କାର୍ଯ୍ୟକ୍ରମରେ ସମ୍ପୃକ୍ତ ହେବାକୁ ଆହ୍ୱାନ ଜଣାଇଥିଲେ। କାର୍ଯ୍ୟ କ୍ରମକୁ ଡ଼କ୍ଟର କୈଳାଶ ଚନ୍ଦ୍ର ମହାରଣା ସଂଚାଳନ କରିଥିବ ବେଳେ ବରିଷ୍ଠ ରୋଟାରିଆନ ପଞ୍ଚାନନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ବରିଷ୍ଠ ରୋଟାରିଆନ ଶ୍ରୀକାନ୍ତ ପାଇକରାୟ, ନିରଜ ଝା, ସତ୍ୟେନ୍ଦ୍ର ସ୍ୱାଇଁ,ନମିତା ଝା, ପିୟୁଷ ହରିଚନ୍ଦନ , ପଞ୍ଚାନନ ଜେନା ଓ ତ୍ରିଲୋଚନ ବାରିକ ପରିଚାଳନା କରିଥିଲେ।

ଅଧିଷ୍ଠାନ ଦିବସ ଚିଲିକା-ବାଲୁଗାଁ ରୋଟାରୀ କ୍ଲବ୍
Share. Facebook Twitter LinkedIn Email WhatsApp Copy Link

Related Posts

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ

July 6, 2026
Latest News

ଶେଷ ପର୍ଯ୍ୟାୟରେ ଶ୍ରୀବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ

July 13, 2026

ଇସ୍କନ ରଥଯାତ୍ରାକୁ ନେଇ ମୁହଁ ଖୋଲିଲେ ଗଜପତି ମହାରାଜ: ଜାଣନ୍ତୁ କ’ଣ କହିଲେ?

July 13, 2026

ସର୍ବକ୍ଷମା ଯୋଜନା ପାଇଁ ଆବେଦନ ଆହ୍ୱାନ କଲା ଇପିଏଫଓ

July 13, 2026

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: କାର୍ ସହ ଗଞ୍ଜେଇ ଜବତ, ଜଣେ ଗିରଫ

July 13, 2026

ଚ଼ିଲିକା ନିର୍ବାଚନ ମଣ୍ଡଳୀର ମିଶ୍ରଣ ପର୍ବ: ବିଜେପି ରେ ସାମିଲ ହେଲେ ବିଜେଡ଼ି କର୍ମୀ

July 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.