ବାଲୁଗାଁ: ଚିଲିକା – ବାଲୁଗାଁ ରୋଟାରୀ କ୍ଲବ୍ ର ଦଶମ ଅଧିଷ୍ଠାନ ଉତ୍ସଵ ଓ ରାଷ୍ଟ୍ରନିର୍ମାତା ପୁରସ୍କାର ତଥା ସମ୍ବର୍ଦ୍ଧନା ସମାରୋହ ଆଜି ବାଲୁଗାଁ ଦିଗନ୍ତିକା ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଧିଷ୍ଠାନ ସମାରୋହରେ ରୋଟାରି ଜିଲ୍ଲାର ପୂର୍ବତନ ଡ଼ିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ଶିବବ୍ରତ ଦାଶ ମୁଖ୍ୟ ଅତିଥି , ରୋଟରିଆନ ଆଶୁତୋଷ ସାମନ୍ତସିଂହାର ଓ ବିଶିଷ୍ଟ ଚିକିତ୍ସକ ଡାକ୍ତର ସୁରେନ୍ଦ୍ରନାଥ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ ଓ ରୋଟାରୀ ପ୍ରତିଷ୍ଠାତା ପଲ ହରିସ୍ ଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ କରିବା ପରେ ସଭାପତି ରୋଟାରିଆନ ଗଜେନ୍ଦ୍ର ସେଠି ଅନୁଷ୍ଠାନିକ ଭାବେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ଜାତୀୟ ସଂଗୀତ ଗାନ ପରେ ବିଜୟଲକ୍ଷ୍ମୀ ପଣ୍ଡା ଓ ସୁପ୍ରଭା ବାରିକ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ରୋ ଟାରିଆନ ଜାନକୀ ବଲ୍ଲଭ ପଟ୍ଟନାୟକ। ଏହାପରେ ମୁଖ୍ୟ ଅତିଥି ଶିବବ୍ରତ ଦାଶ ଚଳିତବର୍ଷର ନୂତନ କ୍ଲବ ସଭାପତି ଗଜେନ୍ଦ୍ର ସେଠି ଓ ସମ୍ପାଦକ ଯଦୁମଣୀ ତରାଇଙ୍କୁ ସେମାନଙ୍କ୍ ନୂତନ ପଦବୀରେ ଅଧିଷ୍ଠିତ କରାଇଥିଲେ। ଏଥିସହ ବୋର୍ଡ଼ ନିର୍ଦ୍ଦେଶକ ଭାବେ ଆଶୁତୋଷ ସାମନ୍ତସିଂହାର,ଜାନକୀବଲ୍ଲଭ ପଟ୍ଟନାୟକ, ଡ଼କ୍ଟର କୈଳାସ ଚନ୍ଦ୍ର ମହାରଣା,ସତ୍ୟେନ୍ଦ୍ର ସ୍ୱାଇଁ,ନମିତା ଝା , ଅମୁଲ୍ୟ ମହାପାତ୍ର ଓ ରୋଟାରାକ୍ଟ ସଭପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।
ଏହି ଅବସରରେ ନୂତନ ସଭାପତି ଓ ନୂତନ ସମ୍ପାଦକ ଚଳିତ ବର୍ଷର ପ୍ରସ୍ତାବିତ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ। ଏହାପରେ କ୍ଲବରେ ନୂତନ ଭାବେ ଯୋଗଦେଇଥିବା ୧୪ ଜଣ ସଦସ୍ୟଙ୍କୁ ମୁଖ୍ୟ ଅତିଥି ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ଚଳିତବର୍ଷର ରାଷ୍ଟ୍ର ନିର୍ମାତା ପୁରସ୍କାର କୃତୀ ଶିକ୍ଷୟିତ୍ରୀ ବିଶ୍ୱ ରଂଜିତା ପ୍ରଧାନ, ଶିକ୍ଷକ ପ୍ରଶାନ୍ତ କୁମାର ସାହୁ,କୁମାର ଆଭାମୟ ରଥ , ପବିତ୍ର ବେହେରା ଓ ହାଡିବନ୍ଧୁ ବେହେରା ଙ୍କୁ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ। ରୋଟାରୀ କ୍ଲଵ ପକ୍ଷରୁ ଗମ୍ଭାରିମୁଣ୍ଡା ପତିତପାବନ ବିଦ୍ୟାପୀଠ ଓ ବାଲୁଗାଁ ଯୁଗଳ ଚରଣ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମଧ୍ୟ ଅତିଥିମାନେ ପୁରସ୍କୃତ କରିଥିଲେ।
ଏହାପରେ ମୁଖ୍ୟ ଅତିଥି ଶିବବ୍ରତ ଦାଶ,ସମ୍ମାନିତ ଅତିଥି ଡ଼କ୍ଟର ସୁରେନ୍ଦ୍ର ନାଥ ଦାସ ଓ ଆଶୁତୋଷ ସାମନ୍ତସିଂହାର ନୂତନ ସଦସ୍ୟ ଓ କୃତୀ ଶିକ୍ଷକ ମାନଙ୍କୁ ପ୍ରତିଟି ସାମାଜିକ କାର୍ଯ୍ୟକ୍ରମରେ ସମ୍ପୃକ୍ତ ହେବାକୁ ଆହ୍ୱାନ ଜଣାଇଥିଲେ। କାର୍ଯ୍ୟ କ୍ରମକୁ ଡ଼କ୍ଟର କୈଳାଶ ଚନ୍ଦ୍ର ମହାରଣା ସଂଚାଳନ କରିଥିବ ବେଳେ ବରିଷ୍ଠ ରୋଟାରିଆନ ପଞ୍ଚାନନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ବରିଷ୍ଠ ରୋଟାରିଆନ ଶ୍ରୀକାନ୍ତ ପାଇକରାୟ, ନିରଜ ଝା, ସତ୍ୟେନ୍ଦ୍ର ସ୍ୱାଇଁ,ନମିତା ଝା, ପିୟୁଷ ହରିଚନ୍ଦନ , ପଞ୍ଚାନନ ଜେନା ଓ ତ୍ରିଲୋଚନ ବାରିକ ପରିଚାଳନା କରିଥିଲେ।