ବାଣପୁର: ଆସନ୍ତା ତା-୨୧/୦୯/୨୦୨୫ ରିଖ ରବିବାର ଦିନ ଗମ୍ଭାରିମୁଣ୍ଡା ସ୍ଥିତ ପରଶୁରାମ ମହାବିଦ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୫ ତମ ଜନ୍ମଦିନ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ଚିଲିକା ନିର୍ବାଚନ ମଣ୍ଡଳୀ ତରଫରୁ ସବୁ ବିଭାଗର ବିଶେଷଜ୍ଞ ଡାକ୍ତର ମାନଙ୍କୁ ନେଇ ଏକ “ମାଗଣା ସ୍ୱାସ୍ଥ୍ୟ ଶିବିର” ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ, ପୁରୀ ଲୋକସଭା କ୍ଷେତ୍ରର ସାଂସଦ ଡ଼ାଃ ସମ୍ବିତ ପାତ୍ର, ଚିଲିକା ବିଧାନସଭା କ୍ଷେତ୍ରର ପୂର୍ବତନ ବିଧାୟକ ଡ଼ାଃ ବିଭୂତି ଭୁଷଣ ହରିଚ଼ନ୍ଦନ ଯୋଗଦେବେ। ଜନସାଧାରଣ ଏହି ମାଗଣା ସ୍ବାସ୍ଥ୍ୟ ସେବା ଶିବିରରେ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି।