Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବିଜେପି ସେବାପକ୍ଷ ଉପଲକ୍ଷେ ବାଣପୁରରେ ରକ୍ତଦାନ ଶିବିର
ଆଞ୍ଚଳିକ

ବିଜେପି ସେବାପକ୍ଷ ଉପଲକ୍ଷେ ବାଣପୁରରେ ରକ୍ତଦାନ ଶିବିର

September 26, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ରକ୍ତଦାନ ଶିବିର
ବିଜେପି ସେବାପକ୍ଷ ଉପଲକ୍ଷେ ବାଣପୁରରେ ରକ୍ତଦାନ ଶିବିର

ବାଣପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଉପଲକ୍ଷେ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ସେବାପକ୍ଷ ପାଳନ କରାଯାଉଛି। ଏହି ଉପଲକ୍ଷେ ଚିଲିକା ବିଜେପି ତରଫରୁ ବୃକ୍ଷରୋପଣ, ରକ୍ତଦାନ ଓ ସ୍ୱାସ୍ଥ୍ୟ ଶିବିରର ଆୟୋଜନ ଜାରିରହିଛି।

ଏହି ପରିପ୍ରେକ୍ଷୀରେ ଆଜି ବିଜେପି ବିରଜାଈ ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ତଥା ଭେଟେଶ୍ୱର ସରପଞ୍ଚ ସାବିତ୍ରୀ ଭୋଳଙ୍କ ତତ୍ୱାବଧାନରେ ବିଧାରପୁରଠାରେ ଥିବା ଶୁଭମଙ୍ଗଳ କଲ୍ୟାଣ ମଣ୍ଡପ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଖୋର୍ଦ୍ଧା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ଏବଂ ପୂର୍ବତନ ମଣ୍ଡଳ ସଭାପତି ତଥା ବରିଷ୍ଠ ସଂଗଠକ ଜିତେନ୍ଦ୍ର କୁମାର କୁମାର ଭୋଳ ଉଦଘାଟନ କରିଥିବା ବେଳେ ବିଜେପି ର ବହୁ ପୁରୁଖା ନେତା ଉପସ୍ଥିତ ଥିଲେ।

ଜିତେନ୍ଦ୍ର ଭୋଳଙ୍କ ନିବେଦନ କ୍ରମେ ମଣ୍ଡଳର ବହୁ ଯୁବକଙ୍କ ସହ ବାଣପୁର ଅଞ୍ଚଳର ପ୍ରାୟ ୩୭ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ଭୁବନେଶ୍ୱର କ୍ୟାପିଟାଲ ଡାକ୍ତରଖାନାର ରକ୍ତ ଭଣ୍ଡାରର ଡାକ୍ତର ଦେବାଶିଷ ମିଶ୍ରଙ୍କ ସମେତ ୧୧ଜଣ କର୍ମଚାରୀ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ। ସମସ୍ତ ରକ୍ତଦାତାଙ୍କୁ ମଣ୍ଡଳ ସଭାପତି ସାବିତ୍ରୀ ଭୋଳ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ନରେନ୍ଦ୍ର ମୋଦୀ ବାଣପୁର ବିଜେପି ରକ୍ତଦାନ ଶିବିର ସ୍ୱାସ୍ଥ୍ୟ ଶିବିର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ଭିଜିଲାନ୍ସ ଚଢାଉ: ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଗ୍ରାମପଞ୍ଚାୟତ ଏଡିଇଓ

September 26, 2025

ନବରାତ୍ରୀର ପଞ୍ଚମ ଦିନରେ ଦେବୀ ସ୍କନ୍ଦମାତାଙ୍କୁ ପୂଜା କଲେ ପ୍ରଧାନମନ୍ତ୍ରୀ

September 26, 2025

ଜଳ ସୁରକ୍ଷା ଉପରେ ଜାତୀୟ ପଦକ୍ଷେପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

September 26, 2025

ୱାର୍ଲ୍ଡ ଫୁଡ୍ ଇଣ୍ଡିଆ 2025 ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

September 25, 2025
Latest News

Asia Cup-2025: ରୋମାଞ୍ଚକ ମ୍ୟାଚରେ ଶ୍ରୀଲଙ୍କା ଠାରୁ ସୁପର ଓଭରରେ ଜିତିଲା ଭାରତ

September 27, 2025

ବିଜେପି ସେବାପକ୍ଷ ଉପଲକ୍ଷେ ବାଣପୁରରେ ରକ୍ତଦାନ ଶିବିର

September 26, 2025

ପିଏମ୍-କିସାନ୍‍ର ୨୧ତମ କିସ୍ତି ଜାରି, କେନ୍ଦ୍ର କୃଷିମନ୍ତ୍ରୀଙ୍କ ପକ୍ଷରୁ ଚାଷୀଙ୍କୁ ୫୪୦ କୋଟିର ସହାୟତା

September 26, 2025

ଦୋଷୀ ସାବ୍ୟସ୍ତ ହେଲେ ସୂର୍ଯ୍ୟକୁମାର ଯାଦବ, କାର୍ଯ୍ୟାନୁଷ୍ଠାନ ନେଲା ICC

September 26, 2025

ସୋଆ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ କ୍ୟାମ୍ପସ – ୨ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

September 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.