Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ
ଆଞ୍ଚଳିକ

ଚିଲିକା ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

October 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚିଲିକା ବନ୍ୟପ୍ରାଣୀ ଡିଭିଜନ୍
ଚିଲିକା ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

ବାଲୁଗାଁ/ଚନ୍ଦ୍ରାପୁଟ: ବନ୍ୟପ୍ରାଣୀର ସୁରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତି ତତ୍ଵବଧାରକ ସାଜିବାକୁ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ତଥା ବନ୍ୟପ୍ରାଣୀ ତତ୍ବାବଧାରକ ଅମ୍ଳାନ ନାୟକ ଆହ୍ୱାନ ଜଣାଇଛନ୍ତି। ଚିଲିକା ବନ୍ୟପ୍ରାଣୀ ଡିଭିଜନ୍ ଆନୁକୂଲ୍ୟରେ ଆଜି ଚିଲିକା ୱେଟଲାଣ୍ଡ ଗବେଷଣା କେନ୍ଦ୍ରର ଅଡିଟୋରିୟମ ହଲ୍‌ଠାରେ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଆୟୋଜିତ ସମାରୋହରେ ଉଦ୍‌ବୋଧନ ଦେଇ ଶ୍ରୀ ନାୟକ ଏହି ଆହ୍ୱାନ ଦେଇଛନ୍ତି। ଉଦ୍‌ବୋଧନ ଛଳରେ dfo ବନ୍ୟପ୍ରାଣୀ ସପ୍ତାହ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରି କହିଥିଲେ ଯେ, ଶାନ୍ତି ଓ ଅହିଂସାର ଉପାସକ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ଜନ୍ମ ତିଥିରୁ ବନ୍ୟପ୍ରାଣୀ ସପ୍ତାହ ପାଳନ ହୋଇଥାଏ।

ବନ୍ୟ ପ୍ରାଣୀଙ୍କ ସଂରକ୍ଷଣ ଏବଂ ମାନବସମାଜ ସହ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ହେଉଛି ଏହାର ଉଦ୍ଦେଶ୍ୟ। ଉଭୟ ମାନବ ସମାଜ ଓ ବନ୍ୟପ୍ରାଣୀ ଭଗବାନଙ୍କ ଅନବଦ୍ୟ ସୃଷ୍ଟି। ସମାଜର ତଥା ଦେଶର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ବନ୍ୟପ୍ରାଣୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ମାନବ ସମାଜର ଅଭିବୃଦ୍ଧି ଓ ସମୃଦ୍ଧି ଜୈବ ବିବିଧତା ଉପରେ ନିର୍ଭରଶୀଳ। ବର୍ତମାନ ପରିପ୍ରେକ୍ଷୀରେ ବନ୍ୟପ୍ରାଣୀମାନଙ୍କର ସଂରକ୍ଷଣ, ସୁରକ୍ଷା ଏବଂ ଅଭିବୃଦ୍ଧି ଅଧିକ ଗୁରୁତ୍ଵପୂର୍ଣ ହୋଇଯାଇଛି। ଜୈବ ବିବିଧତା ଦୃଷ୍ଟିରୁ ଚିଲିକା ଏକ ସମୃଦ୍ଧ ପ୍ର।ଚୂଜ୍ୟ ରେ ଭରପୁର। ଏହାର ପ୍ରାଣୀ ସଂପଦ ପାଇଁ ରାଜ୍ୟ ତଥା ଦେଶର ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ ଯୋଗଦାନ ରହିଛି।

ଚଳିତ ବର୍ଷର ଶୀର୍ଷକ ଅନୁଯାୟୀ ଚିଲିକା ଅଂଚଳରେ ରହୁଥ‌ିବା ଲୋକମାଙ୍କର ଜିବୀକା ଏବଂ ଏହାର ମାନବୃଦ୍ଧି ପାଇଁ ଗୁରୁତ୍ୱାରୋପ କରାଯାଇଛି। ପ୍ରକୃତି ସମାଜକୁ ବିବିଧ ମତେ ସେବା ଯୋଗାଉଛି। ଅନ୍ୟମାନଙ୍କ ମଧ୍ୟରେ ବାଲୁଗାଁ ବନାଞ୍ଚଳ ଅଧିକାରି ରଶ୍ମିତା ଜେନା, ଟାଙ୍ଗୀ ବନାଞ୍ଚଳ ଅଧକାରୀ ଚିତ୍ରସେନ ଜେନା, ରମ୍ଭା ବନାଞ୍ଚଳ ଅଧିକାରୀ ମାନସ ମହାପାତ୍ର, ନୂଆପଡ଼ା ବନାଞ୍ଚଳ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବେହେରା ଓ ସାତପଡା ବନାଞ୍ଚଳ ଅଧିକାରୀ ରଞ୍ଜନ କୁମାର ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ। ନାଟ୍ୟକାର ଧନେଶ୍ୱର ବିଧାର ଙ୍କ ଦ୍ଵାରା ରଚିତ ମଞ୍ଚସ୍ଥ ନାଟକ ଚିଲିକା କୋଳେ ହସେ ବିହଙ୍ଗ ପରିବେଷଣ କରାଯାଇଥିଲା। ନିର୍ଦ୍ଦେଶକ ରତ୍ନାକର ପ୍ରଧାନ ଙ୍କୁ ସମସ୍ତେ ସାଧୁବାଦ୍ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମ ରେ ଚିତ୍ରାଙ୍କନ ପ୍ରତିଯୋଗୀତା ରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ଓ କଳାକାର ମାନଙ୍କୁ ଟ୍ରଫି ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମଙ୍ଗଳା ଯୋଡ଼ି, ସାତପଡା, ବ୍ରାହ୍ମଣୀ ଦେଓ, ରମ୍ଭା ବାଲୁଗାଁ ର ପକ୍ଷୀ ପ୍ରେମୀ ମାନଙ୍କୁ ସମ୍ମାନିତ କରାଗଲା। ଏହି କାର୍ଯ୍ୟକ୍ରମ ରେ ବାଲୁଗାଁ କଲେଜ ର NSS ଛାତ୍ର ଛାତ୍ରୀ ମଧ୍ୟ ଯୋଗ ଦେଇଥିଲେ।

ଚନ୍ଦ୍ରାପୁଟ ଚିଲିକା ବନ୍ୟପ୍ରାଣୀ ଡିଭିଜନ୍ ବନ୍ୟପ୍ରାଣୀ ସପ୍ତାହ ପାଳିତ ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁରେ ଆଉ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

October 14, 2026

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026
Latest News

ୟେମେନର ରାଷ୍ଟ୍ରପତି ଭବନରେ ହୁତି ଆକ୍ରମଣ: ୫ ମୃତ ଓ ୧୬ ଆହତ

October 16, 2026

୭.୦ ତୀବ୍ରତାର ଭୂକମ୍ପରେ ଥରିଲା ରୁଷର କାମଚାଟ୍‌କା ଉପଦ୍ୱୀପ

October 16, 2026

ଦୀପାବଳି ପୂର୍ବରୁ ବୋନସ୍ ଘୋଷଣା କଲେ କେନ୍ଦ୍ର ସରକାର: ଜାଣନ୍ତୁ କାହାକୁ ମିଳିବ ଉପହାର?

October 16, 2026

CJI ଙ୍କ ଉପରେ ବୟାନକୁ ନେଇ ସୁପ୍ରିମକୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ: ସଞ୍ଜୟ ରାଉତଙ୍କଠାରୁ ମାଗିଲେ ସ୍ପଷ୍ଟୀକରଣ

October 16, 2026

ଭାରତର ସବୁଠାରୁ ବଡ଼ ଆଇପିଓ ପୂର୍ବରୁ ଜିଓ ରଖିଲା ଆଗାମୀ ରୋଡମ୍ୟାପ୍

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.