Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଣମାଧ୍ୟମ ବିକାଶ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର: ପିଆଇବି ଏଡିଜି
ଆଜିର ଖବର

ଗଣମାଧ୍ୟମ ବିକାଶ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର: ପିଆଇବି ଏଡିଜି

October 15, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଗଣମାଧ୍ୟମ ବିକାଶ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର: ପିଆଇବି ଏଡିଜି
ଗଣମାଧ୍ୟମ ବିକାଶ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର: ପିଆଇବି ଏଡିଜି

କୋଣାର୍କ: ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ତୃଣମୂଳସ୍ତରରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସରକାର ଏବଂ ଗଣମାଧ୍ୟମ ମଧ୍ୟରେ ସମ୍ପର୍କ ସ୍ଥାପନ ଲାଗି ଆଜି ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ପୁରୀ ଜିଲ୍ଲାର କୋଣାର୍କ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ଓ ସାମ୍ବାଦିକ  ଯୋଗଦେଇ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି ସହ ସେଗୁଡ଼ିକର ପ୍ରଭାବୀ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଓଡ଼ିଶା ଏବଂ ଝାଡ଼ଖଣ୍ଡ ପ୍ରାନ୍ତ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ତଥା ଅତିରିକ୍ତ ପ୍ରେସ୍‌ ରେଜିଷ୍ଟ୍ରାର ଜେନେରାଲ ଅଖିଳ କୁମାର ମିଶ୍ର କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଗଣମାଧ୍ୟମକୁ ବିକାଶ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ରୂପେ ଅଭିହିତ କରିଛନ୍ତି। ସେ କହିଛନ୍ତି, ଲୋକସମ୍ପର୍କ ସ୍ଥାପନ କରିବା ଏବଂ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ତୃଣମୂଳସ୍ତରରେ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କୁ ସବୁବେଳେ ଭଲ ଯୋଗାଯୋଗକାରୀଙ୍କର ଆବଶ୍ୟକତା ରହିଛି। ସାମାଜିକ ସମସ୍ୟାର ସମାଧାନ କରିବା ଏବଂ ବିକାଶକୁ ତ୍ୱରାନ୍ୱିତ କରିବା ଲାଗି ଦ୍ୱିପାକ୍ଷିକ ଯୋଗାଯୋଗ ଏବଂ ପାରସ୍ପରିକ ମତବିନିମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଏଡିଜି ଶ୍ରୀ ମିଶ୍ର କହିଛନ୍ତି । ଏଭଳି ସ୍ଥିତିରେ ବାର୍ତ୍ତାଳାପ ଭଳି କାର୍ଯ୍ୟକ୍ରମର ଆୟୋଜନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଭୁବନେଶ୍ୱର ସିଜିଏସଟି ଯୁଗ୍ମ ଆୟୁକ୍ତ ଡି କଲ୍ୟାଣ ଚକ୍ରବର୍ତ୍ତୀ କାର୍ଯ୍ୟକ୍ରମରେ ‘‘ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ଏବଂ ଏହାର ଲାଭ’’ ସମ୍ପର୍କରେ ମତ ରଖିଥିଲେ। ସେ କହିଥିଲେ, ଆତ୍ମନିର୍ଭର ଭାରତର ଲକ୍ଷ୍ୟକୁ ସାକାର କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ନିକଟରେ ବସ୍ତୁ ଓ ସେବା କର (ଜିଏସଟି) ଦରକୁ ଯୁକ୍ତିସଂଗତ କରିଛନ୍ତି। ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ଗତ ସେପ୍ଟେମ୍ବର 22 ତାରିଖ ଠାରୁ ଲାଗୁ ହୋଇଛି। ନୂଆ ଜିଏସଟି ଦର ଦେଶର ଗରିବ ଏବଂ ମଧ୍ୟବିତ୍ତ ବର୍ଗ ସମେତ ସବୁ ବର୍ଗର ଲୋକଙ୍କୁ ଲାଭ ଦେବ। ଏହା ଦେଶର ଅର୍ଥବ୍ୟବସ୍ଥାକୁ ମଧ୍ୟ ପ୍ରୋତ୍ସାହିତ କରିବ। ଜିଏସଟି କମିବା ଫଳରେ ବିଭିନ୍ନ ସାମଗ୍ରୀର ଦର ହ୍ରାସ ପାଇଛି। ଏହା ବ୍ୟବହାର ଏବଂ ଉତ୍ପାଦନ ବଢ଼ାଇବା ସହିତ ଦେଶର ଜିଡିପି ବିକାଶରେ ଯୋଗଦାନ ଦେବ ବୋଲି ଶ୍ରୀ ଚକ୍ରବର୍ତ୍ତୀ କହିଥିଲେ। ଏହି ଅବସରରେ ସେ ଜିଏସଟି ଟିକସ ହାରରେ ହୋଇଥିବା ପରବର୍ତ୍ତନ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।

ବରିଷ୍ଠ ସାମ୍ବାଦିକ ତଥା ଦୈନିକ ସମୟର ମୁଖ୍ୟ ସମ୍ପାଦକ ଗୁରୁକଲ୍ୟାଣ ମହାପାତ୍ର ତାଙ୍କ ବକ୍ତବ୍ୟରେ ମାତୃଭାଷାର ଗୁରୁତ୍ୱ ଏବଂ ଆଞ୍ଚଳିକ ଭାଷାରେ ସମ୍ବାଦପତ୍ରର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ସେ ଜିଏସଟି ସଂସ୍କାର ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ ମତ ରଖିଥିଲେ। ବିଶେଷ କରି କୃଷି ଏବଂ ମତ୍ସ୍ୟପାଳନ କ୍ଷେତ୍ରରେ ପ୍ରଣୟନ ହୋଇଥିବା ଯୋଜନା ଓଡ଼ିଶାର ଚାଷୀ ଏବଂ ମତ୍ସ୍ୟଜୀବୀଙ୍କୁ ଲାଭ ଦେଉଥିବା ସେ କହିଥିଲେ। ଏସବୁ କଲ୍ୟାଣକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଶ୍ରୀ ମହାପାତ୍ର କହିବା ସହିତ ବିକାଶମୂଳକ ସାମ୍ବାଦିକତା ଉପରେ ଗୁରୁତ୍ୱ ଦେବାକୁ ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇଥିଲେ।

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱରର ସହାୟକ ନିର୍ଦ୍ଦେଶକ ତଥା ବାର୍ତ୍ତାଳାପର ନୋଡାଲ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବର୍ତ୍ତାଳାପର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱରର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି ଧନ୍ୟବାଦ ଅର୍ପଣ କରିଥିଲେ। ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ କର୍ମଶାଳାର ଉଦଘାଟନୀ ପର୍ଯ୍ୟାୟକୁ ପରିଚାଳନା କରିଥିଲେ। ସିବିସି ଭୁବନେଶ୍ୱରର କ୍ଷେତ୍ର ପ୍ରଚାର ଅଧିକାରୀ ସସ୍ମିତା ପାଇକରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଅଂଶଗ୍ରହଣ କରି ଅଧିକାରୀଙ୍କ ସହିତ ବିଭିନ୍ନ ଯୋଜନା ଓ ଗଣମାଧ୍ୟମ ସହ ଜଡ଼ିତ ପ୍ରସଙ୍ଗରେ ମତ ବିନିମୟ କରିଥିଲେ।

ଅଖିଳ କୁମାର ମିଶ୍ର ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା କୋଣାର୍କ ପିଆଇବି ଏଡିଜି
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ଗଠନ କଲା କମିଟ, ଜାଣନ୍ତୁ କେଉଁମାନେ ରହିଲେ ସଦସ୍ୟ

October 15, 2025

୨୦୨୫-୨୬ ରଣଜୀ ଟ୍ରଫି: ବୈଭବ ସୂର୍ଯ୍ୟବଂଶୀ ଫ୍ଲପ୍, ଚମକିଲେ ଇଶାନ କିଶାନ, ମହମ୍ମଦ ଶାମି

October 15, 2025

ଭୁବନେଶ୍ୱରରେ ଆଇସିଏଆର-ସିଆଇଡବ୍ଲୁଏ ଦ୍ୱାରା ରାଷ୍ଟ୍ରୀୟ ମହିଳା କିଷାନ ଦିବସ ପାଳିତ

October 15, 2025

ବିଶ୍ୱ ଆର୍ଥିକ ଅସ୍ଥିରତା ମଧ୍ୟରେ ଭାରତ ଏକ ବିକାଶ ସ୍ତମ୍ଭ: ଜିଡିପି ଅଭିବୃଦ୍ଧି ଆକଳନ କଲା ଆଇଏମଏଫ

October 15, 2025
Latest News

ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ଗଠନ କଲା କମିଟ, ଜାଣନ୍ତୁ କେଉଁମାନେ ରହିଲେ ସଦସ୍ୟ

October 15, 2025

୨୦୨୫-୨୬ ରଣଜୀ ଟ୍ରଫି: ବୈଭବ ସୂର୍ଯ୍ୟବଂଶୀ ଫ୍ଲପ୍, ଚମକିଲେ ଇଶାନ କିଶାନ, ମହମ୍ମଦ ଶାମି

October 15, 2025

ଭୁବନେଶ୍ୱରରେ ଆଇସିଏଆର-ସିଆଇଡବ୍ଲୁଏ ଦ୍ୱାରା ରାଷ୍ଟ୍ରୀୟ ମହିଳା କିଷାନ ଦିବସ ପାଳିତ

October 15, 2025

ବିଶ୍ୱ ଆର୍ଥିକ ଅସ୍ଥିରତା ମଧ୍ୟରେ ଭାରତ ଏକ ବିକାଶ ସ୍ତମ୍ଭ: ଜିଡିପି ଅଭିବୃଦ୍ଧି ଆକଳନ କଲା ଆଇଏମଏଫ

October 15, 2025

Big Breaking: ନୂଆପଡା ଉପନିର୍ବାଚନ ପାଇଁ ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡ଼ି ପ୍ରାର୍ଥୀ

October 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.