Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବିଦ୍ୟାଳୟରେ ବିଶ୍ୱ ବାଣିଜ୍ୟିକ ସଂଗଠନ ପରିଚାଳନା ସମ୍ପର୍କିତ ଜାତୀୟ ଆଲୋଚନଚକ୍ର
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ବିଶ୍ୱ ବାଣିଜ୍ୟିକ ସଂଗଠନ ପରିଚାଳନା ସମ୍ପର୍କିତ ଜାତୀୟ ଆଲୋଚନଚକ୍ର

October 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ ମହାବିଦ୍ୟାଳୟରେ ବିଶ୍ୱ ବାଣିଜ୍ୟିକ ସଂଗଠନ ପରିଚାଳନା ସମ୍ପର୍କିତ ଜାତୀୟ ଆଲୋଚନଚକ୍ର
ବାଲୁଗାଁ ମହାବିଦ୍ୟାଳୟରେ ବିଶ୍ୱ ବାଣିଜ୍ୟିକ ସଂଗଠନ ପରିଚାଳନା ସମ୍ପର୍କିତ ଜାତୀୟ ଆଲୋଚନଚକ୍ର

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଆଜି “ବିଶ୍ୱ ବାଣିଜ୍ୟିକ ସଂଗଠନର ପରିଚାଳନାରେ ଭାରତର ହସ୍ତକ୍ଷେପ ଓ ବିଘଟନ” ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।  ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି ଆଲୋଚନଚକ୍ରକୁ ଉଦଘାଟନ କରିବାପରେ ଅଧ୍ୟକ୍ଷ ଡ଼କ୍ଟର ଲଷ୍ମୀଧର ସୁବୁଦ୍ଧି ଆମନ୍ତ୍ରିତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅଧ୍ୟାପିକା ସୁନିତା ନନ୍ଦ ଅତିଥି ପରିଚୟ ପ୍ରଦାନ କରିବା ପରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ସୁବାସ ଶ୍ରୀଚନ୍ଦନ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ।

ଅଧ୍ୟକ୍ଷ ଡ଼କ୍ଟର ଲକ୍ଷ୍ମୀଧର ସୁବୁଦ୍ଧି ସମସ୍ତଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିବା ସହ ଏହି ଜାତୀୟ ଆଲୋଚନଚକ୍ରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହାପରେ ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ବିଜୟ କୁମାର ମହାନ୍ତି ପ୍ରାକ – ସ୍ୱାଧୀନତା ଓ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଭାରତର ଅର୍ଥନୈତିକ ବିକାଶ, ରପ୍ତାନି କାରବାର,ଅନ୍ତର୍ଜାତୀୟ ସମ୍ପର୍କ ସହିତ ରାଜନୈତିକ ଅର୍ଥନୀତି, ବିଶ୍ୱ ବାଣିଜ୍ୟିକ ସଂଗଠନର ପରିଚାଳନାଗତ ନିୟମ ସମେତ ଆତ୍ମନିର୍ଭର ଭାରତର ସଙ୍କଳ୍ପ ଓ ସୁଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ଅନ୍ୟତମ ପ୍ରମୁଖ ବକ୍ତାଭାବେ ବଣିକ ଆଇଏଏସ କୋଚିଂର ମୁଖ୍ୟ ପରାମର୍ଶଦାତା ଡ଼କ୍ଟର ପ୍ରମୋଦ କୁମାର ପାଢ଼ୀ ଯୋଗଦେଇ ଭାରତର ସାମଗ୍ରିକ ବିଚକ୍ଷଣତା, ଦକ୍ଷ ମାନବ ସମ୍ବଳ, ପ୍ରାକୃତିକ ସମ୍ବଳ, ଦୁର୍ମୁଲ୍ୟ କୃଷିଜାତ ଦ୍ରବ୍ୟ, ରପ୍ତାନି ସାମଗ୍ରୀ ଓ ଆତ୍ମ ନିର୍ଭର ଭାରତ ସଙ୍କଳ୍ପ ଜରିଆରେ ଦ୍ରୁତ ଅର୍ଥନୈତିକ ପ୍ରଗତି ହାସଲ କରି କିପରି ବିଶ୍ୱରେ ନିଜର ପ୍ରଭାବ ବିସ୍ତାର କରିବାକୁ ଯାଉଛି, ତାହା ଉଲ୍ଲେଖ କରିଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ସହଯୋଗୀ ପ୍ରଫେସର ଡ଼କ୍ଟର ବୈକୁଣ୍ଠ ସ୍ୱାଇଁ କହିଲେ ଯେ ଆମେରିକା ରାଷ୍ଟ୍ରପତି ଟ୍ରମ୍ଫଙ୍କର ଭାରତ ପ୍ରତି କଠୋର ମନୋଭାଵ ଭାରତ ପାଇଁ ଏକ ଆହ୍ୱାନ ଓ ସୁଯୋଗ। ଏଥିସହ୍ ଆତ୍ମନିର୍ଭର ଓ ବିକଶିତ ରାଷ୍ଟ୍ର ଭାବେ ଭାରତର ସଙ୍କଳ୍ପ ବିଶ୍ୱ ବାଣିଜ୍ୟିକ ସଂଗଠନକୁ ମଧ୍ୟ ପ୍ରଭାବିତ କରିଛି ବୋଲି ସେ କହିଥିଲେ।

ଏହାପରେ ପ୍ରଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ଆଲୋଚକ ଭାବେ ଅଧ୍ୟାପକ ଆଦିତ୍ୟ ସାରଥୀ ବେଦମତ୍ତା, ଅଧ୍ୟାପକ ସନ୍ତୋଷ କୁମାର ଶତପଥୀ, ଅଧ୍ୟାପକ ହିମାଂଶୁ କୁମାର ଦାଶ, ଅଧ୍ୟାପିକା ପିଙ୍କି ନାୟକ ଯୋଗଦେଇ ବିଶ୍ୱ ବାଣିଜ୍ୟିକ ସଂଗଠନର ଦାୟିତ୍ୱ,ଭବିଷ୍ୟତ ଓ ଏହା ପ୍ରତି ଭାରତର ସମ୍ପର୍କ ପ୍ରସଙ୍ଗରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ଛାତ୍ରୀ ଦୀପାଞ୍ଜଳି ସାମନ୍ତରାୟ, ସଂଗ୍ରାମ କେଶରୀ ବେହେରା, ଶ୍ୟାମଲି ନାୟକ,ପପିନା ବଲବନ୍ତରାୟ୍, ଯସ୍ମିନ ବେଗମ, ପ୍ରଜ୍ଞା ସ୍ମିତା ସାହୁ,କାର୍ତ୍ତିକେଶ୍ୱର ଜେନା ନିଜର ପ୍ରବନ୍ଧ ଉପସ୍ଥାପନ କରିଥିଲେ। ଅଧ୍ୟାପକ ଡ଼କ୍ଟର କୈଳାସ ଚନ୍ଦ୍ର ମହାରଣା କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ସ୍ନିଗ୍ଧାରାଣୀ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅଧ୍ୟାପକ ହିମାଂଶୁ କୁମାର ଦାଶ।

ଜାତୀୟ ଆଲୋଚନଚକ୍ର ବାଲୁଗାଁ ମହାବିଦ୍ୟାଳୟ ବିଶ୍ୱ ବାଣିଜ୍ୟିକ ସଂଗଠନ ପରିଚାଳନା
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026
Latest News

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.