Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ସହ କୃଷିର ଘରୋଇ କରଣ ବନ୍ଦ ପାଇଁ ଆହ୍ବାନ
ଆଜିର ଖବର

କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ସହ କୃଷିର ଘରୋଇ କରଣ ବନ୍ଦ ପାଇଁ ଆହ୍ବାନ

October 28, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ସହ କୃଷିର ଘରୋଇ କରଣ ବନ୍ଦ ପାଇଁ ଆହ୍ବାନ
କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ସହ କୃଷିର ଘରୋଇ କରଣ ବନ୍ଦ ପାଇଁ ଆହ୍ବାନ

ରଣପୁର: ଶହୀଦ୍ ରଘୁ ଦିବାକରଙ୍କ ଜନ୍ମ ସ୍ଥାନ ଐତିହାସିକ ରଣପୁର ମାଟିର ମଣିନାଗ ପୀଠରେ ଗତ ଅକ୍ଟୋବର ୨୬ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିଥିବା କୃଷକ ସଭାର ୨୫ ତମ ରାଜ୍ୟ ସମ୍ମିଳନୀର ପ୍ରତିନିଧି ଅଧିବେଶନ ଆଜି ଶେଷ ହୋଇଛି। ସଙ୍ଗଠନର ଲାଲ ଝଣ୍ଡାକୁ ରାଜ୍ୟ ସଭାପତି ଜମ୍ବେଶ୍ଵର ସାମନ୍ତରାୟ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରି ଥିଲା ବେଳେ ସଙ୍ଗଠନର ରାଜ୍ୟ ଓ କେନ୍ଦ୍ରୀୟ ନେତୃବୃନ୍ଦ ଙ୍କ ସମେତ ପ୍ରତିନିଧି ମାନେ ଶହୀଦ୍ ବେଦିରେ ମାଲ୍ୟାର୍ପଣ କରିଥିଲେ। ଗତ ତିନି ବର୍ଷ ମଧ୍ୟରେ ଗଣତାନ୍ତ୍ରିକ ଆନ୍ଦୋଳନରେ ଶହୀଦ୍ ହୋଇ ଥିବା ସାଥୀ ଓ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟରେ ସମ୍ମିଳନୀ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଏକ ମିନିଟ୍ ଦଣ୍ଡାୟମାନ ପୂର୍ବକ ନୀରବତା ଅବଲମ୍ବନ କରାଯାଇଥିଲା।

ଏହି ସମ୍ମିଳନୀ ଜମ୍ବେଶ୍ଵର ସାମନ୍ତରାୟ, ହରେକୃଷ୍ଣ ରେଡ଼ି, ଚନ୍ଦ୍ରଶେଖର ନାୟକ, ମୀନା ରାଣୀ ପ୍ରଧାନ,ସାଲ ମାରାଣ୍ଡି,ବୁଧନୀ ମୁଣ୍ଡାରୀ ଓ ଗଣେଶ୍ୱର ନାୟକଙ୍କ ସଭାପତି ମଣ୍ଡଳୀର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଞ୍ଜୁକ୍ତ କିଷାନ ସଭାର ସର୍ବ ଭାରତୀୟ ନେତା ତଥା ପୂର୍ବତନ ସାଂସଦ କମ୍ରେଡ ହାନନ୍ ମୋଲ୍ଲା ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରି ସଙ୍କଟ ଜର୍ଜରିତ କୃଷି ବ୍ୟବସ୍ଥା ପ୍ରତି ଉଦବେଗ ପ୍ରକାଶ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତି ହିଁ ଏଥିପାଇଁ ଦାୟୀ ବୋଲି ମତବ୍ୟକ୍ତ କରିଥିଲେ।

ଏହି ପରିସ୍ଥିତିରେ କେନ୍ଦ୍ର ମୋଦୀ ସରକାରଙ୍କ ଆମେରିକା ଓ ଲଣ୍ଡନ ସହ କୃଷି ଜାତୀୟ ଦ୍ରବ୍ୟର ଆମଦାନୀ ପାଇଁ କରିଥିବା ଚୁକ୍ତି ଚାଷୀ ସଙ୍କଟ କୁ ଅଧିକ ରୁ ଅଧିକ ବୃଦ୍ଧି କରିବ ବୋଲି ଅଭିଯୋଗ କରିଥିଲେ। ଏହା ବିରୁଦ୍ଧରେ ଦ୍ବିତୀୟ ଐତିହାସିକ ଚାଷି ଆନ୍ଦୋଳନ କରିବା ପାଇଁ ଆହ୍ବାନ ଦେଇଥିଲେ। ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ
ସମ୍ମିଳନୀରେ ଆଗତ କରିଥିବା ସାଙ୍ଗଠନିକ ଓ ରାଜନୈତିକ ରିପୋର୍ଟ ଉପରେ ପ୍ରତିନିଧି ମାନେ ଆଲୋଚନା କରି ରିପୋର୍ଟ କୁ ସମୃଦ୍ଧ କରିଥିଲେ।

ସମ୍ମିଳନୀରେ ଏକ ୫୧ ଜଣିଆ ରାଜ୍ୟ କମିଟି ଓ ୧୭ ଜଣିଆ କର୍ମ କର୍ତ୍ତା କମିଟି ନିର୍ବାଚିତ ହୋଇଥିଲା ବେଳେ ରାଜ୍ୟ ସଭାପତି ଭାବେ ସିତାଂସୁ ସେନାପତି, ସାଧାରଣ ସଂପାଦକ ଭାବେ ଜମ୍ବେଶ୍ଵର ସାମନ୍ତରାୟ ଓ କୋଷାଧ୍ୟକ୍ଷ ଭାବେ ସାଥୀ ଅଭିରାମ ବେହେରା ନିର୍ବାଚିତ ହୋଇଛନ୍ତି। ଭବିଷ୍ୟତ ରେ ସଂଗଠନ ପକ୍ଷରୁ ସ୍ଵାମୀ ନାଥନ ଙ୍କ ପ୍ରସ୍ତାବିତ ଫସଲର ଲାଭଜନକ ଦର ପାଇଁ, ଭୂମି ହିନକୁ ଏକ ଏକର ଚାଷ ଜମି ଓ ୧୦ ଡେସିମିଲି ଘର ଡିହ, ଭାଗଚାଷୀ ଆଇନ ଲାଗୁ,ଆଦିବାସୀ ଙ୍କୁ ଜଙ୍ଗଲ ଜମିର ଅଧିକାର, ଚାଷି ରୁଣ ଛାଡ଼, ବ୍ଳକ ସ୍ତରରେ ସମବାୟ ଭିତ୍ତିକ ଶୀତଳ ଭଣ୍ଡାର ନିର୍ମାଣ, ଜନ ବିରୋଧି ବିଦ୍ୟୁତ ବିଲି ୨୦୨୨ ର ପ୍ରତ୍ୟାହାର, ବେକାରୀଙ୍କ ବ୍ୟାପକ ନିଯୁକ୍ତି, ୪ ଟି ଶ୍ରମ କୋଡ଼ ବାତିଲ ସହ ମୂଲିଆ ମାନଙ୍କୁ ଦୈନିକ ୬୦୦ ଟଙ୍କା ମଜୁରୀ ଓ ବର୍ଷ କୁ ୨୦୦ ଦିନ କାର୍ଯ୍ୟ ପାଇଁ ଦୁର୍ବାର ଆନ୍ଦୋଳନ କରାଯିବ ପାଇଁ ପ୍ରସ୍ତାବ ମାନ ଗ୍ରହଣ କରାଯାଇଛି।

ପରିଶେଷରେ ଅଖିଳ ଭାରତ କିଷାନ ସଂଘ ର ସର୍ବ ଭାରତୀୟ ସାଧାରଣ ସମ୍ପାଦକ ବିଜୁ କ୍ରୀଷ୍ଣନ ସମ୍ମିଳନୀ ରେ ଉଜାପନୀ ବକ୍ତବ୍ୟ ପ୍ରଦାନ କରି ମୋଦୀ ସରକାର ଙ୍କ ସାମ୍ପ୍ରଦାୟିକ ରାଜନୀତିକୁ ନିନ୍ଦା କରି ସଙ୍ଗଠନ କୁ ଗାଁଏ ଗାଁଏ ଗଢ଼ି ତୋଳିବାକୁ ଆହ୍ବାନ ଦେଇଥିଲେ। ସମ୍ମିଳନୀ କୁ ସଫଳ କରିବା ରେ ରଣପୁର ବାସୀଙ୍କ ଅକୁଣ୍ଠ ଚିତ ସାହାଯ୍ୟ ସହଯୋଗ ପାଇଁ ସମ୍ମିଳନୀ ତରଫରୁ ଧନ୍ୟବାଦ ଦିଆଯାଇଥିଲା।

ଅଭ୍ୟର୍ଥନା କମିଟିର ସମ୍ପାଦକ ହରିଶ୍ଚନ୍ଦ୍ର ମିଶ୍ର କେନ୍ଦ୍ରୀୟ ନେତୃତ୍ବ, ରାଜ୍ୟ ନେତୃତ୍ୱ ଓ ସମସ୍ତ ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଦେବା ସହ ସମ୍ମିଳନୀ ର ସଫଳତା କାମନା କରିଥିଲେ। ଭାତୃ ପ୍ରତିମ ସଙ୍ଗଠନ ସିଆଇଟିୟୁ ର ରାଜ୍ୟ ନେତ୍ରୀ ପୁଷ୍ପା ଦାସ,ଯୁବ ନେତା ସରୋଜ ନାୟକ,ମହିଳା ନେତ୍ରୀ ଜ୍ୟୋତି ପ୍ରଭା ଜେନା ଓ କ୍ଷେତ ମଜଦୂର ୟୁନିୟନ ରାଜ୍ୟ ନେତା ନିତ୍ୟାନନ୍ଦ ପରିଡ଼ା ସମ୍ମିଳନୀର ସଫଳତା କାମନା କରିଥିଲେ। ରାଜ୍ୟ ସମ୍ମିଳନୀକୁ ସଫଳ କରିବା ରେ ନୟାଗଡ଼ ଜିଲ୍ଲାର ସାଥୀ ବିଶ୍ବନାଥ ମହାପାତ୍ର,ଗୋଲକ ମୁଦୁଲି, ବୈକୁଣ୍ଠ ଖୁଣ୍ଟିଆ, ଶରତ ବେହେରା, ନିତ୍ୟାନନ୍ଦ ପରିଡ଼ା,ସୁରେଶ ସ୍ବାଇଁ, ଗଦାଧର ପ୍ରଧାନ, ଦୁଃଶାସନ ଜେନା, ରଜତ ଜେନା, ସୁଶୀଲ ମହାନ୍ତି ଓ ସବ୍ୟସାଚୀ ସେନାପତି ପ୍ରମୁଖ ସର୍ବ ଚେଷ୍ଟା କରିଥିଲେ।

ଓଡିଶା କୃଷକ ସଭା କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଘରୋଇ କରଣ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.