Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ନୂଆପଡାରେ ପ୍ରଚାର ନ କରି ଆମେରିକା ପଳାଉଥିଲେ ବିଜେଡି ନେତା, ତୁରନ୍ତ ଆସିବାକୁ ନିର୍ଦ୍ଦେଶ ଦେଲେ ନବୀନ
ନିର୍ବାଚନ ଖବର

ନୂଆପଡାରେ ପ୍ରଚାର ନ କରି ଆମେରିକା ପଳାଉଥିଲେ ବିଜେଡି ନେତା, ତୁରନ୍ତ ଆସିବାକୁ ନିର୍ଦ୍ଦେଶ ଦେଲେ ନବୀନ

October 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନୂଆପଡାରେ ପ୍ରଚାର
ନୂଆପଡାରେ ପ୍ରଚାର ନ କରି ଆମେରିକା ପଳାଉଥିଲେ ବିଜେଡି ନେତା, ତୁରନ୍ତ ପହଁଚିବାକୁ ନିର୍ଦ୍ଦେଶ ଦେଲେ ନବୀନ

ନୂଆପଡାରେ ପ୍ରଚାର: ବର୍ତ୍ତମାନ ନୂଆପ଼ଡା ଉପନିର୍ବାଚନ ନେଇ ରାଜ୍ୟ ରାଜନୀତି ବେଶ ସରଗରମ। ଏହି ନିର୍ବାଚନ ଶାସକ ବିଜେପି ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ ବିଜେଡି ପାଇଁ ମଧ୍ୟ ସେତିକି ମର୍ଯ୍ୟଦାପୂର୍ଣ୍ଣ। ଏହି ନିର୍ବାଚନରେ କିପରି ନିଜ ପ୍ରାର୍ଥୀ ଜିତିବେ ସେ ନେଇ ତିନି ପ୍ରମୁଖ ଦଳ ଶତଚେଷ୍ଠା କରିବାରେ ଲାଗିଛନ୍ତି। ବର୍ତ୍ତମାନ ସବୁଦଳର ନେତା ଭୁବନେଶ୍ବର ଛାଡି ନୂଆପଡାରେ ଡେରା ପକାଇଛନ୍ତି। ମିନି ଭୁବନେଶ୍ବର ପାଲଟିଛି ନୂଆପଡା।

ତେବେ ଏହି ପ୍ରଚାର ସରଗରମ ଭିତରେ ଏକ ନୂଆ ଖବର ଆସିଛି। ତାହା ହେଲା ଯେ, ବିଜେଡିର ଜଣେ ଆଦିବାସୀ ନେତା ନୂଆପଡାରେ ପ୍ରଚାର ନ କରି ଆମେରିକା ଖସି ପଳାଉଥିଲେ। ଯାହାକୁ ନେଇ ଦଳ ଭିତରେ ବେଶ ଚର୍ଚ୍ଚା ଆଲୋଚନା ହେବାରେ ଲାଗିଲା। କାରଣ ହେଲା ବର୍ତ୍ତମାନ ନୂଆପଡାରେ ଆଦିବାସୀଙ୍କ ନିଜ ପକ୍ଷରେ ନେବାକୁ ତିନି ଦଳ ଚେଷ୍ଠା କରୁଥିବା ବେଳେ ବିଜେଡିର ଏହି ଆଦିବାସୀ ସାଂସଦ ପ୍ରଚାର ନ କରି ଆମେରିକା ଯାଉଥିବାରୁ ଦଳୀୟ ନେତାମାନେ ହଜମ କରିପାରିଲେ ନାହିଁ।

ତେବେ ଯେଉଁ ବିଜେଡି ସାଂସଦଙ୍କ କଥା ଆମେ କହୁଛୁ ସେ ହେଉଛନ୍ତି ନିରଂଜନ ବିଶି। ଏହି ରାଜ୍ୟସଭା ସାଂସଦ ନୂଆପଡା ପ୍ରଚାରରେ ଉପସ୍ଥିତ ନ ରହିବାରୁ ଦଳୀୟ ନେତାମାନେ ନବୀନ ନିବାସକୁ ଖବର ଦେଲେ। ନବୀନ ନିବାସ ଅନ୍ୟତମ ସାଂସଦ ସସ୍ମିତ ପାତ୍ରଙ୍କୁ ତାଙ୍କୁ ଖୋଜି ଆଣିବାକୁ ନିୟୋଜିତ କରାଗଲା। ସସ୍ମିତ ତାଙ୍କ ନେଟୱାର୍କ ଲଗାଇ ଖୋଜିବା ପରେ ଜାଣିଲେ ଯେ, ସେ ମୁମ୍ବାଇରେ ଅଛନ୍ତି। ଆମେରିକା ଯିବା ପାଇଁ ସେଠାରେ ଅପେକ୍ଷା କରିଛନ୍ତି।

ସସ୍ମିତ ପାତ୍ର ନବୀନ ନିବାସକୁ ଏହି ଖବର ଦେଲେ। ସେ କହିଲେ ଯେ ନିରଞ୍ଜନ ବିଶି ସଂସଦୀୟ କମିଟ ଭ୍ରମଣରେ ଆମେରିକା ଯାଉଛନ୍ତି। ଏହାକୁ ନେଇ କୁଆଡେ ନବୀନ ଉତକ୍ଷିପ୍ତ ହେଲେ, ତୁରନ୍ତ ସେଠାରୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଗଲା। ଫଳରେ ସସ୍ମିତ ନିରଞ୍ଜନଙ୍କ ପାଇଁ ଏକ ଫେରନ୍ତା ଟିକେଟ କରି ରାୟପୁରକୁ ଆଣିଲେ। ଏହାପରେ ନିରଞ୍ଜନ ରାୟପୁରରୁ ନୂଆପଡାରେ ପହଞ୍ଚିଥିବାର ଜଣାପଡିଛି।

ତେବେ ନୂଆପଡା ଉପନିର୍ବାଚନ ଚାଲିଥିବା ବେଳେ କଣ ପାଇଁ ନିରଂଜନ ମଇଦାନ ଛାଡି ବିଦେଶ ଯାଉଥିଲେ ସେ ନେଇ ପ୍ରଶ୍ନ ଉଠିଛି। ଯଦି ସେ ଆମେରିକା ଯାଉଥିଲେ ତେବେ ସେ ଦଳର ମୁଖିଆଙ୍କର ଅନୁମତି ନେଇଛନ୍ତି କି ନାହିଁ ତାହା ମଧ୍ୟ ଏକ ଚର୍ଚ୍ଚାର ବିଷୟ ହୋଇଛି।

ନିରଞ୍ଜନ ବିଶି ନୂଆପଡା ନୂଆପଡା ଉପନିର୍ବାଚନ ନୂଆପଡାରେ ପ୍ରଚାର ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026

୭୦ତମ “ଅତି ବିଶିଷ୍ଟ ରେଳ ସେବା ପୁରଷ୍କାର- ୨୦୨୫” ରେ ସମ୍ମାନିତ ହେଲେ ୧୦୦ କର୍ମଚାରୀ

January 9, 2026

ଓଡିଶା ଦକ୍ଷତା ପ୍ରତିଯୋଗିତାର ସମାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

January 9, 2026

ନାଚୁଣୀ: ଆସନ୍ତା ୧୧ରେ ମାଗଣା ସ୍ବାସ୍ଥ୍ୟ ଶିବିର ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ, ଉଦଘାଟନ କରିବେ ଆଇନ ମନ୍ତ୍ରୀ

January 9, 2026
Latest News

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026

ବାଲୁଗାଁ କଲେଜରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.