Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ନୂଆପଡ଼ା ଉପ ନିର୍ବାଚନ: ୩ ପ୍ରମୁଖ ରାଜନୈତିକ ଦଳର ଜୋର୍‌ସୋର୍‌ରେ ପ୍ରଚାର ଜାରି
ନିର୍ବାଚନ ଖବର

ନୂଆପଡ଼ା ଉପ ନିର୍ବାଚନ: ୩ ପ୍ରମୁଖ ରାଜନୈତିକ ଦଳର ଜୋର୍‌ସୋର୍‌ରେ ପ୍ରଚାର ଜାରି

October 30, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ନୂଆପଡ଼ା ଉପନିର୍ବାଚନ
Spesial Story on Nuapada election campaign

ଭୁବନେଶ୍ଵର: ପାଖେଇ ଆସୁଛି ନୂଆପଡ଼ା ଉପନିର୍ବାଚନ। ବିଜୟ ହାସଲ ଲକ୍ଷ୍ୟରେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ନିଜନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଲାଗି ପଡ଼ିଛନ୍ତି। ଏହି ଧାରାରେ ସରକାରରେ ଥିବା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ତଥା ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର ଜୟ ଢୋଲକିଆ ଆଜି କୋମନା ବ୍ଲକ୍ ଅନ୍ତର୍ଗତ 3 ନମ୍ୱର ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ପ୍ରଚାର କରିଛନ୍ତି। ସେଠାରେ ସେ ବୟସ୍କ ନାଗରିକଙ୍କ ସହ ଭାବବିନିୟମ କରି ତାଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିଛନ୍ତି। ତାଙ୍କ ପାଇଁ ପ୍ରଚାରରେ ସାମିଲ୍ ହୋଇଛନ୍ତି ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ୍। ସେ କହିଛନ୍ତି, ଜୟ ଢୋଲକିଆଙ୍କ ବିଜୟ ସୁନିଶ୍ଚିତ।

ସେପଟେ ପ୍ରମୁଖ ବିରୋଧୀ ଦଳ ବିଜେଡି ମଧ୍ୟ ପ୍ରଚାରରେ ଲାଗିପଡିଛି। ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ମା ସୁନାଦେଇଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ସୁନାବେଡ଼ା ଅଭୟାରଣ୍ୟରେ ସ୍ଥାନୀୟ ଆଦିମ ଜନଜାତି ବର୍ଗର ବ୍ୟକ୍ତିବିଶେଷଙ୍କ ଗହଣରେ ପ୍ରଚାର କରିଛନ୍ତି। ସୁନାବେଡାକୁ ଶୁଦ୍ଧ ପାନୀୟ ଜଳ, ଓସାରିଆ ରାସ୍ତା ସହ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ପାଇଁ ଲୋକେ ଦାବି କରିଥିବା ବେଳେ ପ୍ରଚାରରେ ଚକୋଟିଆ ଭୂଞ୍ଜିଆ ମହିଳାମାନେ ମଧ୍ୟ ନିଜର ସୁବିଧା ସୁଯୋଗ ଦାବି କରିଛନ୍ତି।

ସେହିପରି ପୂର୍ବରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ନିଜର ପ୍ରଭାବ ବିସ୍ତାର କରିଥିବା ଘାସିରାମ ମାଝୀ ଏଥର କଂଗ୍ରେସ ଟିକେଟରୁ ଲଢୁଛନ୍ତି। ସେ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି। ନୂଆପଡ଼ାର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ କାମ କରିବେ ବୋଲି ପ୍ରକାଶ କରିଛନ୍ତି। ଦଳର ତାରକ ପ୍ରଚାରକମାନେ ମଧ୍ୟ ପ୍ରଚାରରେ ସାମିଲ ହୋଇଛନ୍ତି।

BJP Ads
BJD BJP Congress NUAPADA ଉପ-ନିର୍ବାଚନ ନୂଆପଡା
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସମ୍ମିଳନୀ 2025 ଉଦଯାପିତ

November 1, 2025

ଭୁବନେଶ୍ୱରରେ ସିକସେମ୍‌ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫ୍ୟାବ୍ ଏବଂ ଏଟିଏମପି ପ୍ରକଳ୍ପ ଲାଗି ଭୂମିପୂଜନ

November 1, 2025

ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ ହେବେ ଜାଭେଦ ଅଖତର

November 1, 2025

ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଆଚାର୍ଯ୍ୟ ପ୍ରମୋଦ: ରାହୁଲ ଗାନ୍ଧୀଙ୍କୁ କହିଲେ, “ଅସଭ୍ୟ ଲୋକଙ୍କ ରାଜା”

November 1, 2025
BJP Ads
Latest News

ଭୁବନେଶ୍ୱରରେ ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସମ୍ମିଳନୀ 2025 ଉଦଯାପିତ

November 1, 2025

ଜେଦ୍ଦାରୁ ହାଇଦ୍ରାବାଦ ଯାଉଥିବା ବିମାନକୁ ‘ମାନବ ବୋମା’ ଧମକ!: ମୁମ୍ବାଇ ହେଲା ସ୍ଥାନାନ୍ତରିତ

November 1, 2025

ଭୁବନେଶ୍ୱରରେ ସିକସେମ୍‌ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫ୍ୟାବ୍ ଏବଂ ଏଟିଏମପି ପ୍ରକଳ୍ପ ଲାଗି ଭୂମିପୂଜନ

November 1, 2025

ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ ହେବେ ଜାଭେଦ ଅଖତର

November 1, 2025

ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଆଚାର୍ଯ୍ୟ ପ୍ରମୋଦ: ରାହୁଲ ଗାନ୍ଧୀଙ୍କୁ କହିଲେ, “ଅସଭ୍ୟ ଲୋକଙ୍କ ରାଜା”

November 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.