ବାଣପୁର: ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ ଓ CUREBAY E-CLINIC ର ମିଳିତ ପ୍ରୟାସରେ ଜାତୀୟ ସେବା ଯୋଜନାର ପୋଷ୍ୟଗ୍ରାମ ରାଣୀପଡା ହରିଜନ ସାହିରେ ମଙ୍ଗଳବାର ଦିନ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କ୍ୟୁଅର ବେ ଇ-କ୍ଲିନିକ ବାଲୁଗାଁ ଶାଖା ପରିଚାଳକ ବିଚିତ୍ର କୁମାର ସାହୁ ଓ ଫାର୍ମାସିଷ୍ଟ ଅନିଲ୍ କୁମାର ସାହୁ ଯୋଗଦେଇ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସେମାନଙ୍କୁ ସୁସ୍ଥ ରହିବା ପାଇଁ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା ସୁରପ୍ରତାପ ନରେନ୍ଦ୍ର ସିଂହ ବର୍ମା ଯୋଗଦେଇ ସ୍ବେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିବା ସହିତ ଏହିପ୍ରକାର ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିବାପାଇଁ ଆହ୍ବାନ ଦେଇଥିଲେ। ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀମାନେ ନିକଟସ୍ଥ ଗ୍ରାମକୁ ଯାଇ ଘର ଘର ବୁଲି ଲୋକମାନଙ୍କୁ ଶିବିର ବିଷୟରେ ଅବଗତ କରାଇବା ସହିତ ତାଙ୍କୁ ଶିବିର ପର୍ଯ୍ୟନ୍ତ ଆଣିବାରେ ମୁଖ୍ୟଭୂମିକା ଗ୍ରହଣ କରିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ସଂପୂର୍ଣ୍ଣ ହେବା ପରେ ସମସ୍ତଙ୍କୁ ହାଲୁକା ସ୍ନାକ୍ସ ସହିତ ଗ୍ଲୁକୋଜ ବଣ୍ଟନ କରାଯାଇଥିଲା। ଏହି ଦିନିକିଆ ଶିବିରରେ ପ୍ରାୟ ୫୦ ରୁ ଅଧିକ ଲୋକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ।
ଏହି କାର୍ଯ୍ୟକ୍ରମ ଟି ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଜୟନ୍ତ କୁମାର ବିହାରୀ ଓ ମହାବିଦ୍ୟାଳୟର ଭାରପ୍ରାପ୍ତ ମୁଖ୍ୟକିରାଣୀ ଦୁର୍ଯ୍ୟୋଧନ ସାହୁଙ୍କ ମିଳିତ ପ୍ରୟାସରେ ସୁଚାରୁରୂପେ ସମ୍ପାଦିତ ହୋଇଥିଲା।


