Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»Odisha Book Fair: ଆରମ୍ଭ ହେଲା ରାଜ୍ୟ ପୁସ୍ତକ ମେଳା, ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ
ବିଶେଷ ଖବର

Odisha Book Fair: ଆରମ୍ଭ ହେଲା ରାଜ୍ୟ ପୁସ୍ତକ ମେଳା, ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ

December 7, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
Odisha Book Fair
Odisha Book Fair: ଆରମ୍ଭ ହେଲା ରାଜ୍ୟ ପୁସ୍ତକ ମେଳା, ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ

Odisha Book Fair: ଓଡ଼ିଆ ଭାଷା ଭାରତବର୍ଷର ଅନ୍ୟତମ ପୁରାତନ ଭାଷା । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ହାତୀଗୁମ୍ଫା ଶିଳାଲିପି, ତୃତୀୟ ଶତାବ୍ଦୀର ଧଉଳୀ ଓ ଜଉଗଡର ପ୍ରାଚୀନ ଅଭିଲେଖ, ପୁରୁଣା ପୋଥି, ତାମ୍ରଫଳକ ଓ ତାଳପତ୍ର ପୋଥିରୁ ଆମ ଓଡ଼ିଆ ଭାଷା କେତେ ପ୍ରାଚୀନ ତାହା ପ୍ରମାଣିତ ହୋଇଛି । ଆମର ଏହି ପ୍ରାଚୀନ ଭାଷା ସାହିତ୍ୟକୁ ବିକାଶ ଓ ରୁଦ୍ଧିମନ୍ତ କରିବା ଦାୟିତ୍ୱ ଆମର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଶନିବାର ଦିନ ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ- ୨୦୨୫ର ଉଦ୍‌ଘାଟନୀ ଅବସରରେ କହିଛନ୍ତି ।

ଭୁବନେଶ୍ୱର ୟୁନିଟ – ୩ ପ୍ରଦର୍ଶନୀ ପଡ଼ିଆରେ ଶନିବାରଠାରୁ ଆରମ୍ଭ ହୋଇଛି ଏହି ପୁସ୍ତକ ମହୋତ୍ସବ। ଡିସେମ୍ୱର ୬ ରୁ ୧୭ ତାରିଖ ଯାଏଁ ଏହା ଚାଲିବ । ଚଳିତ ବର୍ଷ ଏହି ମହୋତ୍ସବରେ ୫୫୦ ଟି ଷ୍ଟଲ ଖୋଲାଯାଇଛି । ଏଥିସହିତ ବରପୁତ୍ରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାଭିଲିଅନ ପ୍ରସ୍ତୁତ କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ମହୋତ୍ସବକୁ ଉଦ୍‌ଘାଟନ କରି ଷ୍ଟଲ ବୁଲି ଦେଖିଥିଲେ ଓ ପୁସ୍ତକ କ୍ରୟ କରିଥିଲେ । ଏଥିସହିତ ବରପୁତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ପାଭିଲିଅନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଉପସ୍ଥିତ ସାହିତ୍ୟିକ, ଲେଖକ ଓ ପୁସ୍ତକପ୍ରେମୀଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୁସ୍ତକ ସଂଗ୍ରହ ଓ ପଠନ ପ୍ରତି ତାଙ୍କର ବିଶେଷ ରୁଚି ରହିଛି । ଏ ପର୍ଯ୍ୟନ୍ତ ପ୍ରାୟ ୫୦୦୦ ରୁ ୬୦୦୦ ପର୍ଯ୍ୟନ୍ତ ପୁସ୍ତକ ସଂଗ୍ରହ କରି ଲାଇବ୍ରେରୀ ଆକାରରେ ରଖିଛନ୍ତି ଏବଂ ସମୟ ପାଇଲେ ତାକୁ ପଢ଼ୁଛନ୍ତି ।

ପିଲାମାନଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ପୁସ୍ତକ ପଠନ ମାଧ୍ୟମରେ ଆମ ଅବହେଳିତ ତଥା ଅନାଲୋଚିତ ବରପୁତ୍ର ମାନଙ୍କ ବିଷୟରେ ଆମେ ଜାଣିପାରିବା । ଲେଖକମାନଙ୍କୁ ଆହ୍ୱାନ ଦେଇ କହିଲେ ଯେ, ଏହି ଅନାଲୋଚିତ ବରପୁତ୍ର ମାନଙ୍କ ବିଷୟରେ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରି ପୁସ୍ତକ ମାଧ୍ୟମରେ ସେମାନଙ୍କୁ ଲୋକଲୋଚନକୁ ଆଣନ୍ତୁ ।

ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରତିଭା ରାୟଙ୍କ ଯାଜ୍ଞସେନୀ ପୁସ୍ତକର ପ୍ରଂଶସା କରି କହିଥିଲେ ଯେ, ଏହି ମହାନ୍ ସାରସ୍ୱତ ସାଧକ ଆଜି ଯେଉଁ ଆହ୍ୱାନ ଦେଲେ ତାହା ଆମ ସମାଜ ପାଇଁ ଏକ ବଡ଼ ସନ୍ଦେଶ । ଆଜିଠାରୁ ମୁଁ ମଧ୍ୟ ପୁସ୍ତକକୁ ଉପହାର ସ୍ୱରୂପ ସମସ୍ତଙ୍କୁ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଲି। ମୋର ଅନୁରୋଧ, ଆପଣମାନେ ସମସ୍ତେ ମଧ୍ୟ ପୁସ୍ତକ କିଣନ୍ତୁ ଓ ଉପହାର ଦିଅନ୍ତୁ । ଫୁଲ ଉପହାର ଦେଲେ ତାହା ମଉଳି ନଷ୍ଟ ହୋଇଯାଇଥାଏ କିନ୍ତୁ, ପୁସ୍ତକ ଦିନକୁ ଦିନ ଆମର ଚେତନାକୁ ଆହୁରି ଜାଗ୍ରତ କରିଥାଏ । ସମସ୍ତେ ଯଦି ଏହାକୁ ଗ୍ରହଣ କରିବେ, ତେବେ ପାଠକ ସଂଖ୍ୟା ବଢ଼ିବ ଏହାଦ୍ୱାରା ଲେଖକ ମଧ୍ୟ ଉତ୍ସାହିତ ହେବେ ଏବଂ ଆମ ଓଡ଼ିଆ ଭାଷା ସାହିତ୍ୟରେ ଏକ ନୂଆ ସମ୍ଭାବନା ସୃଷ୍ଟି ହେବ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ଆମେ ପୁସ୍ତକକୁ ଭଗବାନ ସଦୃଶ ବିବେଚନା କରି ପୂଜା କରିଥାଉ । ପୁସ୍ତକ ଆମ ଚେତନାକୁ ସବୁବେଳେ ପ୍ରଭାବିତ କରିଛି । ପିଲାମାନଙ୍କୁ ମୋବାଇଲ ବ୍ୟବହାରକୁ କମ୍ କରି ପୁସ୍ତକ ପଠନ କରିବା ପାଇଁ ଉତ୍ସାହିତ କରିଥିଲେ।

ଏକାମ୍ର, ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ କହିଥିଲେ ଯେ, ପୂର୍ବରୁ ଏହା ପୁସ୍ତକ ମେଳା ଭାବେ ଥିଲା। ଏବେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଏକ ମହୋତ୍ସବରେ ପରିଣତ ହୋଇଛି। ଯୁବଶକ୍ତିଙ୍କୁ ପୁସ୍ତକ ସହ ଯୋଡ଼ି ରଖିବା ପାଇଁ ଏହା ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ବୋଲି ସେ କହିଥିଲେ।

ବିଶିଷ୍ଟ ସାରସ୍ୱତ ସାଧିକା ତଥା ଜ୍ଞାନପୀଠ ପୁରସ୍କାର ବିଜୟିନୀ ଡକ୍ଟର ପ୍ରତିଭା ରାୟ କହିଥିଲେ ଯେ, ମାନବ ଜାତିର ଇତିହାସରେ ଦୁଇଟି ବିସ୍ମୟକର ଘଟଣା ହେଉଛି ଅଗ୍ନି ଏବଂ ଭାଷା। ଭାଷା ମଣିଷ ଦ୍ୱାରା ଉଦ୍ଭାବିତ । ମଣିଷ ନିଜର ବିବେକ, ଚେତନା ଓ ଜ୍ଞାନ ଦ୍ୱାରା ଏହାକୁ ଉଦ୍ଭାବନ କରିଛି। ଆମ ସଂସ୍କୃତି ହେଉଛି ପୋଥିଗତ, ଜ୍ଞାନଗତ ଓ ବିବେକଗତ । ପୋଥି ହେଉଛି ଆମ ସବୁଠାରୁ ବଡ଼ ବନ୍ଧୁ। ଆମ ଭିତରେ ଥିବା ଚେତନାକୁ ଜାଗ୍ରତ କରିଥାଏ ପୁସ୍ତକ। ତେଣୁ ପୁସ୍ତକକୁ ଉପହାର ରୂପେ ଗ୍ରହଣ କରିବା ଓ ପ୍ରଦାନ କରିବା ପାଇଁ ସେ ସମସ୍ତଙ୍କୁ ନିବେଦନ କରିଥିଲେ। ଯୁବବର୍ଗଙ୍କୁ ଆଗାମୀ ଭାଲେଣ୍ଟାଇନ ଡେ’କୁ ବୁକ୍‌ ଡେ ଭାବେ ପାଳନ କରିବା ପାଇଁ ଆହ୍ଷାନ ଦେଇଥିଲେ।

ଏଭଳି ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇ ସେ କହିଥିଲେ ଯେ, ପୁସ୍ତକ ହେଉଛି ଶବ୍ଦର ଗ୍ରନ୍ଥାଗାର ଏବଂ ଏହି ପୁସ୍ତକମେଳା ହେଉଛି ପୁସ୍ତକର ବୃହତ୍‌ ଗ୍ରନ୍ଥାଗାର । ଗତ ଦୁଇ ବର୍ଷ ଧରି ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ଏହି ମେଳା ଭାରତବର୍ଷର ସବୁଠାରୁ ବଡ଼ ପୁସ୍ତକ ମେଳାରେ ପରିଣତ ହୋଇଛି ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ କର୍ଣ୍ଣେଲ ଶରତ ମହାପାତ୍ରଙ୍କ ‘ଅପରେସନ ସିନ୍ଦୁର’, ଡକ୍ଟର ପଞ୍ଚାନନ ନାୟକଙ୍କ ‘ଦେ’, ବଦ୍ରୀ ମହାପାତ୍ରଙ୍କ ‘ମୁର୍ଚ୍ଛିତ ମୋକ୍ଷ’ ବିମଳା ସିଂଙ୍କ ‘ଝରା ଶ୍ରାବଣ’, ଦାଶ ବେନହୂରଙ୍କ ‘ଓଡ଼ିଆ ଶିଶୁ ସାହିତ୍ୟ କିଛି ପର୍ଯ୍ୟାଲୋଚନା’ ସମେତ ଓଡ଼ିଆ ଭାଷା ପ୍ରତିଷ୍ଠାନ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ବିଭିନ୍ନ ପୁସ୍ତକ ଅତିଥିମାନେ ଉନ୍ମୋଚନ କରିଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ବିଜୟ କେତନ ଉପାଧ୍ୟାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Odisha Book Fair ପୁସ୍ତକ ମେଳା ରାଜ୍ୟ ପୁସ୍ତକ ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ଘଟଗାଁ ମା ତାରିଣୀ ପିଠରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରାଟ ପଟୁଆରରେ କରାଗଲା ସ୍ବାଗତ

December 7, 2025

ପୂର୍ବତଟ ରେଳପଥର ବଡ ଘୋଷଣା: ନିୟମିତ ଟ୍ରେନ୍‌ରେ ଅତିରିକ୍ତ କୋଚ୍ ସଂଯୋଗ ଏବଂ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା

December 7, 2025

ଡିସେମ୍ବର ୧୨ରେ ପୁରୀଠାରେ ମହୋଦଧି ଦିବସ: ଯୋଗଦେବେ ସୁନାମଧନ୍ୟ ଚଳଚ୍ଚିତ୍ର ତାରକା

December 7, 2025

ପ୍ରକାଶିତ ହେଲା ୫ମ ଏବଂ ୮ମ ଶ୍ରେଣୀ ପାଇଁ ନୂଆ ପୁସ୍ତକ, ଆସନ୍ତା ଶିକ୍ଷାବର୍ଷରୁ ସମସ୍ତ ସ୍କୁଲରେ ଲାଗୁ

December 7, 2025
Latest News

ଆଉ ହୋଇପାରିବ ନାହିଁ ବିବାହ?: ପ୍ରଥମ ଥର ପାଇଁ ନିଶ୍ଚିତ କଲେ ସ୍ମୃତି ମନ୍ଧାନା, ପଲାଶ ମୁଛଲ

December 7, 2025

ଗୋଆ ସିଲିଣ୍ଡର ବିସ୍ଫୋରଣ ମାମଲା: ୨୫ ମୃତ, ପ୍ରଧାନମନ୍ତ୍ରୀଙ୍କ ଶୋକ, କ୍ଷତିପୂରଣ ଘୋଷଣା

December 7, 2025

ଘଟଗାଁ ମା ତାରିଣୀ ପିଠରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରାଟ ପଟୁଆରରେ କରାଗଲା ସ୍ବାଗତ

December 7, 2025

ଘନ କୁହୁଡ଼ି ସମୟରେ ସୁରକ୍ଷିତ ଟ୍ରେନ୍ ପରିଚାଳନା ପାଇଁ ପୂର୍ବତଟ ରେଳପଥର ବିଶେଷ ପଦକ୍ଷେପ

December 7, 2025

ଇଣ୍ଡିଗୋ ସଙ୍କଟ ମଧ୍ୟରେ ଯାତ୍ରୀଙ୍କ ପାଇଁ ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି: ଶସ୍ତା ଟିକେଟ୍ ସହ ମାଗଣା ସିଟ୍ ଅପଗ୍ରେଡ୍

December 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.