Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଧାୟକଙ୍କ ଦରମା ବୃଦ୍ଧି ନେଇ ଚେଙ୍ଗି ଦେଲେ ନବୀନ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି, କହିଲେ…
ଜାତୀୟ ଖବର

ବିଧାୟକଙ୍କ ଦରମା ବୃଦ୍ଧି ନେଇ ଚେଙ୍ଗି ଦେଲେ ନବୀନ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି, କହିଲେ…

December 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଧାୟକଙ୍କ ଦରମା ବୃଦ୍ଧି
ବିଧାୟକଙ୍କ ଦରମା ବୃଦ୍ଧି ନେଇ ଚେଙ୍ଗି ଦେଲେ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି, କହିଲେ...

ଭୁବନେଶ୍ବର: ବିଧାୟକଙ୍କ ଦରମା ବୃଦ୍ଧି ନେଇ ସାରା ରାଜ୍ୟରେ ବିରୋଧ କରାଯାଉଥିବା ସମୟରେ ଏହାକୁ ନେଇ ସରକାରଙ୍କୁ ଚେଙ୍ଗି ଦେଇଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ଏ ନେଇ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏକ ଚିଠି ଲେଖିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ବିଧାନସଭାରେ ବିରୋଧୀ ଦଳର ନେତାଙ୍କ ପାଇଁ ଯେଉଁ ଦରମା ବର୍ଦ୍ଧିତ କରାଯାଇଛି ତାହା ମୁଁ ଗ୍ରହଣ କରିବ ନାହିଁ। ତାହାକୁ ତ୍ୟାଗ କଲି।

ଅନ୍ୟପକ୍ଷରେ ସେ ଚିଠି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମଧ୍ୟ ନିବେଦନ କରିଛନ୍ତି ଯେ, ମୋର ବର୍ଦ୍ଧିତ ଦରମା ଓଡିଶାର ଗରିବ ଲୋକଙ୍କର କଲ୍ୟାଣରେ ବିନିଯୋଗ କରନ୍ତୁ। ଏହା ପଛରେ ବାଡି ଭାଙ୍ଗିବନି ହେଲେ ସାପ ମରିବ ନ୍ୟାୟରେ  ନବୀନ ବେଶ ଭାବିଚିନ୍ତି ଏହାକୁ ଲେଖିଛନ୍ତି। କାରଣ ବିଧାୟକଙ୍କ ଦରମା ବୃଦ୍ଧିକୁ ସିଧା ବିରୋଧ କଲେ ତାହା ହୁଏତ ବୁମେରାଂ ହୋଇପାରେ। ତେଣୁ ଦରମା ବୃଦ୍ଧିକୁ ବିରୋଧ ନ କରି ନବୀନ ନିଜେ ବର୍ଦ୍ଧିତ ଦରମା ଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି।

ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ଇଂରାଜୀରେ ଯାହା ଲେଖିଛନ୍ତି ତାହାର ଓଡିଆ ହେଲା..

ଗତ 25 ବର୍ଷରୁ ଅଧିକ ସମୟ ଧରି ମୁଁ ଓଡିଶା ଲୋକଙ୍କର ପ୍ରେମ, ସ୍ନେହ ସମର୍ଥନ ଓ ଆଶୀର୍ବାଦ ପାଇଛି। ମୁଁ ଓଡ଼ିଶାବାସୀଙ୍କ ପ୍ରତି ଏବଂ ମୋ ପ୍ରତି ଏବଂ ମୋ ସ୍ୱର୍ଗତ ପିତା ବିଜୁ ପଟ୍ଟନାୟକଙ୍କ ପ୍ରତି ସେମାନଙ୍କର ପ୍ରେମ ପାଇଁ ମୁଁ ଅତ୍ୟନ୍ତ ଋଣୀ। ପୂର୍ବରୁ ଆମର ପରିବାର କଟକରେ ଥିବା ଆମର ପୈତୃକ ସମ୍ପତ୍ତି ‘ଆନନ୍ଦ ଭବନ’ କୁ ସରାକରଙ୍କୁ ଦାନ କରାଯାଇଛି। ସମାନ ଭାବନାରେ, ମୁଁ ବିରୋଧୀ ଦଳ ନେତାଙ୍କ ପାଇଁ ବୃଦ୍ଧି କରାଯାଇଥିବା ଦରମା ଏବଂ ଭତ୍ତା ତ୍ୟାଗ କରୁଛି। ଯାହାକୁ ଓଡ଼ିଶା ବିଧାନସଭା ନିକଟରେ ପାରିତ କରାଯାଇଛି। ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଜୀଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ସେ ଏହାକୁ ଆମ ରାଜ୍ୟର ଗରିବ ଲୋକଙ୍କ କଲ୍ୟାଣ ପାଇଁ ବ୍ୟବହାର କରନ୍ତୁ।

Naveen Patnaik wrote on his post-

I have been blessed by the love, affection and support of the people of #Odisha for the past more than 25 years. I am highly indebted to the people of Odisha and their love towards me and my late father Biju Patnaik.

Previously our family decided to donate its ancestral property ‘Anand Bhawan’ in Cuttack. In the same spirit, I would like to forgo the salary and allowances hiked for Leader of Opposition which the Odisha Legislative Assembly has recently passed. I would like to request Honorable CM Shri @MohanMOdisha
ji to utilize the same for the welfare of poor people of our state.

ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

MLA Salary Hike Naveen Patnaik ନବୀନ ପଟ୍ଟନାୟକ ବିଧାୟକଙ୍କ ଦରମା ବୃଦ୍ଧି ବିରୋଧୀ ଦଳର ନେତା
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ବିପକ୍ଷରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ: ୨୪୦ ରନରେ ପାଳି ସମାପ୍ତ

December 14, 2025

ପଙ୍କଜ ଚୌଧୁରୀ ହେଲେ ନୂତନ ୟୁପି ବିଜେପି ସଭାପତି, କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କଲେ ଘୋଷଣା

December 14, 2025

ମେସି ଇଭେଣ୍ଟ ବିବାଦ: ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ ବୋଷ

December 14, 2025

ରାଷ୍ଟ୍ରୀୟ ଲୋକ ଅଦାଲତ ମାଧ୍ୟମରେ ବୈବାହିକ ବିବାଦ ସମାଧାନ: ପୁଣି ଏକାଠି ହେଲେ ୪୦ ଦମ୍ପତି

December 14, 2025
Latest News

ଅଷ୍ଟ୍ରେଲିଆ ବେଳାଭୂମିରେ ଗୁଳିକାଣ୍ଡ: ୧୦ ମୃତ

December 14, 2025

ପାକିସ୍ତାନ ବିପକ୍ଷରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ: ୨୪୦ ରନରେ ପାଳି ସମାପ୍ତ

December 14, 2025

ପଙ୍କଜ ଚୌଧୁରୀ ହେଲେ ନୂତନ ୟୁପି ବିଜେପି ସଭାପତି, କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କଲେ ଘୋଷଣା

December 14, 2025

ମେସି ଇଭେଣ୍ଟ ବିବାଦ: ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ ବୋଷ

December 14, 2025

ରାଷ୍ଟ୍ରୀୟ ଲୋକ ଅଦାଲତ ମାଧ୍ୟମରେ ବୈବାହିକ ବିବାଦ ସମାଧାନ: ପୁଣି ଏକାଠି ହେଲେ ୪୦ ଦମ୍ପତି

December 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.