Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧାରେ ସୁଶାସନ ଅଭ୍ୟାସ ଉପରେ କର୍ମଶାଳା
ଆଜିର ଖବର

ଖୋର୍ଦ୍ଧାରେ ସୁଶାସନ ଅଭ୍ୟାସ ଉପରେ କର୍ମଶାଳା

December 23, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧାରେ ସୁଶାସନ ଅଭ୍ୟାସ ଉପରେ କର୍ମଶାଳା
ଖୋର୍ଦ୍ଧାରେ ସୁଶାସନ ଅଭ୍ୟାସ ଉପରେ କର୍ମଶାଳା

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଜିଲ୍ଲାରେ ସୁଶାସନ ଅଭ୍ୟାସ ଉପରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କର୍ମଶାଳାରେ ବରିଷ୍ଟ ଅବସର ପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁଶାସନ ବ୍ୟବସ୍ଥାର ସରଳୀକରଣ ସେବା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। ଅତୀତକୁ ମନେପକାଇ ସମସ୍ତ ସେବା ପ୍ରକୃତ ହିତାଧିକାରୀ ମାନଙ୍କୁ ସରକାରଙ୍କର ନୀତିନିୟମ ଭିତ୍ତିରେ ଏବଂ ଅନୁଧ୍ୟାନ କରି ନୈତିକ ଚେତନା ଓ ମୂଲ୍ୟବୋଧ ଭିତ୍ତିରେ ସେବା ଯୋଗାଇଲେ ସୁଶାସନ ସେବା ପାଇବାରେ ଜନସାଧାରଣ ମାନେ ଉପକୃତ ହେବେ। ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ମାନେ ଆମେ ବାହାର ଲୋକ ମାନଙ୍କ ପାଇଁ ଚାକିରି କରୁଛେ ବୋଲି ଚିନ୍ତନ ଆଣି କର୍ତ୍ତବ୍ୟ ପାରାୟଣ ହୋଇ ସେବାରେ ବ୍ରତୀ ହେବାକୁ ଆହ୍ଵାନ ଦେଇ ଆମସଂସ୍ତଙ୍କ ଦାୟିତ୍ବ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ କୁ ଅକ୍ଷୁର୍ଣ୍ଣ ରଖି ସେବା ପ୍ରଦାନ କରିବା ବୋଲି କହିଥିଲେ। ଗୋପବନ୍ଧୁ ଅନ୍ୟପାଇଁ ସେବାକରୀ ଆଜି ଅମର ହୋଇ ରହିଛନ୍ତି। ଏଣୁ ସେବା ମନୋବୃତ୍ତି ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନେ ରଖିବା ଆବଶ୍ୟକ ବୋଲି ସୁଶାସନ ଦିବସ ତାହାହିଁ ଆମକୁ ଶିକ୍ଷା ଦେଉଛି ବୋଲି ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ, ଭୁବନେଶ୍ୱର, ଆସୋଷିଏଟ ପ୍ରଫେସର, ଅର୍ଥ ଶାସ୍ତ୍ର, ଡ.ଦୁଖବନ୍ଧୁ ସାହୁ ଯୋଗଦେଇ କହିଲେ ଜିଲ୍ଲାର ଅର୍ଥନୀତି ବିକାଶ ଓ ସମ୍ବୃଦ୍ଦ ଦିଗରେ ସୁଶାସନ ବ୍ୟବସ୍ଥା ଅଭ୍ୟାସ ଏକ ଚିରସ୍ଥାୟୀ ଅଙ୍ଗ। ପ୍ରତିଷ୍ଠିତ ଖୋର୍ଦ୍ଧା ଜିଲ୍ଲା ସୀମା ବଦ୍ଧରେ ଭୁବନେଶ୍ୱର ରାଜଧାନୀ ଅଛି। ଏଣୁ ସୁଶାସନ ବ୍ୟବସ୍ଥା ଉନ୍ନତ ସମାଜ, ଜିଲ୍ଲା, ରାଜ୍ୟ ଓ ରାଷ୍ଟ୍ର ପାଇଁ ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ସରକାରଙ୍କର ସମସ୍ତ ଯୋଜନାର ସୁଫଳ ପାଇଁ ସୁଶାସନ ବ୍ୟବସ୍ଥାରେ ସମସ୍ତେ ଅଂଶ ଗ୍ରହଣ କରି ଉନ୍ନତିର ଧାରା ବଜାୟ ରଖିବା, ଗୋଷ୍ଠୀ ମାନଙ୍କୁ ଦକ୍ଷତା ବୃଦ୍ଧି କରିବା ଏବଂ ଖୋର୍ଦ୍ଧାର ଯେତେ ସବୁ ମୁଖ୍ୟ ବିଭାଗ ଅଛି ତାହାର ବିକାଶ କରି ଜିଲ୍ଲାର ସମସ୍ତ ଅଧିକାରୀ କର୍ମଚାରୀ ସୁଶାସନ ବ୍ୟବସ୍ଥାକୁ କ୍ରିୟାଶୀଳ କରି ବିକଶିତ ଭାରତ ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ।

ସଭାପତି ଭାଷଣରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା କହିଲେ ଖୋର୍ଦ୍ଧାର ଐତିହ୍ୟ ସଂସ୍କୃତି ପରମ୍ପରା ମହାନ, ଜିଲ୍ଲାର ସମସ୍ତ ଅପହଞ୍ଚ ଦୂରରେ ବିକାଶର ବାର୍ତ୍ତା ତଥା ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା, ହିତାଧିକାରୀ ମାନଙ୍କୁ ସରକାରଙ୍କର ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ସୁଶାସନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଉଛି ବୋଲି ପ୍ରକାଶ କରିଥିଲେ। ବର୍ତ୍ତମାନ ଓସ୍ୱାସ ମାଧ୍ୟମରେ ନଥି କାର୍ଯ୍ୟ କରାଯାଇଅଛି। ଖୋର୍ଦ୍ଧା ଜିଲ୍ଲାରେ ଶିକ୍ଷା, ସ୍ଵାସ୍ଥ୍ୟ, ଗମନା ଗମନ ସମସ୍ତ କାର୍ଯ୍ୟକ୍ରମ ଚାଲୁରହିଛି। ଏଣୁ ସମସ୍ତ ଜନସାଧାରଣଙ୍କୁ ସୁଶାସନ ବ୍ୟବସ୍ଥାରେ ସାମିଲ କରି ଜିଲ୍ଲାକୁ ଆଗେଇ ନେବାକୁ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ଜିଲ୍ଲା ସମାଜ ସୁରକ୍ଷା ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ, ବନଖଣ୍ଡ ବିଭାଗ,ଜିଲ୍ଲା ଶିଳ୍ପ କେନ୍ଦ୍ର ଆଦି ବିଭାଗର ଅଧିକାରୀ ମାନେ ପାୱାର ପଏଣ୍ଟ ଉପକରଣରେ ନିଜନିଜ ବିଭାଗୀୟ ସୁଶାସନ ସପ୍ତାହ ପାଳନ ଉପଲକ୍ଷେ ସେବା ପ୍ରଦାନ କରୁଥିବା ଯୋଜନା, ଧାରା, ସେବାର ଗୁଣବତ୍ତା ଉପରେ ଆଲୋଚନା କରିଥିବା ବେଳେ ଶେଷରେ ଉପ ଜିଲ୍ଲାପାଳ କିଶୋର କୁମାର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟୀ କଲେକ୍ଟର, ଜରୁରୀ ଶ୍ରୀତପା ମିଶ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ,ଡି ଇ ଜି ଏମ ମାନସ କୁମାର ବ୍ରହ୍ମା, ଡେପୁଟୀ କଲେକ୍ଟର, ରଞ୍ଜନ କୁମାର ମହାନ୍ତି, ଆସିଷ୍ଟାଣ୍ଟ କଲେକ୍ଟର ଭୁବନେଶ୍ଵରୀ କଅଁର, ଡେପୁଟୀ କଲେକ୍ଟର, ମନୋଜ କୁମାର ସେନାପତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ବାଣୀଶ୍ରୀ ପଟ୍ଟନାୟକ, ନିର୍ବାହୀ ଅଧିକାରୀ, ପୌର ପରିଷଦ, ଖୋର୍ଦ୍ଧା, ରିଜ୍ୱାନ୍ କାକ୍ୱାବ୍, ସାଧାରଣ ପରିଚାଳିକା, ଜିଲ୍ଲା ଶିଳ୍ପ କେନ୍ଦ୍ର, ଖୋର୍ଦ୍ଧା ସମୁଚିତା ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଖୋର୍ଦ୍ଧା ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମସ୍ତ ବରିଷ୍ଠ ଓ କନିଷ୍ଠ ସହାୟକ ସହାୟିକା ଯୋଗଦେଇଥିଲେ। ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କୁ ଉପଢ଼ୌକନ ଚାରା କୁଣ୍ଡ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଖୋର୍ଦ୍ଧା ପ୍ରତାପ ଚନ୍ଦ୍ର ବେଉରା ସୁଶାସନ ଅଭ୍ୟାସ
Share. Facebook Twitter LinkedIn Email WhatsApp Copy Link

Related Posts

ବେଆଇନ ବାଲି ଚାଲାଣ ଅଭିଯୋଗ: ଦୁଇ ହାଇୱା ଜବତ

June 25, 2026

ଲୋହଗଡ଼ ଫୋର୍ଟ ମାମଲା: ତଦନ୍ତରେ ନୂଆ ମୋଡ଼, ସିସିଟିଭି ଫୁଟେଜ୍ ଓ ପରିବାର ବୟାନରେ ଖୋଲୁଛି ରହସ୍ୟ

June 25, 2026

ନବରଙ୍ଗପୁରରେ ହତ୍ୟା ମାମଲା: ଅଭିଯୁକ୍ତକୁ ୬ ବର୍ଷ ସଶ୍ରମ କାରାଦଣ୍ଡ

June 25, 2026

ନିର୍ମାଣାଧୀନ ଗୋଦାମ ଭୁଶୁଡ଼ି ୫ ମୃତ, ୩ ଅଭିଯୁକ୍ତ ଗିରଫ

June 25, 2026
Latest News

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୫୨ତମ ପ୍ରଗତି ବୈଠକ ଅନୁଷ୍ଠିତ

June 25, 2026

ବେଆଇନ ବାଲି ଚାଲାଣ ଅଭିଯୋଗ: ଦୁଇ ହାଇୱା ଜବତ

June 25, 2026

ରାଶିଫଳ: ଆଜି ଜୁନ୍ ୨୫ ତାରିଖ ଗୁରୁବାରରେ ଏହି ରାଶିର ବ୍ୟବସାୟ ବୃଦ୍ଧି ଘଟିବ, ଧନ ଆସିବ

June 25, 2026

ଲୋହଗଡ଼ ଫୋର୍ଟ ମାମଲା: ତଦନ୍ତରେ ନୂଆ ମୋଡ଼, ସିସିଟିଭି ଫୁଟେଜ୍ ଓ ପରିବାର ବୟାନରେ ଖୋଲୁଛି ରହସ୍ୟ

June 25, 2026

ଏଣିକି ବିବାହ କାର୍ଡରେ ଜନ୍ମ ତାରିଖ ବାଧ୍ୟତାମୂଳକ !

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.