Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡାକ୍ତରଙ୍କ ହସ ଓ ଆଶ୍ୱାସନା ହିଁ ରୋଗୀକୁ ପ୍ରକୃତରେ ସୁସ୍ଥ କରିଥାଏ – ଧର୍ମେନ୍ଦ୍ର ପ୍ରଧାନ
ଆଜିର ଖବର

ଡାକ୍ତରଙ୍କ ହସ ଓ ଆଶ୍ୱାସନା ହିଁ ରୋଗୀକୁ ପ୍ରକୃତରେ ସୁସ୍ଥ କରିଥାଏ – ଧର୍ମେନ୍ଦ୍ର ପ୍ରଧାନ

December 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଧର୍ମେନ୍ଦ୍ର ପ୍ରଧାନ
ଡାକ୍ତରଙ୍କ ହସ ଓ ଆଶ୍ୱାସନା ହିଁ ରୋଗୀକୁ ପ୍ରକୃତରେ ସୁସ୍ଥ କରିଥାଏ - ଧର୍ମେନ୍ଦ୍ର ପ୍ରଧାନ

ବୁର୍ଲା, ସମ୍ବଲପୁର: ଜଣେ ଡାକ୍ତରଙ୍କ ହସ ଓ ଆଶ୍ୱାସନା ହିଁ ରୋଗୀକୁ ପ୍ରକୃତରେ ସୁସ୍ଥ କରିଥାଏ ବୋଲି ଶନିବାର ବୁର୍ଲା, ଭିମସାରରେ ଅତ୍ୟାଧୁନିକ ସୁବିଧା ଗୁଡ଼ିକର ଲୋକାର୍ପଣ ସହ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଆଜି ଭିମସାରରେ ପ୍ରଥମେ ୩ ଟେସଲା ଏମ.ଆର.ଆଇ କକ୍ଷର ଉଦଘାଟନ କରିବା ସହ ୮୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ କେନ୍ଦ୍ର(ଏନଏନସିୟୁ) ଭବନର ଉଦଘାଟନ କରିଥିଲେ । ସେ କହିଛନ୍ତି, ଏମଆରଆଇ ମେସିନ ଦ୍ୱାରା ରୋଗୀଙ୍କର ଅତି ସୂକ୍ଷ୍ମ ପରୀକ୍ଷା ଓ ସଠିକ୍ ରୋଗ ନିରୂପଣ ସହଜ ହୋଇପାରିବ । ନବଜାତ ଶିଶୁମାନଙ୍କ ପାଇଁ ଯତ୍ନ କେନ୍ଦ୍ର ଶିଶୁ ମୃତ୍ୟୁ ହାର ହ୍ରାସ କରିବା ସହ ନବଜାତଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଇବାରେ ସହାୟକ ହେବ । ଏହି ସବୁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ଦ୍ୱାରା ଚିକିତ୍ସା ବ୍ୟବସ୍ଥାରେ ଗୁଣାତ୍ମକ ପରିବର୍ତ୍ତନ ଆସିବ । ସାଧାରଣ ଜନତାଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଆମେ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ।

ଭିମସାରରେ ଆୟୋଜିତ ସାଂସ୍କୃତିକ ମହାକୁମ୍ଭ ଲୁମିଭକ୍ସ- ୨୦୨୫ରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଲୁମିଭକ୍ସ ଜ୍ଞାନ, ସେବା ଏବଂ ସଂସ୍କୃତିର ଏକ ଅପୂର୍ବ ସଙ୍ଗମ । ଗରିବ ଲୋକମାନଙ୍କର ଚିକିତ୍ସାର କେନ୍ଦ୍ର ହେଉଛି ଭିମସାର । ଆଜିର ଯୁଗରେ ଅତ୍ୟାଧୁନିକ ମେସିନ ସଠିକ୍ ରୋଗ ନିରୂପଣ କରୁଛି, କିନ୍ତୁ ଜଣେ ଡାକ୍ତରଙ୍କ ହସ ଓ ଆଶ୍ୱାସନା ହିଁ ରୋଗୀକୁ ପ୍ରକୃତରେ ସୁସ୍ଥ କରିଥାଏ । ଆମର ଲକ୍ଷ୍ୟ କେବଳ ରୋଗ ହେବା ପରେ ଚିକିତ୍ସା କରିବା ନୁହେଁ, ବରଂ ରୋଗକୁ ରୋକିବା । ଡାକ୍ତରମାନେ ସଶକ୍ତ ହେଲେ ହିଁ ସମାଜ ସଶକ୍ତ ହେବ ।

ଭିମସାରର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ପାଖାପାଖି ୧୬୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିବାରୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ଖୁବ ଶୀଘ୍ର ଏଠାରେ ନୂଆ ସୁଶାସନ ମଡେଲ, ନିଯୁକ୍ତି ପଲିସି, ପରୀକ୍ଷା ପଲିସି ଅଟୋନୋମୋସ ମାଧ୍ୟମରେ ହେବ ।  ଖୁବଶୀଘ୍ର ନର୍ସିଂ ଝିଅମାନଙ୍କର ଛାତ୍ରୀ ନିବାସ, ପାରାମେଡିକାଲ ଷ୍ଟାଫ୍ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସମସ୍ୟାର ସମାଧାନ ସହ ନୂତନ ନିଯୁକ୍ତି ପକ୍ରିୟାକୁ ତ୍ୱରାନ୍ୱିତ କରାଯିବ । ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ସଂକଳ୍ପରେ ଭିମସାରରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ବିଶ୍ୱ ମେଡିକାଲ ପ୍ରାକ୍ଟିସରେ ନେତୃତ୍ୱ ନେବେ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ବୁର୍ଲା ଭିମସାର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବର ଗୀତଗୋବିନ୍ଦ ସଦନରେ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସ ଜୟନ୍ତୀ ପାଳିତ

February 28, 2026

ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ଲଞ୍ଚ ହେଲା ଓଡିଶାର AYAVAT

February 28, 2026

ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

February 28, 2026

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

February 28, 2026
Latest News

ଏଆଇ ଶକ୍ତିକୁ ସୁଦୃଢ଼ କରିବ ୨୦ ହଜାର ନୂତନ ଜିପିୟୁ

February 28, 2026

ଭାରତରେ ନ୍ୟାୟିକ ପ୍ରକ୍ରିୟାକୁ ସୁଗମ କରୁଛି ଏଆଇ

February 28, 2026

ଭୁବନେଶ୍ବର ଗୀତଗୋବିନ୍ଦ ସଦନରେ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସ ଜୟନ୍ତୀ ପାଳିତ

February 28, 2026

ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ଲଞ୍ଚ ହେଲା ଓଡିଶାର AYAVAT

February 28, 2026

ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

February 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.