Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ ସାର୍ଥକରେ ଜାନୁଆରୀ ୧୧ ସନ୍ଧ୍ୟା ୬:୩୦ ରେ ୱାର୍ଲଡ ଟିଭି ପ୍ରିମିଅର ହେବ ଓଡ଼ିଆ ଫିଲ୍ମ “ଚ୍ୟାଲେଞ୍ଜ”
ଆଜିର ଖବର

ଜୀ ସାର୍ଥକରେ ଜାନୁଆରୀ ୧୧ ସନ୍ଧ୍ୟା ୬:୩୦ ରେ ୱାର୍ଲଡ ଟିଭି ପ୍ରିମିଅର ହେବ ଓଡ଼ିଆ ଫିଲ୍ମ “ଚ୍ୟାଲେଞ୍ଜ”

January 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜୀ ସାର୍ଥକରେ ଜାନୁଆରୀ ୧୧ ସନ୍ଧ୍ୟା ୬:୩୦ ରେ ୱାର୍ଲଡ ଟିଭି ପ୍ରିମିଅର ହେବ ଓଡ଼ିଆ ଫିଲ୍ମ "ଚ୍ୟାଲେଞ୍ଜ"
ଜୀ ସାର୍ଥକରେ ଜାନୁଆରୀ ୧୧ ସନ୍ଧ୍ୟା ୬:୩୦ ରେ ୱାର୍ଲଡ ଟିଭି ପ୍ରିମିଅର ହେବ ଓଡ଼ିଆ ଫିଲ୍ମ "ଚ୍ୟାଲେଞ୍ଜ"

ଭୁବନେଶ୍ଵର: ଦଶହରା ଉପଲକ୍ଷେ ବଡ଼ ପରଦାରେ ମୁକ୍ତିଲାଭ କରିଥିଲା ଓଡ଼ିଆ ଫିଲ୍ମ “ଚ୍ୟାଲେଞ୍ଜ”, ଯାହା ସାରା ଓଡ଼ିଶାରେ ବେଶ୍ ଲୋକାଦୃତ ହେବା ସହ ସୁପରହିଟ୍ ଡୁପରହିଟ୍ ଫିଲ୍ମର ମାନ୍ୟତା ପାଇଥିଲା। ଏହି ଫିଲ୍ମ ଆସନ୍ତା ୧୧ ଜାନୁଆରୀ ସନ୍ଧ୍ୟା ୬:୩୦ ରେ ଏଇ ନୂଆ ବର୍ଷରେ ଜୀ ସାର୍ଥକରେ ପ୍ରସାରିତ ହେବାକୁ ଯାଉଛି।

ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ବଡ଼ ବଜେଟର ଓଡ଼ିଆ ଚଳଚ୍ଚିତ୍ର ଚ୍ୟାଲେଞ୍ଜରେ ରିଅଲ୍ ଷ୍ଟାର ଅର୍ଦ୍ଧେନ୍ଦୁ ସାହୁଙ୍କ ଆକ୍ସନ ସାଙ୍ଗକୁ ଚୁଲବୁଲି ଏଲିନା ସାମନ୍ତରାୟଙ୍କ ସହିତ ପ୍ରେମ କାହାଣୀ ଦର୍ଶକଙ୍କୁ ଢେର ମନୋରଞ୍ଜନ ଯୋଗାଇଥିଲା। ସମସ୍ତଙ୍କର ପ୍ରିୟ ଆଲବମ କୁଇନ୍ ଲିପି ଓ ପୁପିଙ୍କ ଜାଇଫୁଲ ଯୋଡିକୁ ଦର୍ଶକ ଢେର ଭଲ ପାଇବା ମଧ୍ୟ ଦେଇଥିଲେ।

ପୁରା ଓଡ଼ିଶାରେ ମୁକ୍ତିଲାଭ କରି ଏହି ଫିଲ୍ମ ପ୍ରାୟ ୫୦ଟି ପ୍ରେକ୍ଷାଳୟରେ ୧୦୦୦ଟି ଶୋ’ ରୁ ଅଧିକ ଚାଲିଥିଲା। ସାଇ କିରଣ ମଙ୍ଗରାଜଙ୍କ ନିର୍ଦ୍ଦେଶିତ ଓ ମାନସ ପଢ଼ିଆରୀଙ୍କ କାହାଣୀ ଓ ସଂଳାପରେ ଅନେକ ଅଭିଜ୍ଞ କଳାକାର ଅଭିନୟ କରିଛନ୍ତି। ଅଭିନେତା ରବି ମିଶ୍ର, ପୃଥ୍ଵୀରାଜ ନାୟକ, ରତନ ମେହେର, ହରିହର ମହାପାତ୍ର, ଶକ୍ତି ବରାଳ, ମାମୁନି ମିଶ୍ର, ସନ୍ତୁ ନିଜେ, ଭକ୍ତି ଓ ବିଭାସ ପ୍ରମୁଖ ଅଭିନୟ କରିଛନ୍ତି। ବଲିଉଡର ଖ୍ୟାତନାମା କଳାକାର ପୁନିତ ଇଶାର ଓରଫ ଦୁର୍ଯ୍ୟୋଧନ ପ୍ରଥମଥର ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିବାରୁ ଚ୍ୟାଲେଞ୍ଜ ଦେଖିବାକୁ ଦର୍ଶକଙ୍କର ବହୁତ ଆଗ୍ରହ ରହିଥିଲା।

ସୁପର ଆକ୍ସନ, ଭରପୁର ଫାମିଲି ଡ୍ରାମା ସାଙ୍ଗକୁ ଜବରଦସ୍ତ ଗୀତ ଆଉ ନାଚର ମଜା ନେଇଥିଲେ ଦର୍ଶକ। ପ୍ରତ୍ୟେକ ନାଚରେ ପାରମ୍ପରିକ ଓଡ଼ିଆ କଳା ଓ ପରମ୍ପରାକୁ ସ୍ଥାନ ଦିଆଯାଇଥିଲା। ଚ୍ୟାଲେଞ୍ଜ ଚଳଚ୍ଚିତ୍ରର ଥିବା ଗୀତ ଗୁଡିକୁ ଗୌରବ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସମସ୍ତ ଗୀତଗୁଡିକୁ ଅମିତ ନାୟକ ନୃତ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ ଦୁଲଦୁଲି ଏବଂ ଭାଙ୍ଗ ଗୀତ ବେଶ ଚହଳ ସୃଷ୍ଟି କରିଥିଲା।

ତେବେ ସେହି ସୁପରହିଟ ଚଳଚ୍ଚିତ୍ର ଚ୍ୟାଲେଞ୍ଜକୁ ଦର୍ଶକ ଅତି ନିକଟରୁ ଟିଭି ପରଦାରେ ଦେଖି ନିଶ୍ଚୟ ଭରପୁର ମନୋରଞ୍ଜନ ପାଇବେ ବୋଲି ଜୀ ସାର୍ଥକ ଚ୍ୟାନେଲ ମୁଖ୍ୟ ରାହୁଲ ରାଓ ପ୍ରକାଶ କରିଛନ୍ତି।

"ଚ୍ୟାଲେଞ୍ଜ" ଓଡ଼ିଆ ଫିଲ୍ମ ଜୀ ସାର୍ଥକ ୱାର୍ଲଡ ଟିଭି ପ୍ରିମିଅର
Share. Facebook Twitter LinkedIn Email WhatsApp Copy Link

Related Posts

୫୭ ବର୍ଷ ବୟସରେ ପଦାର୍ପଣ କଲେ ଧର୍ମେନ୍ଦ୍ର ପ୍ରଧାନ: ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 26, 2026

ଆଉ ଏକ ଝଟକା ଦେଲା ବାଂଲାଦେଶ: ଭାରତଠାରୁ ଏହି ପ୍ରକଳ୍ପ ଛଡାଇ ନେଇ ଚୀନ୍ ସହିତ କଲା ବଡ଼ ଚୁକ୍ତି

June 26, 2026

ବିଜେପିର ରାଜନୈତିକ ଗଣନାକୁ ବିଚଳିତ କରିପାରେ ନୀତିଶ କୁମାରଙ୍କ ନିଷ୍ପତ୍ତି!; ବିରୋଧୀ ଦଳ ମଧ୍ୟ ସତର୍କ

June 26, 2026

ପ୍ରଥମ ଟି-୨୦ରେ ଇତିହାସ ରଚିବେ ବୈଭବ ସୂର୍ଯ୍ୟବଂଶୀ: ଡେବ୍ୟୁ ମ୍ୟାଚରେ କରିବେ ୬ଟି ବଡ଼ ରେକର୍ଡ

June 26, 2026
Latest News

ଭାରତରେ କେତେ ଲୋକ ଟ୍ରମ୍ପଙ୍କୁ ପସନ୍ଦ କରନ୍ତି?: ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଜନମତ

June 26, 2026

୫୭ ବର୍ଷ ବୟସରେ ପଦାର୍ପଣ କଲେ ଧର୍ମେନ୍ଦ୍ର ପ୍ରଧାନ: ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 26, 2026

ଆଉ ଏକ ଝଟକା ଦେଲା ବାଂଲାଦେଶ: ଭାରତଠାରୁ ଏହି ପ୍ରକଳ୍ପ ଛଡାଇ ନେଇ ଚୀନ୍ ସହିତ କଲା ବଡ଼ ଚୁକ୍ତି

June 26, 2026

ବିଜେପିର ରାଜନୈତିକ ଗଣନାକୁ ବିଚଳିତ କରିପାରେ ନୀତିଶ କୁମାରଙ୍କ ନିଷ୍ପତ୍ତି!; ବିରୋଧୀ ଦଳ ମଧ୍ୟ ସତର୍କ

June 26, 2026

ପ୍ରଥମ ଟି-୨୦ରେ ଇତିହାସ ରଚିବେ ବୈଭବ ସୂର୍ଯ୍ୟବଂଶୀ: ଡେବ୍ୟୁ ମ୍ୟାଚରେ କରିବେ ୬ଟି ବଡ଼ ରେକର୍ଡ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.