Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୦୦୦ ତମ ଅଧ୍ୟାୟରେ ପହଞ୍ଚିଲା ଜୀ ସାର୍ଥକର ସବୁଠାରୁ ସଫଳ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ 
ଆଜିର ଖବର

୧୦୦୦ ତମ ଅଧ୍ୟାୟରେ ପହଞ୍ଚିଲା ଜୀ ସାର୍ଥକର ସବୁଠାରୁ ସଫଳ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ 

March 9, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ 
ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ 

ଭୁବନେଶ୍ଵର: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ ସାର୍ଥକରେ ସଫଳତାର ସହିତ ଆଗେଇ ଚାଲିଛି ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’। ସୋମବାରରୁ ଶନିବାର ରାତି ୮:୩୦ ରେ ପ୍ରସାରିତ ହେଉଥିବା ଭିନ୍ନ ଧରଣର ଏହି ଧାରାବାହିକ ପହଞ୍ଚିଛି ୧୦୦୦ ତମ ଅଧ୍ୟାୟରେ।

ଅକ୍ଷୟ ପରିଜାଙ୍କ ପ୍ରଯୋଜନା ଓ ବିଶ୍ଵରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶିତ ଏହି ଧାରାବାହିକ ‘ତୁ ଖରା ମୁଁ ଛାଇ’ର କାହାଣୀ ଏକ ନୂଆ ମୋଡ଼ ନେଇଛି। ସମୟର ଚକ୍ରରେ ସାତ ବର୍ଷ ବିତିଯାଇଛି, କିନ୍ତୁ ଅଭି ଆଉ ସେହି ପୁରୁଣା ଅଭି ହୋଇ ରହିନାହିଁ। ମାନିର ମୃତ୍ୟୁ ଖବର ତାକୁ ଭିତରୁ ସଂପୂର୍ଣ୍ଣ ବଦଳାଇ ଦେଇଛି। ସେ ଏବେ ଜଣେ ଶାନ୍ତ, ଗମ୍ଭୀର କିନ୍ତୁ ରହସ୍ୟମୟ ବ୍ୟକ୍ତିତ୍ୱସାଜିଛି।

ଅନ୍ୟପଟେ, କାହାଣୀର ଦୃଶ୍ୟପଟ୍ଟ କିଛି ଅଲଗା। ମାନି ମରିନାହିଁ ବରଂ ନିଜର ଅତୀତକୁ ପାଶୋରି ଏକ ଭିନ୍ନ ଦୁନିଆରେ ବଞ୍ଚୁଛି। ମାନସିକ ଅସୁସ୍ଥତା ସହ ସଂଗ୍ରାମ କରୁଥିବା ମାନିର ଜୀବନ ଏବେ ତା’ର ଛଅ ବର୍ଷର ପୁଅ ‘ଗୋଲୁ’କୁ କେନ୍ଦ୍ର କରି ଗତି କରୁଛି। ନିଜ ପୁଅକୁ ଏକ ସୁରକ୍ଷିତ ଭବିଷ୍ୟତ ଦେବା ପାଇଁ ସେ ଅକ୍ଲାନ୍ତ ପରିଶ୍ରମ କରୁଛି।

ତେବେ କାହାଣୀରେ ‘ମାଧବ’ର ପ୍ରବେଶ ସବୁକିଛି ଓଲଟପାଲଟ କରିଦେଉଛି। ମାଧବ ନିଜର ପ୍ରତିଶୋଧ ନେବା ପାଇଁ ମାନି ଭିତରେ ଲୁଚି ରହିଥିବା କ୍ରୋଧ ଓ ଅସନ୍ତୋଷକୁ ଉସୁକାଉଛି। ଏହିଠାରୁ ଆରମ୍ଭ ହେଉଛି ଏକ ଭୟଙ୍କର ଷଡ଼ଯନ୍ତ୍ର, ଯାହା ମାନିକୁ ନିଜ ଭାଗ୍ୟ ସହ ଲଢ଼ିବାକୁ ବାଧ୍ୟ କରୁଛି।

ଏସବୁ ସଂଘର୍ଷ ଭିତରେ ଛୋଟ ପୁଅ ଗୋଲୁ କାହାଣୀରେ ଆଶାର କିରଣ ସାଜିଛି। ନାଟକ ପ୍ରିୟ ଗୋଲୁ ନିଜର ବିଭିନ୍ନ ବେଶଭୂଷା ଓ ଚପଳାମିରେ ସମସ୍ତଙ୍କ ଜୀବନରେ ହସ ଓ ଭରସା ଭରିଦେଉଛି। ଇମୋସନାଲ୍ ଥ୍ରୀଲରରେ ଭରପୂର ଏହି କାହାଣୀ ଆଗକୁ କେଉଁ ମୋଡ଼ ନେଉଛି, ତାହା ଦେଖିବା ବେଶ୍ ରୋମାଞ୍ଚକର ହେବ। ଜୀ ସାର୍ଥକର ପ୍ରତିଟି ମେଗା ଧାରାବାହିକ ସମୂହକୁ ମିଳିଛି ଦର୍ଶକଙ୍କ ଭଲ ପାଇବା, ଜୀ ସର୍ଥାକର ‘ତୁ ଖରା ମୁଁ ଛାଇ’ର ଏହି ସଫଳତା ଆମକୁ ଆହୁରି ଉତ୍ସାହିତ କରିଛି ଓ ଆଗକୁ ଆମେ କାହାଣୀକୁ ଆହୁରି ଅଧିକ ରୋଚକ କରିବୁ ବୋଲି ପ୍ରତିଶୃତି ଦେଇଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ରାହୁଲ ରାଓ।

ଅକ୍ଷୟ ପରିଜା ଜୀ ସାର୍ଥକ ତୁ ଖରା ମୁଁ ଛାଇ ବିଶ୍ଵରଞ୍ଜନ ମହାନ୍ତି ମେଗା ଧାରାବାହିକ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀବଳଦେବ ଜୀଉଙ୍କ କ୍ଷେତ୍ରରେ ଦୋଳଯାତ୍ରା ଓ ଛାମୁମେଳଣ ଉଦଯାପିତ

March 9, 2026

“ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬” ଜୋନ୍ ସ୍ତରୀୟ ବକ୍ତା ପ୍ରଶିକ୍ଷଣ କର୍ମଶାଳା

March 9, 2026

ପଥପ୍ରାନ୍ତ ନାଟକ ମାଧ୍ୟମରେ ଭାରତର ନୂତନ ଅପରାଧିକ ଆଇନ ସମ୍ପର୍କରେ ସଚେତନତା

March 9, 2026

ଆଜି ମାର୍ଚ୍ଚ ୯ ତାରିଖ ସୋମବାରରେ ଏହି ରାଶି ବ୍ୟକ୍ତିମାନେ ପାଇବେ ସଫଳତା

March 9, 2026
Latest News

୧୦୦୦ ତମ ଅଧ୍ୟାୟରେ ପହଞ୍ଚିଲା ଜୀ ସାର୍ଥକର ସବୁଠାରୁ ସଫଳ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ 

March 9, 2026

ଆଜି ସଂସଦରେ ଭାଙ୍ଗିବ ସରକାରଙ୍କ ନୀରବତା!: ମଧ୍ୟପ୍ରାଚ୍ୟ ଉପରେ ମତ ସ୍ପଷ୍ଟ କରିବେ ବୈଦେଶିକ ମନ୍ତ୍ରୀ?

March 9, 2026

ଶ୍ରୀବଳଦେବ ଜୀଉଙ୍କ କ୍ଷେତ୍ରରେ ଦୋଳଯାତ୍ରା ଓ ଛାମୁମେଳଣ ଉଦଯାପିତ

March 9, 2026

“ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬” ଜୋନ୍ ସ୍ତରୀୟ ବକ୍ତା ପ୍ରଶିକ୍ଷଣ କର୍ମଶାଳା

March 9, 2026

ପଥପ୍ରାନ୍ତ ନାଟକ ମାଧ୍ୟମରେ ଭାରତର ନୂତନ ଅପରାଧିକ ଆଇନ ସମ୍ପର୍କରେ ସଚେତନତା

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.