ଆଜି ମୁମ୍ବାଇରେ ନିତି ଆୟୋଗ ବୈଠକ ଅନୁଷ୍ଠିତ ହେବ । ମୁମ୍ବାଇ ମାଲାବାର ହିଲସ୍ଥିତ ଶୟିୟଦ୍ରୀ ଗେଷ୍ଟହାଉସରେ ଆଜି ଆୟୋଜିତ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ନାହିଁ । ତାଙ୍କ ସ୍ଥାନରେ କୃଷି ମନ୍ତ୍ରୀ ଅରୁଣ ସାହୁ ବୈଠକରେ ସାମିଲ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ଶାସନରେ ଏହା ହେଉଛି ନିତି ଆୟୋଗର ଦ୍ୱିତୀୟ ବୈଠକ । ଏହି ବୈଠକରେ କୃଷି କ୍ଷେତ୍ରରେ ସାମଗ୍ରୀକ ବିକାଶ ଆଣିବା ଲାଗି ୭ଟି ଏଜେଣ୍ଡା ଉପରେ ଆଲୋଚନା ହେବାର ଅଛି । ଏହି ଅବସରରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ଆବଶ୍ୟକ ସଂଶୋଧନ ପାଇଁ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯିବ। ଏହାସହିତ ଉନ୍ନତ କୃଷି ପାଇଁ ଚାଷୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ସହ କୃଷି ଉତ୍ପାଦନର ବଜାର ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ଘରୋଇ ପୁଞ୍ଜିନିବେଶ ଉପରେ ରାଜ୍ୟମାନଙ୍କ ମତାମତ ନିଆଯିବ। ଆଜି ଅପରାହ୍ଣ ୫ଟା ୪୫ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଏହି ବୈଠକରେ ଯୋଜନା ବୋର୍ଡ ରୂପରେଖ ନେଇ ବଦଳିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି ।