୨୦ଟି ଗେଟ୍ ଦେଇ ହେଉଛି ହୀରାକୁଦ ଜଳ ନିଷ୍କାସନ

Published: Aug 16, 2019, 10:19 am IST

ମହାନଦୀର ଉପର ମୁଣ୍ଡରେ ବର୍ଷା ହେବା ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି । ଏହାକୁ ନଜରରେ ରଖି ତଥା ବନ୍ୟାଜଳ ନିଷ୍କାସନ ପାଇଁ ଗତକାଲି ଏହାର ୧୬ଟି ଗେଟ୍ ଖୋଲାଯାଇଥିବା ବେଳେ ଏବେସୁଧା ୨୦ଟି ଗେଟ୍ ଖୋଲିଛି । ଆଜି ସକାଳ ୬ଟା ସୁଧା ହୀରାକୁଦ ଜଳସ୍ତର ୬୨୦.୮୭ ଫୁଟ୍ ଥିବା ବେଳେ ସେକେଣ୍ଡ ପିଛା ୧,୫୧୫,୫୦ ଘନଫୁଟ ଜଳ ପ୍ରବେଶ କରୁଛି । ଜଳଭଣ୍ଡାରରୁ ସେକେଣ୍ଡ ପିଛା ୩,୨୮୨,୯୫ ଘନଫୁଟ ଜଳ ନିଷ୍କାସିତ ହେଉଛି । ଜଳ ସମ୍ପଦ ବିଭାଗ ଅନୁସାରେ ଖଇରମାଳ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଏଠାରେ ୪.୩୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ତେବେ ମୁଣ୍ଡଳିରେ ଜଳସ୍ତର କମୁଛି । ଏଠାରେ ୪.୫୮ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିପରି ପଥରଲା ନଦୀରେ ଜଳସ୍ତର ସମାନ ରହିଥିବାବେଳେ ୧.୨୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ବରମୂଳେର ଜଳସ୍ତର କମୁଛି, ଏଠାରେ ୨.୪୨ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି ।

Related posts