ହସ୍ପିଟାଲ୍‌ରେ ଜେଟ୍‌ଲୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

Published: Aug 16, 2019, 3:38 pm IST

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦିଲ୍ଲୀ ସ୍ଥିତ ଏମ୍ସ ଯାଇ ବରିଷ୍ଠ ବିଜେପି ନେତା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଗତ ସପ୍ତାହରୁ ଜେଟଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ନିଃଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ଜେଟଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ଜେଟଲୀଙ୍କ ଅବସ୍ଥା ଗତ ଶୁକ୍ରବାର ଅତ୍ୟନ୍ତ ସଙ୍କଟାପନ୍ନ ରହିଥିଲା। କିନ୍ତୁ ଶନିବାର ଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି।  ଆଜି ସନ୍ଧ୍ୟାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଜେଟ୍‌ଲୀଙ୍କ ଦେଖାକରିବାକୁ ହସ୍‌ପିଟାଲ୍‌ ଯିବେ ।

Related posts