ସରକାରୀ ନିଗମ ଓ ସଂସ୍ଥାର ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି । ବିଭିନ୍ନ ସରକାରୀ ନିଗମ ଓ ସଂସ୍ଥାର ଅଧ୍ୟକ୍ଷଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁଲୋଚନା ଦାସଙ୍କୁ ଭିନ୍ନକ୍ଷମ କମିସନ ଅଧ୍ୟକ୍ଷା ପଦ ମିଳିଥିବାବେଳେ ଲୋପାମୁଦ୍ରା ବକ୍ସିପାତ୍ର ମିଶନ ଶକ୍ତି ପରାମଶର୍ଦାତା ଓ କୃତ୍ତିବାସ ପାତ୍ର ହୋଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ ପରାମର୍ଶଦାତା ଅଧ୍ୟକ୍ଷ । ଚିଲିକା ଉନ୍ନୟନ ପ୍ରାଧିକରଣ ପରାମର୍ଶ ଦାତା ହୋଇଛନ୍ତି ଉତ୍କଳ କେଶରୀ ପରିଡ଼ା । ସେହିପରି କୃତିବାସ ପାତ୍ର ହେଲେ କୃଷି ଓ କୃଷକ ସଶକ୍ତିକରଣ ପରାମର୍ଶଦାତା, ଦେବାଶିଷ ଘୋଷ ହେଲେ ଓଏଫଡିସି ପରାମର୍ଶଦାତା, ସୁଲତା ଦେଓ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପରାମର୍ଶଦାତା, ଜନ୍ମେଜୟ ଲେଙ୍କା ଓଡିଆ ଭାଷା ଓ ସଂସ୍କୃତି ବିଭାଗର ପରାମର୍ଶଦାତା, ରାମଚନ୍ଦ୍ର ପଣ୍ଡା ଓଡିଶା କୃଷି ବିପଣନ ବୋର୍ଡ ପରାମର୍ଶଦାତା, ଦେବାଶିଷ ମହାନ୍ତି ହେଲେ ଓଡିଶା କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ, କିଶୋର ପାଣିଗ୍ରାହୀ ଓଡିଶା ବିହନ ନିଗମ ଅଧ୍ୟକ୍ଷ, ଲେନିନ ମହାନ୍ତି ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁ ସମ୍ପାଦକ, ସୁଜିତ କୁମାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପରାମର୍ଶଦାତା, ଅନୁଭବ ପଟ୍ଟନାୟକ ଇଟି ଓ ଆଇଟି ବିଭାଗ ପରାମର୍ଶଦାତା, ଆକାଶ ଦାସ ମୋ କଲେଜ ଅଧ୍ୟକ୍ଷ, ସୁସ୍ମିତା ବାଗଚି ମୋ ସ୍କୁଲ ଅଧ୍ୟକ୍ଷ, ବିନୟ ଟପ୍ପୋ ସୁନ୍ଦରଗଡ ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ମିନତି ବେହେରା ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା କରାଯାଇଥିବାବେଳେ କସ୍ତୁରୀ ମହାପାତ୍ର ହେଲେ ସମାଜ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ହୋଇଛନ୍ତି । ସେହିପରି ଦିଲ୍ଲୀପ ତିର୍କୀଙ୍କୁ ହକି, ପଷ୍ପେନ୍ଦ୍ର ସିଂହ ଦେଓଙ୍କୁ ପଶ୍ଚିମ ଓଡିଶା ପରିଷଦ ସଦସ୍ୟ, ମାନଓ ମାଡକାମୀଙ୍କୁ ମାଲକାନାଗିରି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ, ସୁଧୀର ଦାସଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପରାମର୍ଶଦାତା, ସଞ୍ଜୀବ ପାଇକରାୟଙ୍କୁ ଓଡିଶା ଖଦି ବୋର୍ଡ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଦିଆଯାଇଛି ।