ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ଶୁକ୍ରବାର ମିଳିତ ଜାତିସଂଘ ପକ୍ଷରୁ ଏକ ରୁଦ୍ଧଦ୍ବାର ବୈଠକ ଅନୁଷ୍ଠିତ ହୋଇଥିଲେ । ପାକିସ୍ତାନର ଘନିଷ୍ଠ ସହଯୋଗୀ ଚୀନ୍ର ଅନୁରୋଧରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଉଭୟ ଭାରତ ଏବଂ ପାକିସ୍ତାନର ରାଜନୈତିକ ବ୍ୟକ୍ତିବିଶେଷ ଏହି ବୈଠକରେ ଯୋଗ ଦେଇନଥିବା ବେଳେ ଜାତିସଂଘରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସୈଦ୍ ଅକବରୁଦ୍ଦିନ ଭାରତର ପ୍ରତିନିଧିତ୍ବ କରିଥିଲେ । ଜମ୍ମୁ କାଶ୍ମୀରରେ ଧାରା 370 ଉଚ୍ଛେଦ ସମ୍ପୂର୍ଣ୍ଣ ଭାବରେ ଭାରତର ଅନ୍ତରୀଣ ବ୍ୟାପାର ଏବଂ ଏହା ଉପରେ ଅନ୍ୟ କୌଣସି ଦେଶର ନିଷ୍ପତ୍ତି ଭାରତ ଗ୍ରହଣ କରିବ ନାହିଁ ବୋଲି ଅକବରୁଦ୍ଦିନ ପ୍ରକାଶ କରିଥିଲେ । ଇସଲାମାବାଦ ସର୍ବଦା ଆତଙ୍କବାଦକୁ ପ୍ରୋତ୍ସାହନ ପ୍ରଦାନ କରି ଆସୁଛି ତେଣୁ ପାକିସ୍ତାନ ଅନ୍ୟ ରାଷ୍ଟ୍ରର ଅନ୍ତରୀଣ ବ୍ୟାପାରରେ ମୁଣ୍ଡ ଖେଳାଇବା ପରିବର୍ତ୍ତେ ଆତଙ୍କବାଦକୁ ବନ୍ଦ କରି ଆଲୋଚନା କରିବା ଉଚିତ୍ ବୋଲି ଅକବରୁଦ୍ଦିନ୍ ପ୍ରକାଶ କରିଥିଲା । ଅନ୍ୟ କୌଣସି ଦେଶ ପାଇଁ ଭାରତ ସରକାର ଏହି ପଦକ୍ଷେପ ନେଇ ନାହାନ୍ତି ବରଂ ଦେଶରେ ଶାସନ ବ୍ୟବସ୍ଥା ସୁଚାରୂ ଭାବରେ ସମ୍ପାଦନ କରିବା ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି ବୋଲି ଅକବରୁଦ୍ଦିନ ପ୍ରକାଶ କରିଥିଲେ ।
ଧାରା 370 ଉଚ୍ଛେଦ ନେଇ ଜାତିସଂଘ ବୈଠକ ଉପରେ ଭାରତୀୟ ରାଷ୍ଟ୍ରଦୂତଙ୍କ ପ୍ରତିକ୍ରିୟା
Published:
Aug 17, 2019, 9:28 am IST
Tags: