କୋଲକାତା : ପଶ୍ଚିମବଙ୍ଗ ର ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳିମାଡ ହୋଇଛି । ପଶ୍ଚିମବଙ୍ଗ ମଧ୍ୟଗ୍ରାମରେ ଏହି ଗୁଳିକାଣ୍ଡ ଘଟିଛି । ଅତି ନିକଟରୁ ଦୁର୍ବୁତ୍ତ ବାଇକରେ ଆସି ଗୁଳି କରିଥିବାର ସୂଚନା ରହିଛି । ଏହି ଗୁଳିମାଡରେ ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କ ମୃତ୍ୟୁ ହୋଇଛି । ଚନ୍ଦ୍ରନାଥ ରଥଙ୍କୁ ଚାରି ରାଉଣ୍ଡ ଗୁଳି କରାଯାଇଛି । ତାଙ୍କର ଛାତି ମୁଣ୍ଡ ଓ ପେଟରେ ଗୁଳି ବାଜିଛି । ଟିଏମସି କର୍ମୀ ଏଇ ଗୁଳିମାଡ କରିଥିବାର ଅଭିଯୋଗ ହୋଇଛି ।
ତେବେ ଘଟଣାସ୍ଥଳରେ ସିଆରପିଏଫ ଡ଼ିଜି ଜି. ପି. ସିଂହ ପହଞ୍ଚିଥିବାବେଳେ ମଧ୍ୟଗ୍ରାମରେ ସୁରକ୍ଷାକୁ କଡାକଡି କରାଯାଇଛି ।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ବାହାରିବା ପରେ ପରେ ସେଠାରେ ହିଂସାକାଣ୍ଡ ଦେଖାଦେଇଛି । ଟିଏମସି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ମଧ୍ୟ ପ୍ରବଳ ଉତ୍ତେଜନା ଲାଗି ରହିଛି । ପଶ୍ଚିମବଙ୍ଗରେ ଟିଏମସିର ପରାଜୟ ଓ ବିଜେପିର ବିପୁଳ ବିଜୟ ପରେ ସେଠାରେ ବାତାବରଣ ଆଶାନ୍ତ ହୋଇପଡିଛି ।


