କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ନିଜ ଦଳର ଦଳୀୟ ଅଧ୍ୟକ୍ଷକୁ ନେଇ ଏକ ବୟାନ ଦେଇଛନ୍ତି । ଅଧୀର ରଞ୍ଜନ କହିଛନ୍ତି ଯେ, ଗାନ୍ଧି – ନେହେରୁ ପରିବାର ବାହାରୁ କୌଣସି ବ୍ୟକ୍ତି ଦଳର ଅଧ୍ୟକ୍ଷ ତଥା ଦଳର ନେତୃତ୍ବ ନେବା ବେଶ୍ କଷ୍ଟକର । କାରଣ ଏହା ହେଉଛି ଏହି ପରିବାରର ଏକ ବ୍ରାଣ୍ଡ ଇକ୍ବିଟି । ସେ କହିଛନ୍ତି କଂଗ୍ରେସ ପରି ଆଦର୍ଶ ଚିନ୍ତାଧାରା ପାର୍ଟି, ଯାହାର ସବୁ ସ୍ଥାନରେ ସଂଗଠନ ରହିଛି ସେ ହିଁ କେବଳ ବିଜେପିର ସାମ୍ପ୍ରଦାୟିକ ରଥକୁ ରୋକି ପାରିବ । ସେହିପରି ପୁନଃ ସୋନିଆଙ୍କ ଦଳ ଅଧ୍ୟକ୍ଷ ହେବାକୁ ନେଇ ଅଧୀର କହିଛନ୍ତି ଯେ, ସୋନିଆ ଗାନ୍ଧି ପାର୍ଟିର ମଙ୍ଗ ଧରିବାକୁ ଚାହୁଁ ନଥିଲେ କିନ୍ତୁ ରାହୁଲ ଗାନ୍ଧିଙ୍କ ଇସ୍ତଫା ପରେ ସଂଗଠନରେ ସଂକଟରେ ଦେଖି ସେ ବରିଷ୍ଠ କଂଗ୍ରେସ ନେତାଙ୍କ ଅନୁରୋଧକୁ ସ୍ୱୀକାର କରିଥିଲେ । ସୋନିଆ ଗାନ୍ଧି ଦଳର ସଂକଟ ସମୟରେ ସକଂଟମୋଚକ ସାଜିଛନ୍ତି ।