ତିରୁମାଳା ତିରୁପତି ଦେବସ୍ଥଳମ୍ ମ୍ୟୁଜିୟମ୍ ବିକାଶରେ 40 କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି । 1980ରୁ ଏହି ସଂଗ୍ରହାଳୟ ନିର୍ମାଣ ହୋଇଥିଲେ ମଧ୍ୟ ଏହାର ବିକାଶ ଅଧୁରା ରହିଛି । ଏହି ସଂଗ୍ରହାଳୟରେ ଅନେକ ପୁରୁଣା ମୂର୍ତ୍ତି ପଥର, ପୁରାତନ ପାଣ୍ଡୁଲିପି ଏବଂ ପୁରାତନ ଧାତବ ପଦାର୍ଥ ମହଜୁଦ ରହିଛି । 1ଲକ୍ଷ 25 ହଜାର ବର୍ଗଫୁଟ ସ୍ଥାନରେ ପରିବ୍ୟାପ୍ତ ଏହି ସଂଗ୍ରହାଳୟକୁ ଦୈନିକ 5 ହଜାରରୁ ଅଧିକ ପର୍ଯ୍ୟଟକ ଭ୍ରମଣ କରିଥାନ୍ତି । ଏହି ସଂଗ୍ରହାଳୟରେ 1296ଟି ଅଳଙ୍କାରର 3ଡି ପ୍ରତିକୃତି ରହିଥିବାରୁ ଏହାର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯିବାର ନିଷ୍ପତ୍ତି ନିଆଯାଇଛି ବୋଲି ଏ ଭି ଧର୍ମା ରେଡ୍ଡୀ ସୂଚନା ଦେଇଛନ୍ତି ।