ନୂଆଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଅଗ୍ନିକାଣ୍ଡ ଘଟିଛି । ଡାକ୍ତରଖାନାର ପ୍ରଥମ ଦୁଇ ମହଲାରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ନିଆଁକୁ ଆୟତ କରିବା ନିମନ୍ତେ 7ଟି ଦମକଳ ଗାଡି ନିୟୋଜିତ ଅଛନ୍ତି । ଅଗ୍ନିକାଣ୍ଡରେ କ୍ଷୟକ୍ଷତି ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ମିଳିପାରିନାହିଁ । ବର୍ତ୍ତମାନ ସୁଦ୍ଧା ପ୍ରାପ୍ତ ସୂଚନା ଅନୁଯାୟୀ କୌଣସି ପ୍ରାଣହାନି ଘଟିନାହିଁ । ସର୍ଟ ସର୍କିଟ୍ କାରଣରୁ ଜରୁରୀ କାଳୀନ ବିଭାଗ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା ।