ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସଦର ଥାନା ଅନ୍ତର୍ଗତ ବେନ୍ଦାଳିଆ ଗ୍ରାମର ପିଙ୍କୁ ସେଠୀ ନାମକ ଜଣେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ ହୋଇଛି। ମାରଣାସ୍ତ୍ରରେ ଆକ୍ରମଣ କରି ୪ ଜଣ ଦୁର୍ବୁତ୍ତ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଯୁବକ ଶିବଶଙ୍କର ସାହୁ ଓ ଅନ୍ୟ ୩ ଜଣ ବୋଲି ପ୍ରାତଃ ଭ୍ରମଣରେ ଯାଉଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ। ଅଭିଯୁକ୍ତ ମାନଙ୍କର ଘର ସେହି ବେନ୍ଦାଳିଆ ଗ୍ରାମର ବୋଲି କୁହାଯାଉଛି।
ସୂଚନା ନୂଆଯାୟୀ, ପିଙ୍କୁ ସକାଳୁ କୌଣସି କାମରେ ନିଜ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ପିଙ୍କୁଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ କୁ ସ୍ଥାନାନ୍ତର କରାଯାଇଛି।
ଖବର ପାଇ ବ୍ରହ୍ମପୁର ଏସପି ଡଃ ଶ୍ରବଣ ବିବେକ ଏମ୍ ଓ ସଦର ଡିଏସପି ଙ୍କ ସହ ଆଉ କିଛି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି।


