ଭାରତୀୟ ମହିଳା ହକି ଦଳ ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ଜାପାନକୁ ପରାସ୍ତ କରିଛି । ଜାପାନକୁ 2-1ରେ ପରାସ୍ତ କରିଛି ଭାରତୀୟ ମହିଳ ଦଳ । ଭାରତ ପକ୍ଷରୁ ଗୁରଜିତ୍ କୌର୍ ଦୁଇଟି ଗୋଲ୍ ସ୍କୋର କରିଥିବା ବେଳେ ଜାପାନ ପକ୍ଷରୁ ଆକି ମିଟ୍ସୁଆସି ଗୋଟିଏ ଗୋଲ୍ ସ୍କୋର କରିଥିଲେ । ପେନାଲ୍ଟି କର୍ଣ୍ଣର ସ୍ପେଶିଆଲିଷ୍ଟ ଗୁର୍ଜିତ୍ କୌର ମ୍ୟାଚ୍ର ନବମ ମିନିଟ୍ରେ ପ୍ରଥମ ଗୋଲ୍ ସ୍କୋର କରିଥିଲେ । ମାତ୍ର 7 ମିନିଟ୍ ପରେ ଆୟୋଜକ ଜାପାନର ଆକି ମିଟ୍ସୁଆସି ଫିଲ୍ଡ ଗୋଲ୍ ଜରିଆରେ ମ୍ୟାଚ୍କୁ ବରାବର ସ୍ଥିତିକୁ ଆଣିଥିଲେ । ମ୍ୟାଚ୍ର 35 ତମ ମିନିଟ୍ରେ ଭାରତକୁ ଦ୍ବିତୀୟ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଗୁର୍ଜିତ୍ ଏହାକୁ ଗୋଲ୍ରେ ରୂପାନ୍ତରିତ କରି ଭାରତକୁ ବିଜୟୀ କରିଥିଲେ ।