ଭୁବନେଶ୍ଵର: ନିମାପଡା ଠାରେ ନିମାପଡ଼ା ପଥ ଉତ୍ସବ ଓ ଉତ୍କର୍ଷ ନିମାପଡା ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଲୋଗୋ ଉନ୍ମୋଚନ କରିଥିଲେ। ଆସନ୍ତା ଜୁନ୍ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ‘ଉତ୍କର୍ଷ ନିମାପଡ଼ା’ ମହୋତ୍ସବ ଆୟୋଜିତ ହେବ। ଆଗାମୀ ଦିନରେ ଉଭୟ ନିମାପଡ଼ା ଏବଂ ଗୋପରେ ମାରାଥନ୍ ଆୟୋଜନ ହେବା ସହ କ୍ରୀଡ଼ା, ସଙ୍ଗୀତ, ନୃତ୍ୟ ପ୍ରତିଯୋଗିତା ଏବଂ ମହାବିଦ୍ୟାଳୟ ସ୍ତରରେ ବିତର୍କ ଆୟୋଜନ କରାଯିବ।
ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସାଧାରଣ ଲୋକଙ୍କ ସହଭାଗିତା ବୃଦ୍ଧି ଉଦ୍ଦେଶ୍ୟରେ ଆଜି ଦ୍ୱିତୀୟ ନିମାପଡ଼ା ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନିମାପଡ଼ା ଜୟଶ୍ରୀ ଛକ ନିକଟରୁ ବାରବାଟୀ ପଡ଼ିଆ ପର୍ଯ୍ୟନ୍ତ ଏକ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।


