ଭୁବନେଶ୍ଵର : ବ୍ରହ୍ମପୁର ପରେ ଏବେ ରାଜଧାନୀ ଭୁବନେଶ୍ଵରରେ ଏନକାଉଣ୍ଟର । ସ୍ପେସାଲ କ୍ରାଇମ ୟୁନିଟର ରେଡ ବେଳେ ଏନକାଉଣ୍ଟର କଲା ପୁଲିସ । ପୁଲିସ ଉପରକୁ ତିନି ଗୁଳିମାଡ଼ କରି ଖସି ଯିବାକୁ ବସିଥିବା ବେଳେ ପପୁନ ମାଝୀକୁ ପାଲଟା ଗୁଳିମାଡ଼ କରିଥିଲା ପୁଲିସ। ଗୁଳି ବିନିମୟ ସମୟରେ ଜଣେ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ପୁଲିସର ଜବାବରେ ପପୁନ ଗୋଡ଼ରେ ଗୁଳି ବାଜିଛି। ଅରିସଲ ଛକ ପାଖରେ ଡ୍ରଗ୍ସ ନେଇ ଯାଉଥିଲା ଅଭିଯୁକ୍ତ। ଲକ୍ଷାଧିକ ଟଙ୍କାର ଡ୍ରଗ୍ସ ସହ ୭.୬ ଏମ୍ଏମ୍ ପିସ୍ତଲ ଜବତ ହୋଇଛି। ବିଭିନ୍ନ ଅପରାଧିକ ମାମଲାରେ ପାଖାପାଖି ୨୦ଟି ମାମଲାରେ ଅଭିଯୁକ୍ତ ଥିଲା ପପୁନ। ନିଶା କାରବାର ଓ ବନ୍ଧୁକ ଡିଲ ଭଳି ମାମଲାରେ ଥିଲା ଅଭିଯୁକ୍ତ । ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନିଆ ଯାଇଥିଲା ମାତ୍ର ଏବେ ତାକୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।


