ବାରଙ୍ଗ : ବାରଙ୍ଗ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ ଘଟଣାରେ ହଟିଲା ରାସ୍ତା ଅବରୋଧ । ପୋଲିସର ବୁଝାସୁଝା ପରେ 8 ଘଣ୍ଟା ପରେ ଏହି ଅବରୋଧ ହଟିଛି । ତେବେ ଚଣ୍ଡୀପ୍ରସାଦ ଗାଁର କିଛି ଯୁବକଙ୍କୁ ପୋଲିସ ଅଟକ ରଖିଥିବାର ସୂଚନା ରହିଛି ।
ସୂଚନାଯୋଗ୍ୟ, ଯୁବକଙ୍କୁ ପୋଲିସର ଥାର୍ଡ ଡିଗ୍ରି ଅଭିଯୋଗରେ ଏହାକୁ ପ୍ରତିବାଦକରି ରାଜରାସ୍ତାକୁ ଓହ୍ଲାଇ ବାରଙ୍ଗ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଚଣ୍ଡୀପ୍ରସାଦ ଗାଁର ଲୋକେ ।


