Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ରକେଟ ବେଗରେ ଫାଇଲ, ହେଲେ ଫାଇଲର ଗତି ଓ ବେଗର ନିୟନ୍ତ୍ରଣ ଆପଣଙ୍କ ହାତରେ ଅଛି ତ ମୁଖ୍ୟ ଶାସନ ସଚିବ ମହାଶୟ!
ମତାମତ

ରକେଟ ବେଗରେ ଫାଇଲ, ହେଲେ ଫାଇଲର ଗତି ଓ ବେଗର ନିୟନ୍ତ୍ରଣ ଆପଣଙ୍କ ହାତରେ ଅଛି ତ ମୁଖ୍ୟ ଶାସନ ସଚିବ ମହାଶୟ!

August 20, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Files will move like Rocket speed,New Chief Secretary of Odisha
Files will move like Rocket speed,New Chief Secretary of Odisha

କେଦାର ମିଶ୍ର 

ଭଲ ଲାଗିଲା, ଯେତେବେଳେ ନୂଆ ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ଵ ଗ୍ରହଣ କରି ଅସିତ ତ୍ରିପାଠୀ ପ୍ରଶାସନର ଜୀବନରେଖା ବୋଲାଉଥିବା ଫାଇଲ ବିଷୟରେ ଏକ ବିଶେଷ ମତ ରଖିଲେ। ମୁଖ୍ୟ ଶାସନ ସଚିବଙ୍କ କହିବା କଥା ହେଲା, ଯେତେବେଳେ ଆମର ବ୍ୟକ୍ତିଗତ ସ୍ଵାର୍ଥର କଥା ଉଠେ, ସେତେବେଳେ ଫାଇଲ ରକେଟ ବେଗରେ ଠିକଣା ଜାଗାରେ ପହଞ୍ଚି ଯାଏ। ସେ ସମାନ ବେଗ ଓ ତତ୍ପରତା ସବୁ ଫାଇଲରେ ଦେଖିବାକୁ ମିଳିବା ଉଚିତ। ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ଭାବରେ ସେ ସଠିକ ଜାଗାରେ ହାତ ମାରିଛନ୍ତି। ଫାଇଲର ବେଗ ଓ ଗତି ଉପରେ ହିଁ ପ୍ରଶାସନର ସବୁକିଛି ନିର୍ଭର କରିଥାଏ। ଯଦି ରକେଟ ବେଗରେ ଫାଇଲ ସଠିକ ଠିକଣାରେ ପହଞ୍ଚିବା ତାହେଲେ, ତୁରନ୍ତ ଓ ତ୍ଵରିତ ନିଷ୍ପତ୍ତି ନିଆ ଯାଇପାରିବ। ହେଲେ ଫାଇଲର ଗତି ରକେଟ ଭଳି ହୋଇପାରିବାର ସମ୍ଭାବନା ଥିବା ସତ୍ତ୍ୱେ ଏହା କଇଁଛ ପରି ଗତି କରେ କାହିଁକି? କାହିଁକି ସରକାରୀ ଥାକ ସବୁରେ ବର୍ଷ ବର୍ଷ ଧରି ଫାଇଲ ଗୁଡିକ ଧୂଳି ଖାଇ ପଡି ରହିଥାନ୍ତି? ଛୋଟ ଛୋଟ ନିଷ୍ପତ୍ତି ନେବାକୁ ବାବୁମାନେ ବର୍ଷ ବର୍ଷ ଧରି ବିଳମ୍ବ କରନ୍ତି କାହିଁକି? ବେଳେବେଳେ ନ’ ତାଲାରୁ ସଚିବାଳୟ (ଏବେ କୁଆଡେ ଲୋକସେବା ଭବନ)କୁ ପହଞ୍ଚିବା ଲାଗି ଗୋଟେ ଫାଇଲକୁ ପାଞ୍ଚ ବର୍ଷ ସମୟ ଲାଗିଯାଏ। କଣ ହୋଇପାରେ ଏହାର କାରଣ?

କେହିବି କେବେ ଯଦି ନ’ ତାଲା ବା ସଚିବାଳୟ ବା ଅନ୍ୟ କୌଣସି ସରକାରୀ ଅଫିସକୁ ଯାଇଥିବେ, ସେ ନିଶ୍ଚୟ ଫାଇଲ କାମ ଦେଖିଥିବେ। ଆମର କିରାଣୀ ବାବୁଙ୍କଠୁ ବଡ ବାବୁ, ବଡ ବାବୁଙ୍କଠୁ ସବାସାନ ଅଧିକାରୀ, ସେଇଠୁ ମଝିଆଁ ଅଧିକାରୀ ଓ ତାପରେ ଯାଇ ବଡ ଅଧିକାରୀଙ୍କ ପାଖକୁ ଫାଇଲ ଯାଏ। ଯଦି ଟିକେ ବଡ ନିଷ୍ପତ୍ତି, ସେଠୁ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଏ। ତାରି ଭିତରେ ଘୂରି ଘୂରି ଫାଇଲ କାହା ଟେବଲ ତଳେ ହଜି ମଧ୍ୟ ଯାଇଥାଏ। ହଜାର ହଜାର ଫାଇଲ ନିତାନ୍ତ କଦର୍ୟ ଅବସ୍ଥାରେ ଆମର ସରକାରୀ କାର୍ୟାଳୟ ଗୁଡିକରେ ପଡି ରହିଥାନ୍ତି। ପ୍ରଶାସନର ତଳ ସ୍ତରରେ ଯେଉଁ ନିଷ୍ପତ୍ତି ଗୁଡିକ ଅତି ସହଜରେ ହୋଇ ପାରନ୍ତା, ତାକୁ ଅଯଥାରେ ଉପର ମହଲା ପର୍ୟନ୍ତ ଅଣାଯାଏ। ସବୁଠୁ ବେଶୀ ଫାଇଲ ଜମା ହୋଇ ରୁହେ ସରକାରୀ କର୍ମଚାରୀଙ୍କ ଅବସର ଓ ପେନସନ କୁ ନେଇ। ଜଣେ ଜିଲା ସ୍ତରର ସାଧାରଣ କିରାଣୀ ନିଜ ପେନସନ ଗଣ୍ଡାକ ପାଇବାକୁ ବାର ଦୁଆର ଧକ୍କା ଖାଉଥିବାର ଅସହାୟ ଦୃଶ୍ୟ ଆମେ ଦେଖିଛୁ,। ଛୋଟ ଛୋଟ କଥାକୁ ନେଇ ଫାଇଲ ଚାପି ବସି ପଡିବାର ବହୁ ଉଦାହରଣ ଆମ ରାଜ୍ୟରେ ରହିଛି। ଏହାକୁ ପରିବର୍ତ୍ତନ କରିବ କିଏ? ଯେଉଁ ଦିନର ଫାଇଲ ସେହିଦିନ କ୍ଲିଅର କରିବାକୁ ସରକାରୀ ବାବୁମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେବେ କି?

ଫାଇଲ କରିବା କ୍ଷେତ୍ରରେ ଦୁଇ ପ୍ରକାର ସରକାରୀ ଅଧିକାରୀଙ୍କୁ ଆମେ ଦେଖିବାକୁ ପାଉ। ଗୋଟେ ପ୍ରକାର ଅଧିକାରୀ ଯେଉଁମାନେ ଫଇସଲା ନେବାରେ ବିଲକୁଲ ଡେରି କରନ୍ତି ନାହିଁ, ହେଲେ ସେମାନଙ୍କ ଫଇସଲା ଟି ହେଉଛି- ଡିସ୍କସ, ଏଗ୍ଜାମିନ ବା ହୋଲ୍ଡ ଅନ। ଏ ପ୍ରକାର ନିଷ୍ପତ୍ତି ଅପେକ୍ଷା ନିଷ୍ପତ୍ତି ନ ନେବା ଭଲ। ଅନ୍ୟ ପ୍ରକାର ଅଧିକାରୀ ହେଲେ ପ୍ରଚଣ୍ଡ ବିଳାସୀ। ଏମାନଙ୍କ ଲାଗି ସରକାରୀ ଚାକିରି ହେଉଛି କାମ ନ କରି ଦରମା ନେବାର ସହଜ ପ୍ରତିଷ୍ଠାନ। ଏଇ ବାବୁମାନେ ନିଜ ଟେବଲରେ ପ୍ରାୟ ନଥାନ୍ତି। ଏମାନଙ୍କ କଲମର ଗତି ଏତେ ମନ୍ଥର ଯେ ଗୋଟିଏ ବାକ୍ୟ ଲେଖିବାକୁ ଏମାନେ ଗୋଟିଏ ଦିନ ନିଅନ୍ତି। ଅନେକ ସମୟରେ ଏମାନେ ଫାଇଲ କୁ କେବଳ ଦେଖିବାକୁ ମାସେ ବା ଅଧିକ ସମୟ ନିଅନ୍ତି। ଏଇ ଉଭୟ ପ୍ରକାର ଅଧିକାରୀଙ୍କ ବନ୍ଧନୀରେ ଫାଇଲ ର ଭାଗ୍ୟ ଝୁଲୁଥାଏ। ତେବେ ଆଉ କିଛି ଅଧିକାରୀ ଥାନ୍ତି, ଯେଉଁ ମାନଙ୍କ ଲାଗି ହିଁ ପ୍ରଶାସନ ଚାଲିଥାଏ। ଏମାନେ ସବୁ କର୍ମଠ ଓ ରାତି ଦିନ ଏମାନେ ଫାଇଲ ଘାଣ୍ଟୂଥାନ୍ତି। ଏମାନଙ୍କ ସଂଖ୍ୟା ସରକାରୀ ଦପ୍ତର ଗୁଡିକରେ ଅତି ବେଶୀରେ ଜଣେ ବା ଦୁଇଜଣ। ବର୍ତ୍ତମାନ ମୁଖ୍ୟ ଶାସନ ସଚିବଙ୍କ ପ୍ରଥମ ଦାୟିତ୍ଵ ହେବା ଉଚିତ, ସବୁ କର୍ମଚାରୀଙ୍କ କାମ କରିବାର ଗତି ଓ ପ୍ରଗତି ବିଷୟରେ ଏକ ସ୍ପଷ୍ଟ ଦିଶା ନିର୍ଦ୍ଦେଶ। ସାନବାବୁ,  ବଡବାବୁ ଓ ହାକିମଙ୍କ ଭିତରେ ଦୂରତା କମାଇଲେ ଯାଇ ଫାଇଲର ଗତି ତୀବ୍ର ହେବ।

ଏବେ ସବୁକିଛି ମୁଖ୍ୟ କ୍ଷମତା କେନ୍ଦ୍ର ଉପରେ ହିଁ ନିର୍ଭର କରୁଛି। ପୁରା ଫାଇଲ ବ୍ୟବସ୍ଥାର ରିମୋଟ କଣ୍ଟ୍ରୋଲ ମୁଖ୍ୟ ଶାସନ ସଚିବଙ୍କ ହାତରେ। ସେ ଚାହିଁଲେ ସବୁକିଛି ରାତାରାତି ସୁଧୁରିଯିବ। ଫାଇଲ ରକେଟ ବେଗରେ ଯିବ ନା କଇଁଛ ପରି ଧୀର ମନ୍ଥର ଗତିରେ ଚାଲିଥିବ, ତାର ନିର୍ଣ୍ଣୟ ମାନ୍ୟବର ମୁଖ୍ୟ ଶାସନ ସଚିବଙ୍କୁ ହିଁ ନେବାକୁ ପଡିବ।

ବିପଦରେ ଓଡିଆ ଗଣମାଧ୍ୟମର ଭବିଷ୍ୟତ, ଟିଭି ଚ୍ୟାନେଲ ଗୁଡିକରେ ବ୍ୟାପକ କର୍ମଚାରୀ ଛଟେଇ ଆରମ୍ଭ

ChiefSecretary
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ଵକପର ବଡ ବିପର୍ଯ୍ୟୟ: ଜିମ୍ବାୱେ ଠାରୁ ଅଷ୍ଟ୍ରେଲିଆ ପରାସ୍ତ

February 13, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

February 13, 2026

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ: ପୋଲିସର ତଦନ୍ତ ଆରମ୍ଭ

February 13, 2026

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026
Latest News

ଦୁଇଟି ବନ୍ଦେ ଭାରତ ଟ୍ରେନ୍ ବନ୍ଦ କଲା ରେଳବାଇ: ଜାଣନ୍ତୁ ରୁଟ ଏବଂ କାରଣ

February 13, 2026

ଟି-୨୦ ବିଶ୍ଵକପର ବଡ ବିପର୍ଯ୍ୟୟ: ଜିମ୍ବାୱେ ଠାରୁ ଅଷ୍ଟ୍ରେଲିଆ ପରାସ୍ତ

February 13, 2026

ସମାଜବାଦୀ ପାର୍ଟି ମୁଖପାତ୍ର ମନୋଜ ଯାଦବ ଗିରଫ, ଜାଣନ୍ତୁ କାହିଁକି?

February 13, 2026

ନାମିବିୟାକୁ ପରାସ୍ତ କରିବା ପରେ ସୂର୍ଯ୍ୟକୁମାରଙ୍କ ପ୍ରତିକ୍ରିୟା: ପାକିସ୍ତାନ ମ୍ୟାଚ ଉପରେ ଦେଲେ ସଂକେତ

February 13, 2026

ଓଡ଼ିଶାରୁ ଉତ୍ତରପ୍ରଦେଶ ଗଞ୍ଜେଇ ଚାଲାଣ: ୨.୫ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ, ୬ ଫେରାର୍

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.