ଭୁବନେଶ୍ବର : ସିଂଗଲ ୱିଣ୍ଡୋ କ୍ଲିୟରଆନ୍ସ ଆଥୋରିଟି ବୈଠକରେ ୨୪ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି କ୍ରମରେ ୧୪ଟି ଜିଲ୍ଲାରେ ୨୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହି ବୈଠକରେ ୩,୭୯୩ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ପାସ ହୋଇଛି । ୧୬୮. ୬୪ କୋଟି ବ୍ୟୟରେ ଖୋର୍ଦ୍ଧାରେ ହେବ ପୋଷାକ ଉତ୍ପାଦନ ଇଉନିଟ । ୧୯ ହଜାର ୯୨୪ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ସୂଚନା ରହିଛି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନୁମୋଦନ ମିଳିଛି।


