ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ପୋଲିସ ଆର୍ ମିଟୁ ନାମକ ଜଣେ ଯୁବକଙ୍କୁ ଦୁଷ୍କର୍ମ ଘଟଣାରେ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ମିଟୁ ଜଣେ ଅବିବାହିତ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଗତ ୫ ବର୍ଷ ହେବ ସମ୍ପର୍କରେ ରହି ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ଏହି କିଛି ମାସ ହେବ ଉକ୍ତ ଯୁବତୀଙ୍କୁ ବିବାହ ନକରିବା ପାଇଁ ରୋକ୍ ଠୋକ୍ ମନା କରିଦେଲେ। ଯ’ଦ୍ୱାରା ଯୁବତୀ ଜଣକ ଶେଷରେ ଥାନାର ଦ୍ଵାରସ୍ଥ ହୋଇଥିଲେ ଓ ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ମିଟୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।


