Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ୟାପକ ସୁରକ୍ଷା ସହିତ ମୌସୁମୀ ପାଇଁ ପ୍ରସ୍ତୁତ ହେଉଛି ପୂର୍ବତଟ ରେଳପଥ
ଆଜିର ଖବର

ବ୍ୟାପକ ସୁରକ୍ଷା ସହିତ ମୌସୁମୀ ପାଇଁ ପ୍ରସ୍ତୁତ ହେଉଛି ପୂର୍ବତଟ ରେଳପଥ

June 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବ୍ୟାପକ ସୁରକ୍ଷା ସହିତ ମୌସୁମୀ ପାଇଁ ପ୍ରସ୍ତୁତ ହେଉଛି ପୂର୍ବତଟ ରେଳପଥ
ବ୍ୟାପକ ସୁରକ୍ଷା ସହିତ ମୌସୁମୀ ପାଇଁ ପ୍ରସ୍ତୁତ ହେଉଛି ପୂର୍ବତଟ ରେଳପଥ

ଭୁବନେଶ୍ୱର: ମୌସୁମୀ ଋତୁ ଆରମ୍ଭ ହେବା ସହିତ, ବର୍ଷା ଦିନେ ସୁରକ୍ଷିତ, ନିର୍ଭରଯୋଗ୍ୟ ଏବଂ ନିରବଚ୍ଛିନ୍ନ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହାର ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଏବଂ ରାୟଗଡ଼ା ଡିଭିଜନ ଗୁଡିକରେ ୧୦ ଜୁନ୍ରୁ ୨୫ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ “ମୌସୁମୀ ସତର୍କତା” ଉପରେ ଏକ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ ଆରମ୍ଭ କରାଯାଇଛି।

ଏହି ଅଭିଯାନରେ ପ୍ରବଳ ବର୍ଷା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଥିବା ରେଳ ସମ୍ପତ୍ତି ଗୁଡ଼ିକର ବ୍ୟାପକ ଯାଞ୍ଚ, ପ୍ରତିଷେଧକ ରକ୍ଷଣାବେକ୍ଷଣ ଏବଂ ତୀକ୍ଷ୍ଣ ତଦାରଖ ରଖାଯିବା ଅନ୍ତର୍ଭୁକ୍ତ। ଟ୍ରାକ୍, ବ୍ରିଜ୍ (ପୋଲ), କଲଭର୍ଟ, ଟନେଲ୍ (ସୁଡ଼ଙ୍ଗ), ଏମ୍ବ୍ୟାଙ୍କମେଣ୍ଟ (ବନ୍ଧ), କଟିଙ୍ଗ୍, ଡ୍ରେନେଜ୍ ବ୍ୟବସ୍ଥା, ସିଗନାଲିଂ ବ୍ୟବସ୍ଥା, ବୈଦ୍ୟୁତିକ ସମ୍ପତ୍ତି ଏବଂ ଓଭରହେଡ୍ ଉପକରଣ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ପ୍ରସ୍ତୁତିମୂଳକ ପଦକ୍ଷେପ ସ୍ୱରୂପ ରେଳ ଧାରଣା ସଂଲଗ୍ନ ନଦୀ, ପୋଲ ଏବଂ କଲଭର୍ଟ ଗୁଡ଼ିକର ଜଳସ୍ତର ଉପରେ କଡ଼ା ନଜର ରଖାଯିବ।

ବନ୍ୟା, ମୃତ୍ତିକା କ୍ଷୟ, ଭୂସ୍ଖଳନ , ପାହାଡ଼ ଧସିବା ଏବଂ ପଥର ଖସିବା ଭଳି ଆଶଙ୍କା ଥିବା ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି। ରିଟେନିଂ ୱାଲ୍ (ପ୍ରତିରୋଧକ ପ୍ରାଚୀର), ବୋଲ୍ଡର ନେଟ୍ ଏବଂ ନଦୀ-ପ୍ରଶିକ୍ଷଣ କାର୍ଯ୍ୟ ଭଳି ସୁରକ୍ଷାମୂଳକ ଗଠନଗୁଡ଼ିକୁ ଭଲଭାବେ ଯାଞ୍ଚ କରାଯାଉଛି ଏବଂ ଆବଶ୍ୟକ ସ୍ଥଳେ ସୁଦୃଢ଼ କରାଯାଉଛି। ପ୍ରତିକୂଳ ପାଗ ସମୟରେ ପ୍ରଭାବଶାଳୀ ନଜର ରଖିବା ଏବଂ ଉତ୍ତମ ଦୃଶ୍ୟମାନତା ସୁନିଶ୍ଚିତ କରିବା ପାଇଁ ପୋଲ ଏବଂ ରେଳଧାରଣା ନିକଟରେ ଥିବା ଗଛଲତା ଓ ବୁଦାଗୁଡ଼ିକୁ ମଧ୍ୟ ସଫା କରାଯାଉଛି।

ଏହି ମୌସୁମୀ ସୁରକ୍ଷା ଅଭିଯାନରେ ଦୁର୍ବଳ ଟ୍ରାକ୍ ସେକ୍ସନ ଗୁଡ଼ିକରେ ବ୍ୟାପକ ପାଟ୍ରୋଲିଂ, ସମ୍ବେଦନଶୀଳ ସ୍ଥାନଗୁଡ଼ିକର ନିୟମିତ ଯାଞ୍ଚ ଏବଂ ଚିହ୍ନଟ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ୱାଚ୍‌ମ୍ୟାନ୍ (ଜଗୁଆଳି) ମୁତୟନ କରାଯିବା ଅନ୍ତର୍ଭୁକ୍ତ ଅଟେ। ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବା ପାଇଁ ବାଲିବସ୍ତା, ବାଲାଷ୍ଟ (ପଥରଗୁଡ଼ି) ଏବଂ ମୋରମ ସହିତ ପର୍ଯ୍ୟାପ୍ତ ପରିମାଣର ଜରୁରୀକାଳୀନ ସାମଗ୍ରୀ ରଣନୀତିକ ଭାବେ ଗଚ୍ଛିତ କରି ରଖାଯାଇଛି।

ଜଳବନ୍ଦୀ ଏବଂ ଆଦ୍ରତା ଦ୍ୱାରା ସୃଷ୍ଟି ହେଉଥିବା ବ୍ୟାଘାତକୁ ରୋକିବା ପାଇଁ ସିଗନାଲିଂ ଏବଂ ଦୂରସଞ୍ଚାର ବ୍ୟବସ୍ଥା, ଟ୍ରାକ୍ ସର୍କିଟ୍, ରିଲେ ରୁମ୍, ପଏଣ୍ଟ ମେସିନ୍ ଏବଂ ଲୋକେସନ ବକ୍ସ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି। ସିଗନାଲ ଗୁଡ଼ିକର ସଠିକ୍ ଦୃଶ୍ୟମାନତା ସୁନିଶ୍ଚିତ କରିବା, ଝୁଲୁଥିବା ଗଛର ଡାଳଗୁଡ଼ିକୁ କାଟିବା ଏବଂ ପ୍ରଭାବଶାଳୀ ଆର୍ଥିଂ (earthing) ଓ ସର୍ଜ ସୁରକ୍ଷା (surge protection) ବ୍ୟବସ୍ଥା ମାଧ୍ୟମରେ ବୈଦ୍ୟୁତିକ ଏବଂ ସିଗନାଲିଂ ସଂସ୍ଥାପନ ଗୁଡ଼ିକର ସୁରକ୍ଷା ପାଇଁ ମଧ୍ୟ ଅନେକ ଗୁଡିଏ ପଦକ୍ଷେପ ନିଆଯାଉଛି।

ଟ୍ରାକସନ ଏବଂ ବୈଦ୍ୟୁତିକ କ୍ଷେତ୍ରରେ, ପାଣି ପଶିବାକୁ ରୋକିବା ଏବଂ ପ୍ରତିକୂଳ ପାଗ ସମୟରେ ପରିଚାଳନାଗତ ନିର୍ଭରଯୋଗ୍ୟତା ବଜାୟ ରଖିବା ପାଇଁ ଓଭରହେଡ୍ ଉପକରଣ, ସୁଇଚିଂ ପୋଷ୍ଟ, ସବ୍-ଷ୍ଟେସନ ଏବଂ ଲୋକୋମୋଟିଭ୍ (ଇଞ୍ଜିନ) ଉପକରଣଗୁଡ଼ିକର ବିସ୍ତୃତ ଯାଞ୍ଚ କରାଯାଉଛି।

ପ୍ରବଳ ବର୍ଷା, ବନ୍ୟା, ଭୂସ୍ଖଳନ, ଘୂର୍ଣ୍ଣିଝଡ଼ କିମ୍ବା ଅନ୍ୟ କୌଣସି ପାଣିପାଗ ସମ୍ବନ୍ଧୀୟ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଏବଂ ସମନ୍ୱିତ ପଦକ୍ଷେପ ସୁନିଶ୍ଚିତ କରିବା ପାଇଁ ମୌସୁମୀ ପ୍ରସ୍ତୁତି କାର୍ଯ୍ୟକ୍ରମ ଏବଂ ସୁରକ୍ଷା ସୂଚନା ମାଧ୍ୟମରେ ବିଭିନ୍ନ ବିଭାଗର ଫିଲ୍ଡ ଷ୍ଟାଫ୍‌ମାନଙ୍କୁ ସଚେତନ କରାଯାଉଛି।

ଏହି ବ୍ୟାପକ ପ୍ରସ୍ତୁତିମୂଳକ ପଦକ୍ଷେପ ମାଧ୍ୟମରେ, ପୂର୍ବତଟ ରେଳପଥ ଭିତ୍ତିଭୂମିର ସ୍ଥିରତା ବୃଦ୍ଧି କରିବା, ପରିଚାଳନାଗତ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ମୌସୁମୀ ଋତୁରେ ଯାତ୍ରୀ ଓ ମାଲ୍ ପରିବହନ ଗ୍ରାହକମାନଙ୍କ ପାଇଁ ସମୟାନୁବର୍ତ୍ତୀ, ନିର୍ଭରଯୋଗ୍ୟ ଏବଂ ସୁରକ୍ଷିତ ରେଳ ସେବା ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି।

ଖୋର୍ଦ୍ଧା ରୋଡ୍ ପୂର୍ବତଟ ରେଳପଥ ମୌସୁମୀ ଋତୁ ରାୟଗଡ଼ା ଡିଭିଜନ ସମ୍ବଲପୁର ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ଟେଷ୍ଟ ବିଜୟ ପରେ ଟିମ୍ ଇଣ୍ଡିଆର ଦଳରେ ପରିବର୍ତ୍ତନ: ODI ସିରିଜରୁ ବାଦ ପଡିଲେ ୭ ଖେଳାଳି

June 8, 2026

ହାଓଡ଼ା-ପୁରୀ-ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ୍ ବାତିଲ୍

June 8, 2026

ମୟୂରଭଞ୍ଜ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୩୯ଟି ପ୍ରକଳ୍ପର ଶୁଭାରମ୍ଭ ସହ ବହୁ କୋଟିର କାର୍ଯ୍ୟର ଉଦଘାଟନ

June 8, 2026

Raja Bazar: ରଜ ପାଇଁ ଟ୍ରେଣ୍ଡ୍‌ସର ରଜ ଫ୍ୟାଶନ୍ ଆଇକନ୍ ଘୋ‌ଷଣା, ୨୪୯ ଟଙ୍କାର ଆକର୍ଷଣୀୟ ଉପହାର

June 8, 2026
Latest News

ବ୍ୟାପକ ସୁରକ୍ଷା ସହିତ ମୌସୁମୀ ପାଇଁ ପ୍ରସ୍ତୁତ ହେଉଛି ପୂର୍ବତଟ ରେଳପଥ

June 8, 2026

ଟେଷ୍ଟ ବିଜୟ ପରେ ଟିମ୍ ଇଣ୍ଡିଆର ଦଳରେ ପରିବର୍ତ୍ତନ: ODI ସିରିଜରୁ ବାଦ ପଡିଲେ ୭ ଖେଳାଳି

June 8, 2026

ହାଓଡ଼ା-ପୁରୀ-ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ୍ ବାତିଲ୍

June 8, 2026

ମୟୂରଭଞ୍ଜ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୩୯ଟି ପ୍ରକଳ୍ପର ଶୁଭାରମ୍ଭ ସହ ବହୁ କୋଟିର କାର୍ଯ୍ୟର ଉଦଘାଟନ

June 8, 2026

Raja Bazar: ରଜ ପାଇଁ ଟ୍ରେଣ୍ଡ୍‌ସର ରଜ ଫ୍ୟାଶନ୍ ଆଇକନ୍ ଘୋ‌ଷଣା, ୨୪୯ ଟଙ୍କାର ଆକର୍ଷଣୀୟ ଉପହାର

June 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.