Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ରେକର୍ଡ଼ ପରିମାଣର କୋଇଲା ପରିବହନ କରିଛି କୋଇଲା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: 2023-24 ଆର୍ଥିକ ବର୍ଷରେ, କୋଇଲା ମନ୍ତ୍ରଣାଳୟ ଗ୍ରାହକଙ୍କୁ1012 ନିୟୁତ ଟନ୍ (ଏମଟି) କୋଇଲା ଉତ୍ପାଦନ ଏବଂ ପଠାଇବା ପାଇଁ ଏକ ଲକ୍ଷ୍ୟସ୍ଥିର କରିଛି। ରେକର୍ଡ ଉଚ୍ଚ କାର୍ଯ୍ୟଦକ୍ଷତା ହାସଲ କରି ମନ୍ତ୍ରଣାଳୟ 17 ଅକ୍ଟୋବର2023 ସୁଦ୍ଧା 500 ଏମଟି କୋଇଲା ପଠାଇବାରେ ସକ୍ଷମ ହୋଇଛି। ବର୍ଷର ପ୍ରଥମାର୍ଦ୍ଧରେ ମୌସୁମୀ ଋତୁ ସତ୍ତ୍ବେ 200 ଦିନରେ 500 ଏମଟି କୋଇଲା ପଠାଇବାଏକ ଉଲ୍ଲେଖନୀୟ ସଫଳତା ଅଟେ।

ବର୍ଷର ଦ୍ବିତୀୟାର୍ଦ୍ଧରେ, ଉତ୍ପାଦନ ଏବଂ ପଠାଇବା ହାର ସାଧାରଣତଃ ବର୍ଷରପ୍ରଥମାର୍ଦ୍ଧ ଅପେକ୍ଷା ଅଧିକ। ତେଣୁ ଆଶା କରାଯାଉଛି ଯେ ଚଳିତ ବର୍ଷ କୋଇଲାପ୍ରେରଣ ଏକ ବିଲିୟନ ଟନ୍ ରୁ ଅଧିକ ହେବ। ଗତ ଆର୍ଥିକ ବର୍ଷରେ, 9 ନଭେମ୍ବର2022 ସୁଦ୍ଧା 500 ଏମଟି କୋଇଲା ପଠାଇବା ମାଇଲଖୁଣ୍ଟ ହାସଲ କରାଯାଇଛି। ଏହା ସହିତ , ଚଳିତ ବର୍ଷ, 500 ଏମଟି ପଠାଇବା ଲକ୍ଷ୍ୟ 23 ଦିନ ପୂର୍ବରୁ ହାସଲକରାଯାଇଛି।

ଏହା ଧ୍ୟାନ ଦେବା ଆବଶ୍ୟକ ଯେ 500 ମେଟ୍ରିକ ଟନ କୋଇଲାରେ 416.57 ମେଟ୍ରିକ ଟନ୍ କୋଇଲା ବିଦ୍ୟୁତ କ୍ଷେତ୍ର ପାଇଁ ଏବଂ 84.77 ମେଟ୍ରିକ ଟନ୍ ଅଣ-ନିୟାମକ କ୍ଷେତ୍ର ପାଇଁ ପଠା ଯାଇଛି। ବିଦ୍ୟୁତ କ୍ଷେତ୍ରରେ କୋଇଲା ପରିବହନରେ ବୃଦ୍ଧି ହାର ବର୍ଷ ପରେ ବର୍ଷ 7.27 ପ୍ରତିଶତ ରହିଛି ଏବଂ ଅଣ-ନିୟାମକ କ୍ଷେତ୍ରରେ ବର୍ଷ ପରେ ବର୍ଷ 38.02 ପ୍ରତିଶତ ରହିଛି। 31 ମାର୍ଚ୍ଚ, 2023 ସୁଦ୍ଧା 893.19 ମିଲିୟନ ଟନ୍ କୋଇଲା ପ୍ରେରଣ କରାଯାଇଥିଲା।

ଏହା ଧ୍ୟାନ ଦେବାର ବିଷୟ ଯେ କୋଇଲା ମନ୍ତ୍ରଣାଳୟ ଏହି ଐତିହାସିକ ଉପଲବ୍ଧିରେ କୋଲ୍ ଇଣ୍ଡିଆ ଲିମିଟେଡ୍‌ (ସିଆଇଏଲ୍), ସିଙ୍ଗାରେନି କୋଲିଏରିଜ୍ କମ୍ପାନୀ ଲିମିଟେଡ୍‌ (ଏସସିସିଏଲ୍‌) ଏବଂ କ୍ୟାପଟିଭ୍/ ବାଣିଜ୍ୟିକ ଖଣିର ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଛି।

Categories
ଆଜିର ଖବର ଜାତୀୟ ଖବର

ପ୍ରକୃତି ଓ ପରିବେଶର ସୁରକ୍ଷା ଏବଂ ସଂରକ୍ଷଣ ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

ନୂଆଦିଲ୍ଲୀ: ପ୍ରକୃତି ତଥା ପରିବେଶର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ୧ କୋଟି ଗଛ ଲଗାଇବା ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକ ମାନଙ୍କୁ ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

 

ଶ୍ରୀ ପ୍ରଧାନ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ପ୍ରକୃତି ଆମକୁ ଅନେକ କିଛି ଦେଇଛି ଏବଂ ଏଥିପାଇଁ ମୁଁ ପ୍ରକୃତି ମାତାଙ୍କ ପାଖରେ ସବୁବେଳେ କୃତଜ୍ଞ।  ବର୍ତ୍ତମାନ ସମୟରେ ଭବିଷ୍ୟତ ପିଢ଼ି ପାଇଁ ଆମ ପରିବେଶର ସୁରକ୍ଷା କରିବା, ଆମର ଏକ ଗୁରୁ ଦାୟିତ୍ୱ ହୋଇପଡିଛି। ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ଅନୁସାରେ, ଜଳବାୟୁର ପରିବର୍ତ୍ତନ ଏବଂ ପ୍ରାକୃତିକ ସମ୍ପଦର ଅତ୍ୟଧିକ ଶୋଷଣ କେବଳ ବୈଷୟିକ ପଦ୍ଧତି ଦ୍ୱାରା ସମାଧାନ ହୋଇପାରିବ ନାହିଁ। ଏହାର ନିରାକରଣ ନାଗରିକ ମାନଙ୍କ ସାମୂହିକ ଏକତା ଓ ଇଚ୍ଛାଶକ୍ତି ଦ୍ୱାରା ସମ୍ଭବ।

ଆମ ପାଖରେ ପ୍ରକୃତି ଅଛି ଏବଂ ପରିବେଶକୁ ପୁନରୁଦ୍ଧାର କରିବାର ଅପାର ଶକ୍ତି ମଧ୍ୟ ଅଛି। ଆମର ଧରାପୃଷ୍ଠକୁ ସୁସ୍ଥ ରଖିବା ପାଇଁ ସମସ୍ତେ ନିଜେ ବ୍ୟକ୍ତିଗତ ସ୍ତରରେ ଯୋଗଦାନ କରିବା ଜରୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ‘ମିଶନ ଲାଇଫ୍’ ଆଧାରରେ ସମସ୍ତେ ମିଳିତ ଭାବରେ ପରିବେଶର ସୁରକ୍ଷା ଓ ସଂରକ୍ଷଣ କରିବା ପାଇଁ ପଦକ୍ଷେପ ନେବା। ଚଳିତ ମୌସୁମୀ ଋତୁରେ ସମସ୍ତେ ୧ କୋଟି ଗଛ ଲଗାଇବାର ସଂକଳ୍ପ ନେବା। ବୃକ୍ଷରୋପଣକୁ କେବଳ ନିଜ ଭିତରେ ସୀମିତ ରଖିବା ନାହିଁ, ଏକ ଜନଆନ୍ଦୋଳନରେ ପରିଣତ କରିବା। ଆଗାମୀ ସିଓପି୨୮ ଶିଖର ସମ୍ମିଳନୀକୁ ଦୃଷ୍ଟିରେ ରଖି ସମସ୍ତେ ଏକାଠି ହେବା ଏବଂ ଏକ ସବୁଜ ଏବଂ ସ୍ଥାୟୀ ବିଶ୍ୱର ସ୍ୱପ୍ନକୁ ବାସ୍ତବରେ ସାକାର କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।