ଭୁବନେଶ୍ୱର: ଏମ୍ସ ଭୁବନେଶ୍ଵର ଡାକ୍ତର ଦିବ୍ୟା ଭି. ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ସିଲିଂ ଫ୍ୟାନ୍ରେ ଝୁଲୁଥିବା ଅବସ୍ଥାରେ ଡାକ୍ତର ଦିବ୍ୟାଙ୍କ ମୃତଦେହ ମିଳିଛି। ଡୁମଡୁମାସ୍ଥିତ ଭଡ଼ା ଘରୁ ଡାକ୍ତରଙ୍କ ମୃତଦେହ ଦେଖି ସାଥୀ ଡାକ୍ତର, ସହକର୍ମୀ ଏବଂ ପଡ଼ୋଶୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ଖବର ପାଇ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ୍ ପାଇଁ ପଠାଯାଇଥିଲା। ପୋଲିସ ଏକ ଅପମୃତ୍ୟୁ ମାମଲା ପଞ୍ଜିକୃତ କରିଛି ଏବଂ ଘଟଣାର ସମସ୍ତ ଦିଗ ଯାଞ୍ଚ କରୁଛି।
ତଦନ୍ତକାରୀ ଦଳ ବର୍ତ୍ତମାନ କୋଠରୀରୁ ପ୍ରମାଣ ସଂଗ୍ରହ କରୁଛନ୍ତି। ପରିଚିତ ଏବଂ ସହକର୍ମୀଙ୍କ ସହ କଥା ହେଉଛନ୍ତି ଏବଂ ଡାକ୍ତରଙ୍କ ମୃତ୍ୟୁର କାରଣ ଜାଣିବାକୁ ଚେଷ୍ଟା କରୁଛି।
ମୃତ ଡାକ୍ତରଙ୍କ ପରିବାର ତାଙ୍କ ମୃତ୍ୟୁ ସମ୍ବନ୍ଧୀୟ ପରିସ୍ଥିତି ଉପରେ ସନ୍ଦେହ ପ୍ରକାଶ କରିବା ପରେ ମାମଲା ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେଇଛି। ପରିବାର ସଦସ୍ୟମାନେ ଆତ୍ମହତ୍ୟାର ପ୍ରାରମ୍ଭିକ ଅନୁମାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନେ ଏକ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।


