ଭୁବନେଶ୍ଵର: ରାୟଗଡ଼ାରେ ଜଣେ ମହିଳା ଏନଜିଓ କର୍ମୀଙ୍କୁ ଦୁର୍ବ୍ୟବହାର ଘଟଣାରେ ପୁଲିସ ଏବେ ସୁଦ୍ଧା ୨୧ ଜଣଙ୍କୁ ଗିରଫ କରିଛି। ଶିଶୁ ଚୋରି ଗୁଜବକୁ ନେଇ ଏହି ଘଟଣା ଘଟିଥିବା ରାୟଗଡ଼ା ଏସପି ରାଜ ପ୍ରସାଦ କହିଛନ୍ତି। ଦାରିଙ୍ଗିବାଡ଼ି ପଟୁ ଆସୁଥିବା ଏକ ସ୍କୁଟିକୁ କିଛି ଲୋକ ଗୋଡ଼ାଇବାରୁ ସମ୍ପୃକ୍ତ ମହିଳା ଓ ତାଙ୍କ ସହିତ ଥିବା ଜଣେ ପୁଅ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଏସପି କହିଛନ୍ତି। ଅଭିଯୁକ୍ତମାନଙ୍କ ନାଁରେ ତିନୋଟି ମାମଲା ରୁଜୁ କରାଯାଇଥିବା ସେ ସୂଚନା ଦେଇଛନ୍ତି।


