ଭୁବନେଶ୍ଵର : କ୍ୟାପିଟାଲ ହସ୍ପିଟାଲ ପଛପାର୍ଶ୍ୱରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ଖଣ୍ଡାରେ ଆକ୍ରମଣ କରି ଦୁବୁର୍ତ୍ତ ଫେରାର । ଦୋକାନରେ ବସିଥିବାବେଳେ ବାପ – ପୁଅଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ବାପ -ପୁଅ ଲହୁ ଲୁହାଣ ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲ ପଛପାଟରେ ଘଟିଛି ଆକ୍ରମଣ। ବାପ ପୁଅ ଦୋକାନରେ ବସିଥିବାବେଳେ ଦୁବୁର୍ତ୍ତ ଆସି ଆକ୍ରମଣ କରି ଫେରାର ହୋଇଯାଇଛି । ତେବେ ଆହତ ହୋଇଥିବା ବାପ – ପୁଅଙ୍କୁ କ୍ୟାପିଟାଲ ହସ୍ପିଟାଲ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ପ୍ରାଥମିକ ଭାବେ ଏହି ଆକ୍ରମଣ ପଛରେ ପ୍ରେମ ଜନିତ ବିବାଦ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ଆକ୍ରମଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚଳାଇଛି।
ଏହି ଘଟଣା ପୁଣି ଥରେ ରାଜଧାନୀର ଆଇନ-ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଧାରୁଆ ଅସ୍ତ୍ର ଧରି ଦୁର୍ବୃତ୍ତଙ୍କ ଏଭଳି ଆକ୍ରମଣ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି।
ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ସଂଗ୍ରହ କରାଯାଉଥିବାବେଳେ ଫେରାର ଦୁର୍ବୃତ୍ତଙ୍କୁ ଚିହ୍ନଟ ଓ ଗିରଫ କରିବା ପାଇଁ ତନାଘନା ଜାରି ରହିଛି। ତଦନ୍ତ ପରେ ଆକ୍ରମଣର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।


