Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଏଲ୍-ନିନୋ ଚ୍ୟାଲେଞ୍ଜ ମଧ୍ୟରେ ସତର୍କ ଓଡ଼ିଶା: ବିପର୍ଯ୍ୟୟ ପରିଚାଳନାରେ ବଡ଼ ଯୋଜନା
ରାଜ୍ୟ ଖବର

ଏଲ୍-ନିନୋ ଚ୍ୟାଲେଞ୍ଜ ମଧ୍ୟରେ ସତର୍କ ଓଡ଼ିଶା: ବିପର୍ଯ୍ୟୟ ପରିଚାଳନାରେ ବଡ଼ ଯୋଜନା

June 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏଲ୍-ନିନୋ ଚ୍ୟାଲେଞ୍ଜ ମଧ୍ୟରେ ସତର୍କ ଓଡ଼ିଶା: ବିପର୍ଯ୍ୟୟ ପରିଚାଳନାରେ ବଡ଼ ଯୋଜନା
ଏଲ୍-ନିନୋ ଚ୍ୟାଲେଞ୍ଜ ମଧ୍ୟରେ ସତର୍କ ଓଡ଼ିଶା: ବିପର୍ଯ୍ୟୟ ପରିଚାଳନାରେ ବଡ଼ ଯୋଜନା

ଭୁବନେଶ୍ଵର: ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରିବାରେ ଦେଶ ତଥା ବିଶ୍ୱ ସମ୍ମୁଖରେ ଏକ ଉଦାହରଣ ସୃଷ୍ଟି କରିଥିବା ଓଡ଼ିଶା ଏବେ ତାହାର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ଯାଉଛି। ରାଜ୍ୟରେ ଥିବା ୯୧୧ଟି ବହୁମୁଖୀ ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ପ୍ରତ୍ୟେକ ଆଶ୍ରୟସ୍ଥଳୀକୁ ୬ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏହାସହ ବିପର୍ଯ୍ୟୟ ସମୟରେ ‘ଶୂନ୍ୟ ମୃତ୍ୟୁହାର’ ବା ‘ଜିରୋ କାଜୁଆଲ୍ଟି’ ନୀତିକୁ ସର୍ବାଧିକ ପ୍ରାଥମିକତା ଦେବାକୁ ରାଜ୍ୟ ସରକାର ପୁଣିଥରେ ଦୃଢ଼ ସଂକଳ୍ପ ବ୍ୟକ୍ତ କରିଛନ୍ତି।

ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ ‘ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ-୨୦୨୬’ (SLNCC)ରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅଧ୍ୟକ୍ଷତା କରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟଶାସନ ସଚିବ ଅନୁ ଗର୍ଗ, ବିଧାୟକ, ସାଂସଦ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଏକ ‘ଫୁଲ୍ ପ୍ରୁଫ୍’ ବ୍ୟବସ୍ଥା ଗଢ଼ି ତୋଳିଛି। ସୁପର ସାଇକ୍ଲୋନ୍ ଠାରୁ ଆରମ୍ଭ କରି ଫନି, ୟାସ୍ ଓ ଅନ୍ୟାନ୍ୟ ବାତ୍ୟା ସମୟରେ ରାଜ୍ୟର ପ୍ରସ୍ତୁତି ଓ ଦ୍ରୁତ ଉଦ୍ଧାର କାର୍ଯ୍ୟ ଆନ୍ତର୍ଜାତିକ ସ୍ତରରେ ପ୍ରଶଂସିତ ହୋଇଛି। ଏହି ସଫଳତାକୁ ଆଗକୁ ନେବା ସହ ‘ଜିରୋ କାଜୁଆଲ୍ଟି’ ନୀତିକୁ ଆହୁରି ମଜବୁତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଚଳିତ ବର୍ଷ ‘ଏଲ୍ ନିନୋ’ ପ୍ରଭାବ ଯୋଗୁଁ କମ୍ ବର୍ଷାପାତ ହେବାର ଆଶଙ୍କା ରହିଥିବାରୁ କୃଷି କ୍ଷେତ୍ରକୁ ମଧ୍ୟ ସତର୍କ କରାଯାଇଛି। ଖରିଫ ଫସଲ ଯେପରି କ୍ଷତିଗ୍ରସ୍ତ ନହୁଏ, ସେଥିପାଇଁ କୃଷି, ଜଳସେଚନ ଓ ସମ୍ପୃକ୍ତ ବିଭାଗମାନଙ୍କୁ ସମନ୍ୱୟ ରକ୍ଷା କରି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କୃଷି ବିଭାଗକୁ ସ୍ୱତନ୍ତ୍ର ଆପତ୍କାଳୀନ ଯୋଜନା ପ୍ରସ୍ତୁତ ରଖିବାକୁ କୁହାଯାଇଛି, ଯାହା ଦ୍ୱାରା ଚାଷୀମାନେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିର ମୁକାବିଲା କରିପାରିବେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଓଡ଼ିଶାର ‘ଜିରୋ କାଜୁଆଲ୍ଟି’ ମଡେଲ୍ ଏବେ ବିଶ୍ୱ ସ୍ତରରେ ସ୍ୱୀକୃତି ଲାଭ କରିଛି। ନିକଟରେ ପୁରୀରେ ଅନୁଷ୍ଠିତ BRICS ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ବୈଷୟିକ ବୈଠକରେ ମଧ୍ୟ ସଦସ୍ୟ ରାଷ୍ଟ୍ରମାନେ ଓଡ଼ିଶାର ଦୀର୍ଘକାଳୀନ ବିପର୍ଯ୍ୟୟ ପ୍ରଶମନ ଓ ନିରାକରଣ ବ୍ୟବସ୍ଥାର ଭୂୟସୀ ପ୍ରଶଂସା କରିଥିବା ସେ ସୂଚନା ଦେଇଥିଲେ।

ଚାଷୀମାନଙ୍କ ସୁରକ୍ଷା ଓ ଆର୍ଥିକ ସ୍ଥିରତାକୁ ମଧ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ଅଦିନିଆ ବର୍ଷାକୁ ‘ରାଜ୍ୟ-ନିର୍ଦ୍ଦିଷ୍ଟ ବିପର୍ଯ୍ୟୟ’ ଭାବେ ଘୋଷଣା କରାଯାଇଥିବାର ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀମାନେ କ୍ଷତିଗ୍ରସ୍ତ ହେଲେ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ସରକାର ସଦା ପ୍ରତିବଦ୍ଧ।

ବିପର୍ଯ୍ୟୟ ସମୟରେ ଭିତ୍ତିଭୂମି ଓ ଉଦ୍ଧାର କ୍ଷମତା ବୃଦ୍ଧି ପାଇଁ ରାଜ୍ୟର ୯୧୧ଟି ବହୁମୁଖୀ ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ଅନୁଦାନ ଦିଆଯାଇଛି। ଏହାସହ ୨୪ ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଏବଂ ୧୧୨ ହେଲ୍ପଲାଇନ୍ ସମ୍ପୂର୍ଣ୍ଣ ସକ୍ରିୟ ରହିଛି। ଗୁଜବ ଓ ଭ୍ରାନ୍ତ ସୂଚନା ରୋକିବା ପାଇଁ ଟେଲିଭିଜନ୍ ଓ ସୋସିଆଲ୍ ମିଡିଆ ମାଧ୍ୟମରେ ଲୋକଙ୍କୁ ନିର୍ଭୁଲ ଓ ଅପଡେଟ୍ ସୂଚନା ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ରାଜ୍ୟରେ ୨୦ଟି ODRAF ଟିମ୍ ଓ ୩୪୭ଟି ଅଗ୍ନିଶମ କେନ୍ଦ୍ର ଅତ୍ୟାଧୁନିକ ସରଞ୍ଜାମ ସହ ପ୍ରସ୍ତୁତ ରହିଛି। ଏହାଛଡ଼ା ବିପର୍ଯ୍ୟୟ ମୁକାବିଲା କ୍ଷମତାକୁ ଆହୁରି ବଢ଼ାଇବା ପାଇଁ ରାଜ୍ୟରେ ଆଉ ୧୦ଟି ନୂତନ ଓଡ୍ରାଫ୍ ବାହିନୀ ଗଠନ ପ୍ରକ୍ରିୟା ଜାରି ରହିଛି।

ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟର ମାତ୍ରା ଓ ତୀବ୍ରତା ବଢ଼ୁଥିବା ବେଳେ, ଓଡ଼ିଶାର ଏହି ନୂତନ ପଦକ୍ଷେପ କେବଳ ଜୀବନ ରକ୍ଷା ନୁହେଁ, ବରଂ ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି, ଦ୍ରୁତ ପ୍ରତିକ୍ରିୟା ଓ ଦୀର୍ଘମିଆଦି ପୁନର୍ବାସନକୁ ଆହୁରି ସଶକ୍ତ କରିବ ବୋଲି ଆଶା କରାଯାଉଛି।

‘ଶୂନ୍ୟ ମୃତ୍ୟୁହାର’ ଏଲ୍-ନିନୋ ଚ୍ୟାଲେଞ୍ଜ ପ୍ରାକୃତିକ ବିପର୍ଯ୍ୟୟ ବହୁମୁଖୀ ଆଶ୍ରୟସ୍ଥଳୀ ବିପର୍ଯ୍ୟୟ ପରିଚାଳନା ସତର୍କ ଓଡ଼ିଶା
Share. Facebook Twitter LinkedIn Email WhatsApp Copy Link

Related Posts

‘ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ’: ସମନ୍ୱୟ ସମିତି

June 22, 2026

ପୂର୍ବତଟ ରେଳପଥରେ ୨୭୦ କୋଟି ବ୍ୟୟର କବଚ୍ ସ୍ଥାପନକୁ ଭାରତୀୟ ରେଳବାଇର ମଞ୍ଜୁରୀ

June 22, 2026

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026
Latest News

ଶସ୍ତା ହେଲା ବିମାନ ଟିକେଟ୍ !

June 22, 2026

କତାରର ଶକ୍ତି କେନ୍ଦ୍ରରେ ଭୟଙ୍କର ବିସ୍ଫୋରଣ: ୧୩ ମୃତ, ୬୬ ଆହତ; ଭାରତୀୟ ଦୂତାବାସ ଜାରି କଲା ହେଲ୍ପଲାଇନ୍

June 22, 2026

ଏଲ୍-ନିନୋ ଚ୍ୟାଲେଞ୍ଜ ମଧ୍ୟରେ ସତର୍କ ଓଡ଼ିଶା: ବିପର୍ଯ୍ୟୟ ପରିଚାଳନାରେ ବଡ଼ ଯୋଜନା

June 22, 2026

ହ୍ୱାଟ୍ସଆପ୍‌ରେ ଭାରତୀୟ ନେତୃତ୍ୱ! କୁନାଲ ଶାହଙ୍କ ହାତରେ ବିଶ୍ୱର ସବୁଠାରୁ ବଡ଼ ମେସେଜିଂ ପ୍ଲାଟଫର୍ମର ଦାୟିତ୍ୱ

June 22, 2026

‘ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ’: ସମନ୍ୱୟ ସମିତି

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.