Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଗୋପନ ବୁଝାମଣାରୁ “ଫଣୀ” ସହାୟତା; ବିଜେଡି ବିଜେପି ବୁଝାମଣାର ବିଷମ ଗଣିତ
ମତାମତ

ଗୋପନ ବୁଝାମଣାରୁ “ଫଣୀ” ସହାୟତା; ବିଜେଡି ବିଜେପି ବୁଝାମଣାର ବିଷମ ଗଣିତ

August 21, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

୧୭ତମ ଲୋକସଭା ନିର୍ବାଚନରେ ବିପୁଳ ମତଦାନ ପାଇ ପୁଣି ଥିରେ କ୍ଷମତାସୀନ ହୋଇଥିବା ବିଜେପି କିନ୍ତୁ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ କେରଳ ଭଳି ରାଜ୍ୟରେ ହାର ମାନିଥିଲା । ଆନ୍ଧ୍ରପ୍ରଦେଶ ଓ କେରଳ ରାଜ୍ୟକୁ ଛାଡ଼ି ଓଡ଼ିଶା ଓ ପଶ୍ଚିମବଙ୍ଗରେ ବିଜେପି ଚଳିତ ଥର ନିଜର ସ୍ଥିତି ଟିକେ ମଜବୁତ୍‌ କରିଥିଲା । ବିଶେଷ କରି ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ଆସି ଏକ ସ୍ଥାଣୁ ସରକାରକୁ ଗାଦିରୁ ହଟାଇ ଡବଲ୍‌ ଇଞ୍ଜିନ୍‌ର ସ୍ଲୋଗାନ୍‌ ଦେଇଥିବା ବିଜେପିର ନାରା କିନ୍ତୁ ନିର୍ବାଚନ ଫଳ ପରେ ପରିବର୍ତ୍ତନ ହୋଇଗଲା । ନିର୍ବାଚନ ଫଳାଫଳ ପରେ ଓଡ଼ିଶାରେ ପଞ୍ଚମଥର ପାଇଁ ବିଜୁ ଜନତା ଦଳ ସରକାର ଗଠନ କରିଥିଲେ ଓ ପ୍ରଥମଥର ପାଇଁ ବିଜେପି ମୁଖ୍ୟ ବିରୋଧୀ ଦଳ ରୂପେ ଉଭା ହୋଇଥିଲେ ବି ଅଦୃଶ୍ୟରେ ଏକ ଦୁଇ ଦଳଙ୍କ ଭିତରେ ମେଣ୍ଟ ରହିଥିବାର ପ୍ରତୀତ ହେଲା । ଦୀର୍ଘ ଦିନ ଧରି ଦାବି ହୋଇଆସୁଥିବା ଜୁନାଗଡ଼- ଭୁବନେଶ୍ବରରକୁ ପୃଥକ୍‌ ରେଳ ହେଉ ଅଥବା ଆଇକନିକ୍‌ ପର୍ଯ୍ୟଟନସ୍ଥଳୀରେ ଓଡ଼ିଶାର ସ୍ଥାନ ଚିତ୍ରିତ ହେବା ଅଥବା ଫଣି ପାଇଁ ଓଡ଼ିଶା କେନ୍ଦ୍ର ପାଖରେ କରିଥିବା ଦାବି ହେଉ । ଏ ସମସ୍ତ ଦାବିକୁ କେନ୍ଦ୍ର ସରକାର ମାନିନେଇଛନ୍ତି । ପୂର୍ବରୁ ଓଡ଼ିଶାକୁ କେନ୍ଦ୍ରର ଅବହେଳା କରାଯାଉଥିବା ବେଳେ ଦ୍ବିତୀୟ ଥରର ମୋଦି ସରକାର କିନ୍ତୁ ଓଡ଼ିଶା ପାଇଁ ତାଙ୍କର ସହୃଦୟତା ଦେଖାଇଛନ୍ତି ।

ଚଳିତବର୍ଷ ବାତ୍ୟା ‘ଫଣୀ’ ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଓଡ଼ିଶାର ଜନସାଧାରଣଙ୍କ ଧନସମ୍ପତ୍ତିର ପୁନରୁଦ୍ଧାର ଓ ଜୀବନଜୀବିକା ପାଇଁ ୩୩୩୮.୨୨ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତାକୁ ମଞ୍ଜୁରୀ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଏହି ଆର୍ଥିକ ସହାୟତା ପୂର୍ବାପେକ୍ଷା ଅଧିକ ରହିଛି । ସେହିପରି ସାମୁଦ୍ରିକ ବାତ୍ୟା ‘ଫଣୀର’ ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାରଙ୍କୁ ୩୪୦ କୋଟି ଟଙ୍କାର ଅଗ୍ରୀମ ରାଶି ପ୍ରଦାନ କରାଯାଇଥିଲା। ଏହା ପରେ ୬ ମେ’ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫଣୀ’ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ୧ ହଜାର କୋଟି ଟଙ୍କାର ତ୍ୱରିତ ସହାୟତା ରାଶି ଘୋଷଣା କରିଥିଲେ। ଫଣୀ ପ୍ରଭାବରେ ରାଜ୍ୟର ପୁରୀ ସମେତ କିଛି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହି ଫଣୀ ବାତ୍ୟାର ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟରେ ୨୪,୧୭୬ କୋଟି ଟଙ୍କାର କ୍ଷତି ଦର୍ଶାଯାଇଥିଲା ।

ସେହିପରି ଓଡ଼ିଶାରେ ନବୀନ ପଟ୍ଟନାୟକ ସମଦୂରତାରେ ବିଶ୍ବାସ ରଖୁଥିବାବେଳେ ନିକଟରେ ରାଜ୍ୟସଭା ପ୍ରାର୍ଥୀ ଚୟନରେ ୩ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେପିର ଅଶ୍ବିନୀ  ବୈଷ୍ଣବଙ୍କୁ ସମର୍ଥନ ଦେବା ପରେ ଓଡ଼ିଶା ରାଜନୀତିରେ ବିଜେଡି-ବିଜେପିର ଏକ ସୁଚିନ୍ତିତ ବୁଝାମଣା ରହିଛି ବୋଲି ଜଣାପଡିଲା । ସେହିପରି ଏନ୍‌ଡିଏର ସରକାରଙ୍କର ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍‌ ସଂଶୋଧନରେ ମଧ୍ୟ ବିଜେଡ଼ି ବିଜେପିକୁ ସମର୍ଥନ କରିଛି । ଆରଟିଆଇ ବିଲ୍‌ ହେଉ ଅଥବା ତ୍ରିପଲ୍‌ ତଲାକ୍‌ ବିଲ୍‌, ଧାରା ୩୭୦ ଉଚ୍ଛେଦ ଆଦି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ବିଜେଡ଼ି ବିଜେପିକୁ ସମର୍ଥନ ଦେଇ ଆସିଛି । ଏସମସ୍ତ ଘଟଣାବଳୀକୁ ଦେଖିବାକୁ ଗଲେ, ବିଜେଡ଼ି ଓ ବିଜେପି ମଧ୍ୟରେ ରହିଥିବା ଏକ ଗୁପ୍ତ ବୁଝାମଣାକୁ ସ୍ପଷ୍ଟ କରିଛି । ତେବେ ଓଡ଼ିଶାର ସ୍ବାର୍ଥ ପାଇଁ ଗୁପ୍ତ ବୁଝାମଣା ନୁହେଁ,  ବରଂ ଅଧିକାର ପାଇଁ ଲଢେଇ କରିବାର ଆବଶ୍ୟକତା ରହିଛି ।

 

Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ :’ଦିଦି’ ବ୍ରାଣ୍ଡ ପାଇଁ ଏକ ପରୀକ୍ଷା

April 29, 2026

ଖରାଦିନେ ଗର୍ଭବତୀ ମହିଳା କିପରି ଯତ୍ନ ନେବେ

April 29, 2026

ରାଶିଫଳ: ଆଜି ଏପ୍ରିଲ ୨୯ ତାରିଖ ବୁଧବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

April 29, 2026

ଚ଼ିଲିକା ପୁସ୍ତକ ମେଳାର ଉଦଯାପନୀ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ

April 28, 2026

ବସ୍ ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.