Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ହଠାତ୍ ବିଦେଶ ଯିବାକୁ ପଡ଼ିଲେ କଣ କରିବେ? ମାତ୍ର ୧ରୁ ୩ ଦିନରେ ପାଇପାରିବେ ପାସପୋର୍ଟ, ଜାଣନ୍ତୁ ପ୍ରକ୍ରିୟା
ଜୀବନ ଶୈଳୀ

ହଠାତ୍ ବିଦେଶ ଯିବାକୁ ପଡ଼ିଲେ କଣ କରିବେ? ମାତ୍ର ୧ରୁ ୩ ଦିନରେ ପାଇପାରିବେ ପାସପୋର୍ଟ, ଜାଣନ୍ତୁ ପ୍ରକ୍ରିୟା

June 28, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ବିଦେଶରେ ଚାକିରି, ଉଚ୍ଚଶିକ୍ଷା, ଜରୁରୀ ଚିକିତ୍ସା କିମ୍ବା ପାରିବାରିକ କାରଣରୁ ହଠାତ୍ ବିଦେଶ ଯାତ୍ରା କରିବାକୁ ପଡ଼ିପାରେ। କିନ୍ତୁ ସେତେବେଳେ ପାସପୋର୍ଟ ନଥିଲେ ଅନେକେ ଚିନ୍ତାରେ ପଡ଼ିଯାଆନ୍ତି। ଏପରି ପରିସ୍ଥିତିରେ ଭାରତ ସରକାରଙ୍କ ତତ୍କାଳ ପାସପୋର୍ଟ ଯୋଜନା (Tatkaal Passport Scheme) ବହୁତ ଉପଯୋଗୀ। ଏହି ବ୍ୟବସ୍ଥାରେ ସାଧାରଣ ପ୍ରକ୍ରିୟା ତୁଳନାରେ ଅଧିକ ପ୍ରାଥମିକତା ଦେଇ ପାସପୋର୍ଟ ପ୍ରସ୍ତୁତ କରାଯାଏ। ଆବେଦନ ଓ ଦସ୍ତାବିଜ ସଠିକ୍ ଥିଲେ ଅନେକ କ୍ଷେତ୍ରରେ ୧ରୁ ୩ କାର୍ଯ୍ୟଦିବସ ମଧ୍ୟରେ ପାସପୋର୍ଟ ମିଳିପାରେ।

ତତ୍କାଳ ପାସପୋର୍ଟ କ’ଣ?

ତତ୍କାଳ ପାସପୋର୍ଟ ହେଉଛି ପାସପୋର୍ଟ ସେବାର ଏକ ଦ୍ରୁତ ପ୍ରକ୍ରିୟା। ଏଥିରେ ଆବେଦନକାରୀଙ୍କ ଆବେଦନକୁ ପ୍ରାଥମିକତା ଭିତ୍ତିରେ ଯାଞ୍ଚ କରାଯାଇ ପାସପୋର୍ଟ ପ୍ରଦାନ କରାଯାଏ। ଯେଉଁମାନଙ୍କର ତୁରନ୍ତ ବିଦେଶ ଯିବାର ଆବଶ୍ୟକତା ରହିଛି, ସେମାନଙ୍କ ପାଇଁ ଏହି ଯୋଜନା ବେଶ୍ ଉପକାରୀ।

ତତ୍କାଳ ପାସପୋର୍ଟ ପାଇଁ ସାଧାରଣତଃ ଏହି ଦସ୍ତାବିଜ ଆବଶ୍ୟକ ହୁଏ—

  • ଆଧାର କାର୍ଡ
  • ପାନ୍ କାର୍ଡ
  • ଭୋଟର ପରିଚୟପତ୍ର କିମ୍ବା ଡ୍ରାଇଭିଂ ଲାଇସେନ୍ସ
  • ଠିକଣା ପ୍ରମାଣ (ଯଥା ବିଦ୍ୟୁତ ବିଲ୍ କିମ୍ବା ବ୍ୟାଙ୍କ ପାସବୁକ୍)
  • ଜନ୍ମ ତାରିଖ ପ୍ରମାଣପତ୍ର
  • ସାମ୍ପ୍ରତିକ ପାସପୋର୍ଟ ଆକାରର ଫଟୋ

କେତେ ଫିସ୍ ଦେବାକୁ ପଡ଼ିବ?

  • ୩୬ ପୃଷ୍ଠା ବିଶିଷ୍ଟ ନୂତନ ପାସପୋର୍ଟ: ₹୩,୫୦୦
  • ୬୦ ପୃଷ୍ଠା ବିଶିଷ୍ଟ ନୂତନ ପାସପୋର୍ଟ: ₹୪,୦୦୦

କିପରି କରିବେ ଆବେଦନ?

ତତ୍କାଳ ପାସପୋର୍ଟ ପାଇଁ ଆବେଦନ ପ୍ରକ୍ରିୟା ସରଳ—

୧- ପାସପୋର୍ଟ ସେବା ପୋର୍ଟାଲରେ ରେଜିଷ୍ଟ୍ରେସନ୍ କରନ୍ତୁ।

୨- ଲଗ୍-ଇନ୍ କରି ନୂତନ ପାସପୋର୍ଟ ପାଇଁ ଆବେଦନ ବାଛନ୍ତୁ।

୩- ଆବେଦନ ଫର୍ମରେ Tatkaal ବିକଳ୍ପ ଚୟନ କରନ୍ତୁ।

୪- ଆବଶ୍ୟକ ତଥ୍ୟ ପୂରଣ କରି ଦସ୍ତାବିଜ ଅପଲୋଡ୍ କରନ୍ତୁ।

୫- ଅନଲାଇନରେ ନିର୍ଦ୍ଧାରିତ ଫିସ୍ ଜମା କରନ୍ତୁ।

୬- ନିକଟସ୍ଥ ପାସପୋର୍ଟ ସେବା କେନ୍ଦ୍ରରେ ଆପଏଣ୍ଟମେଣ୍ଟ ବୁକ୍ କରନ୍ତୁ।

୭- ନିର୍ଦ୍ଧାରିତ ଦିନ ମୂଳ ଦସ୍ତାବିଜ ସହ ଉପସ୍ଥିତ ହୋଇ ବାୟୋମେଟ୍ରିକ୍ ଓ ଦସ୍ତାବିଜ ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ।

କେତେ ଦିନରେ ମିଳିବ ପାସପୋର୍ଟ?

ସମସ୍ତ ଦସ୍ତାବିଜ ସଠିକ୍ ଥିଲେ ଏବଂ ଆବେଦନରେ କୌଣସି ତ୍ରୁଟି ନଥିଲେ, ତତ୍କାଳ ପାସପୋର୍ଟ ସାଧାରଣତଃ ୧ରୁ ୩ କାର୍ଯ୍ୟଦିବସ ମଧ୍ୟରେ ଜାରି ହୋଇପାରେ। କିଛି କ୍ଷେତ୍ରରେ ପ୍ରଥମେ ପାସପୋର୍ଟ ପ୍ରଦାନ କରାଯାଏ ଏବଂ ପରେ ପୋଲିସ ଭେରିଫିକେସନ୍ କରାଯାଏ।

ତତ୍କାଳ ପାସପୋର୍ଟ ଦ୍ରୁତ ସେବା ହୋଇଥିଲେ ମଧ୍ୟ, ଆବେଦନରେ ଭୁଲ ତଥ୍ୟ କିମ୍ବା ଅସମ୍ପୂର୍ଣ୍ଣ ଦସ୍ତାବିଜ ଦେଲେ ବିଳମ୍ବ ହୋଇପାରେ। ତେଣୁ ଆବେଦନ କରିବା ପୂର୍ବରୁ ସମସ୍ତ ଦସ୍ତାବିଜ ଯାଞ୍ଚ କରିନିଅନ୍ତୁ।

ତତ୍କାଳ ପାସପୋର୍ଟ ପାସପୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

କାର ବିକ୍ରି ପରେ ଶୀଘ୍ର ବନ୍ଦ କରନ୍ତୁ FASTag: ନଚେତ୍ ଆକାଉଣ୍ଟରୁ କଟିପାରେ ଟଙ୍କା

August 30, 2026

ଫୋନ୍‌ରେ ସବୁ ସେଭ୍‌, ମସ୍ତିଷ୍କରୁ ସବୁ ଡିଲିଟ୍‌!

August 30, 2026

ସ୍କିନ୍‌କେୟାରରେ କାହିଁକି ଆଲୋଭେରାର ଏତେ ଚାହିଦା? ଜାଣନ୍ତୁ କାରଣ

August 30, 2026

ମହଙ୍ଗା ପଡ଼ିପାରେ ଗାଡ଼ି ଚଲାଇବା ସମୟରେ ଫୋନ୍ ବ୍ୟବହାର କରିବା: ଜାଣନ୍ତୁ ଜରିମାନା 

August 27, 2026
Latest News

“ଆମେ କ୍ଷମତାକୁ ଆସିବା ମାତ୍ରେ ୟୁସିସିକୁ ଉଚ୍ଛେଦ କରିବୁ”: କଂଗ୍ରେସର ବଡ଼ ଦାବି

August 31, 2026

CJPକୁ ବଡ଼ ଆଶ୍ବସ୍ତି: ପଦଯାତ୍ରା ରୋକିବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

August 31, 2026

ମ୍ୟାଲେରିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

August 31, 2026

ପରଲୋକରେ ଓଡିଶା କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

August 31, 2026

ଖାତାରେ ନାହିଁ ୪ ଟଙ୍କା ରାମ ମନ୍ଦିରକୁ ଦାନ କଲେ ୪ କୋଟି: ଚେକ୍ ବାଉନ୍ସ ଯୋଗୁଁ ଅଡୁଆରେ ମହିଳା ଭକ୍ତ

August 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.