Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଧ୍ୟାପକ ସଂଗ୍ରାମ ସାହୁଙ୍କ ଅକାଳ ବିୟୋଗ: ବାଣପୁର ଅଞ୍ଚଳରେ ଶୋକର ଛାୟା
ଆଜିର ଖବର

ଅଧ୍ୟାପକ ସଂଗ୍ରାମ ସାହୁଙ୍କ ଅକାଳ ବିୟୋଗ: ବାଣପୁର ଅଞ୍ଚଳରେ ଶୋକର ଛାୟା

June 30, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅଧ୍ୟାପକ ସଂଗ୍ରାମ ସାହୁଙ୍କ ଅକାଳ ବିୟୋଗ: ବାଣପୁର ଅଞ୍ଚଳରେ ଶୋକର ଛାୟା
ଅଧ୍ୟାପକ ସଂଗ୍ରାମ ସାହୁଙ୍କ ଅକାଳ ବିୟୋଗ: ବାଣପୁର ଅଞ୍ଚଳରେ ଶୋକର ଛାୟା

ବାଣପୁର: ଗ୍ରାମୀଣ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ, ବିଶିଷ୍ଠ ସାରସ୍ଵତ ସାଧକ, ଅଧ୍ୟାପକ ସଂଗ୍ରାମ କେଶରୀ ସାହୁଙ୍କ ଅକାଳ ବିୟୋଗ ସମଗ୍ର ବାଣପୁର ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି। ସ୍ୱର୍ଗତ ସାହୁ ଗତ କିଛିଦିନ ଧରି ଶାରିରୀକ ଅସୁସ୍ଥତା ଯୋଗୁଁ ଭୁବନେଶ୍ୱରର କେୟାର ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଗତକାଲି ରାତ୍ର ୧୧ ଘଟିକା ସମୟରେ ହୃଦ୍‌ଘାତ ଯୋଗୁଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର ଏହି ଅକାଳ ମୃତ୍ୟୁ ସମ୍ବାଦ ସମଗ୍ର ବାଣପୁର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ପିଲାଟି ଦିନରୁ ସ୍ବର୍ଗତ ସାହୁ ଜଣେ ସୁସାହିତ୍ୟିକ, ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ପ୍ରଗଲଭ ବକ୍ତା, ଭାବରେ ବାଣପୁର ଅଞ୍ଚଳରେ ସୁପରିଚିତ ଥିଲେ। ମାଟିର ସାହିତ୍ୟ ସଂସ୍କୃତି ଐତିହ୍ୟକୁ ସେ ପ୍ରାଣ ଭରି ଭଲପାଉଥିଲେ। ଏହାର ପ୍ରତିଟି ପୂଜ୍ୟ ପୂଜା, ସାମାଜିକ, ସାଂସ୍କୃତିକ, ସାରସ୍ଵତ, ଆଧ୍ୟାତ୍ମିକ ଅନୁଷ୍ଠାନରେ ନିଜକୁ ସଂଶ୍ଳିଷ୍ଟ କରାଇ ସମସ୍ତଙ୍କ ପାଖରେ ପ୍ରିୟପାତ୍ର ହୋଇପାରିଥିଲେ। ବିଶେଷକରି ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ସାମଗ୍ରିକ ସାହିତ୍ୟ ସୃଜନୀ ଉପରେ ତାଙ୍କର ଗଭୀର ଗବେଷଣା ସମସ୍ତଙ୍କ ଦ୍ୱାରା ଆଦୃତ ହୋଇପାରିଥିଲା। ଗାଁ ମାଟି ଭୀମପୁରରେ ପାଠାଗାର, ଶିକ୍ଷାନୁଷ୍ଠାନ, ଗଠନଠାରୁ ଆରମ୍ଭ କରି ବାଣପୁରରେ ଗ୍ରାମୀଣ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ଅବଦାନ ଥିଲା। ଏଭଳି ଜଣେ ବ୍ୟକ୍ତି କୁହରାଇ ଜନ୍ମମାଟି ଆଜି ଦୁଃଖରେ ଭାଙ୍ଗି ପଡ଼ିଛି।

ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ, ଦୁଇକନ୍ୟା, ଦୁଇ ଯାମାତା, ବନ୍ଧୁପରିବାର ସମସ୍ତେ ଉପସ୍ଥିତ ଥିଲେ। ତାଙ୍କ ଶବ ଶୋଭାଯାତ୍ରା ଭୀମପୁର ଗ୍ରାମ ପରିକ୍ରମା କରିବା ପରେ ଗ୍ରାମ୍ୟ ଶ୍ମସାନରେରେ ଦାହ କରାଯାଇଥିଲା। ଶୋଭାଯାତ୍ରାରେ ଅଞ୍ଚଳର ବହୁ କବି, ଗାଳ୍ପିକ, ନାଟ୍ୟକାର, ସମାଜସେବୀ, ଶିକ୍ଷକ, ଅଧ୍ୟାପକ, ବୁଦ୍ଧିଜୀବି, ଛାତ୍ରଛାତ୍ରୀ, କଳାକାର, ଓସାମ୍ବାଦିକ ବନ୍ଧୁ ପରିଜନ ଯୋଗ ଦେଇ ତାଙ୍କୁ ଶେଷ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଶେଷରେ ଦୁଇକନ୍ୟା ଏସ୍. ମନୀଷା ମୌସୁମୀ, ଏସ୍ .ବର୍ଷା ବିଥିକା ଏବଂ ଭାତୃଷ୍ପୁତ୍ର ରାମକୃଷ୍ଣ ସାହୁ ମିଳିତ ଭାବରେ ମୁଖାଗ୍ନି ଦେଇଥିଲେ। ତାଙ୍କ ସ୍ମୃତିକୁ ସମ୍ମାନ ଜଣାଇ ଗାଁ ହାଇସ୍କୁଲ୍ ବାନାମ୍ବର ଏକାଡ଼େମୀ ଓ ବାଣପୁର ଗ୍ରାମୀଣ ମହିଳା ମହାବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଛାତ୍ରଛାତ୍ରୀମାନେ ଆତ୍ମାର ସଦଗତି କାମନା କରି ନୀରବ ପ୍ରାର୍ଥନା ପରେ ଶିକ୍ଷାନୁଷ୍ଠାନଗୁଡ଼ିକର ଶିକ୍ଷାଦାନକୁ ଦିନକ ପାଇଁ ବିଶ୍ରାମ ଦିଆଯାଇଥିଲା।

ଅକାଳ ବିୟୋଗ ବାଣପୁର ଶୋକର ଛାୟା ସଂଗ୍ରାମ ସାହୁ
Share. Facebook Twitter LinkedIn Email WhatsApp Copy Link

Related Posts

ଏସୀୟ କ୍ରୀଡ଼ା ପାଇଁ ଘୋଷଣା ହେଲା ଭାରତୀୟ ମହିଳା କ୍ରିକେଟ୍ ଦଳ: ଜାଣନ୍ତୁ ତାଲିକା

June 30, 2026

ଦିଲ୍ଲୀରେ ନୂତନ EV କିଣିବା ଉପରେ କେତେ ସବସିଡି ମିଳିବ?: ଜାଣନ୍ତୁ ନୂତନ ନୀତି

June 30, 2026

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଇଣ୍ଡିଆ ମେଣ୍ଟ: ସିଜେଆଇ ଙ୍କୁ ଚିଠି ଲେଖିଲେ ୨୩ଟି ଦଳ

June 30, 2026

ତିନି ବର୍ଷ ପାଇଁ ନିଯୁକ୍ତ ହେବେ HDFC ବ୍ୟାଙ୍କର ନୂତନ ଅଧ୍ୟକ୍ଷ: ଜାଣନ୍ତୁ ସେ  କିଏ?

June 30, 2026
Latest News

ଅଧ୍ୟାପକ ସଂଗ୍ରାମ ସାହୁଙ୍କ ଅକାଳ ବିୟୋଗ: ବାଣପୁର ଅଞ୍ଚଳରେ ଶୋକର ଛାୟା

June 30, 2026

ଏସୀୟ କ୍ରୀଡ଼ା ପାଇଁ ଘୋଷଣା ହେଲା ଭାରତୀୟ ମହିଳା କ୍ରିକେଟ୍ ଦଳ: ଜାଣନ୍ତୁ ତାଲିକା

June 30, 2026

ଦିଲ୍ଲୀରେ ନୂତନ EV କିଣିବା ଉପରେ କେତେ ସବସିଡି ମିଳିବ?: ଜାଣନ୍ତୁ ନୂତନ ନୀତି

June 30, 2026

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଇଣ୍ଡିଆ ମେଣ୍ଟ: ସିଜେଆଇ ଙ୍କୁ ଚିଠି ଲେଖିଲେ ୨୩ଟି ଦଳ

June 30, 2026

ତିନି ବର୍ଷ ପାଇଁ ନିଯୁକ୍ତ ହେବେ HDFC ବ୍ୟାଙ୍କର ନୂତନ ଅଧ୍ୟକ୍ଷ: ଜାଣନ୍ତୁ ସେ  କିଏ?

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.