ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ରେଳଷ୍ଟେସନ ତଥା ଜେଲ୍ ପାଚେରୀ କଡ ରେଳ ଧାରଣାରୁ ଜଣେ ଯୁବକର କ୍ଷତବିକ୍ଷତ ମୃତଦେହକୁ ରେଳବାଇ ପୋଲିସ୍ ଉଦ୍ଧାର କରିଛି। ମିଳିଥିବା ଶବ ଜଣେ ଅଚିହ୍ନା ଯୁବକର ଓ କୌଣସି ଚଳନ୍ତା ଟ୍ରେନ ଉପରକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଯୁବକର ବୟସ ପ୍ରାୟ ୨୫ ବର୍ଷ ହେବ। ତାଙ୍କର କୌଣସି ପରିଚୟ ମିଳିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଛି। ପୋଲିସ ମୃତ ଯୁବକଙ୍କ ପରିଚୟ ଖୋଜିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


