Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

July 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାନ୍ୟବର କ୍ରିଷ୍ଟୋଫର ଲକ୍ସନଙ୍କ ଦ୍ୱାରା ଆୟୋଜିତ “ଭାରତ–ନ୍ୟୁଜିଲ୍ୟାଣ୍ଡ: ଏକ ବିଜୟୀ ସହଭାଗିତା” ଶୀର୍ଷକ ସ୍ୱତନ୍ତ୍ର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜନୀତି, ବ୍ୟବସାୟ, ଶିଳ୍ପ, ଶିକ୍ଷା, ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଏବଂ କଳା କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଲକ୍ସନ୍ ତାଙ୍କ ସ୍ୱାଗତ ଭାଷଣରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଥିବା ଗଭୀର ଏବଂ ଦୀର୍ଘସ୍ଥାୟୀ ସମ୍ପର୍କକୁ ଉଲ୍ଲେଖ କରିଥିଲେ। ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ସହ ପାରସ୍ପରିକ ସମୃଦ୍ଧିକୁ ଆଗେଇ ନେବା ପାଇଁ ଏକ ସାମୂହିକ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଉଭୟ ଦେଶ ମଧ୍ୟରେ ଥିବା ପରସ୍ପର ପରିପୂରକତା ଏବଂ ଦୀର୍ଘଦିନର ପାରସ୍ପରିକ ଜନ-ସମ୍ପର୍କକୁ ଉଲ୍ଲେଖ କରିଥିଲେ। ସେ ଦ୍ୱିପାକ୍ଷିକ ସମ୍ପର୍କକୁ ‘ରଣନୀତିକ ଭାଗିଦାରୀ’ ସ୍ତରକୁ ଉନ୍ନୀତ କରାଯାଇଥିବାକୁ ସ୍ୱାଗତ କରିବା ସହ ଏହା ଚାଲିଥିବା ସହଯୋଗକୁ ଆହୁରି ସୁଦୃଢ଼ କରିବ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ରେକର୍ଡ ସମୟ ମଧ୍ୟରେ ସମ୍ପନ୍ନ ହୋଇଥିବା ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ଉଭୟ ଦେଶର ବ୍ୟବସାୟୀ, ଯୁବବର୍ଗ ଓ କୃଷକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ଏବଂ ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ହାସଲରେ ସହାୟକ ହେବ।

ମଧ୍ୟାହ୍ନ ଭୋଜନ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ଲକ୍ସନ କାର୍ଯ୍ୟକ୍ରମ ସ୍ଥଳରେ ପ୍ରଦର୍ଶିତ ଅଭିନବ କ୍ରୀଡ଼ା ସରଞ୍ଜାମଗୁଡ଼ିକୁ ପରିଦର୍ଶନ କରିଥିଲେ। ସେମାନେ ନ୍ୟୁଜିଲ୍ୟାଣ୍ଡର ସମ୍ମାନିତ କ୍ରୀଡ଼ାବିତ୍, ଉଚ୍ଚ ପ୍ରଦର୍ଶନକାରୀ କ୍ରୀଡ଼ା ସହ ଜଡିତ ଅନ୍ୟାନ୍ୟ ହିତାଧିକାରୀଙ୍କ ସହ ମଧ୍ୟ ମତବିନିମୟ କରିଥିଲେ। ଉଭୟ ଦେଶ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ୧୦୦ ବର୍ଷର ସମ୍ପର୍କକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଏହି ଗସ୍ତ ସମୟରେ ସମ୍ପନ୍ନ ହୋଇଥିବା ‘କ୍ରୀଡ଼ା ମିଳିତ କାର୍ଯ୍ୟଯୋଜନା’ ଉଭୟ ଦେଶ ମଧ୍ୟରେ କ୍ରିକେଟ୍‌ ବ୍ୟତୀତ ଅନ୍ୟାନ୍ୟ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ସହଯୋଗ ବୃଦ୍ଧି କରିବ। ବିଶେଷକରି ୨୦୩୦ କମନୱେଲଥ ଗେମ୍ସ ଆୟୋଜନ ପାଇଁ ଭାରତ ପ୍ରସ୍ତୁତି ଚଳାଇଥିବା ପରିପ୍ରେକ୍ଷୀରେ କ୍ରୀଡ଼ା ସହଯୋଗକୁ ସମ୍ପ୍ରସାରିତ କରିବାକୁ ଉଭୟ ପକ୍ଷର ଇଚ୍ଛାକୁ ଏହି ଗସ୍ତ ପ୍ରତିଫଳିତ କରିଥିଲା।

‘ଭାରତ–ନ୍ୟୁଜିଲ୍ୟାଣ୍ଡ: ଏକ ବିଜୟୀ ସହଭାଗିତା’ ଶୀର୍ଷକ ନ୍ୟୁଜିଲ୍ୟାଣ୍ଡ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

July 11, 2026

ତୃତୀୟ ବିଶ୍ୱଯୁଦ୍ଧ ପ୍ରତି ବିପଦ ସୃଷ୍ଟି କରୁଛି ଇରାନ-ଆମେରିକା ସଂଘର୍ଷ: ଜାଣନ୍ତୁ ନିରପେକ୍ଷ ରହିବ କେଉଁ ଦେଶ?

July 11, 2026

ଭିଏତନାମରେ ବୁଡ଼ିଲା ଭାରତୀୟ ପର୍ଯ୍ୟଟକଙ୍କ ଡଙ୍ଗା: ୧୫ ମୃତ, ହେଲ୍ପଲାଇନ୍ ନମ୍ବର ଜାରି

July 11, 2026

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନାର ଶକ୍ତି ପ୍ରଦର୍ଶନ: ସୁରକ୍ଷିତ ଭାରତ ଆସିଲେ ୧୮ ଜାହାଜ

July 11, 2026
Latest News

ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

July 11, 2026

ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

July 11, 2026

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଡିଜିପି ଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

July 11, 2026

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ତୃତୀୟ ବିଶ୍ୱଯୁଦ୍ଧ ପ୍ରତି ବିପଦ ସୃଷ୍ଟି କରୁଛି ଇରାନ-ଆମେରିକା ସଂଘର୍ଷ: ଜାଣନ୍ତୁ ନିରପେକ୍ଷ ରହିବ କେଉଁ ଦେଶ?

July 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.